ପାଟପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ସାହସପୁର ଗ୍ରାମରେ ପାଗଳ ବିଲୁଆ କାମୁଡ଼ାରେ ୬ ମହିଳା ଓ ଜଣେ ପୁରୁଷ ଆହତ ହୋଇଥିବା ଜଣାପଡ଼ିଛି। ଏହାସହ ବିଲୁଆଟି ଦୁଇଟି କୁକୁରକୁ ମଧ୍ୟ କାମୁଡି ଦେଇଥିବା ବେଳେ ଏହି କୁକୁର ପ୍ରତି ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଗଳ ବିଲୁଆ ଆତଙ୍କରେ ସାହସପୁର, ତିତିଖଣ୍ଡି, ହାଟପଦା ଅଂଚଳରେ ଲୋକେ ଭୟଭୀତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମନୁ ନାୟକ (୩୫), ଜୟନ୍ତୀ ସେଠୀ (୫୦), ଏନ୍.ଲକ୍ଷ୍ମୀଆମା (୫୦), ଏନ୍. ଗାୟତ୍ରୀ ପାତ୍ର (୨୬), ଭାସିନୀ ବେହେରା (୫୩), କେ.ଦମୟନ୍ତୀ ଦୋରା (୬୦), ନରହରି ସ୍ୱାଇଁ (୬୦)। ସମସ୍ତ ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପାଟପୁର ଫରେଷ୍ଟର ଅରୁଣ ଚନ୍ଦ୍ର ଦାସ ଓ ଦିଗପହଣ୍ଡି ରେଞ୍ଜର୍ଙ୍କ ସମେତ ୩ ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଏହା ଉପରେ ଦୃଷ୍ଟି ରଖିଥିବା କୁହାଯାଇଛି।
Trending
- ‘ପ୍ରଜ୍ଞାନ’ଠାରୁ ସବୁକିଛି ହାସଲ ହୋଇସାରିଛି: ଇସ୍ରୋ ମୁଖ୍ୟ
- ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଡିସି ଅଫିସ ଭଙ୍ଗାରୁଜା
- ପାକିସ୍ତାନକୁ ସାଉଦି ଆରବର କଡ଼ା ବାର୍ତ୍ତା: ହଜ୍ ଯାତ୍ରା ନାଁରେ ଭିକାରି, ପକେଟମାରୁଙ୍କୁ ପଠାଅ ନାହିଁ
- ଭାରତୀୟ ହ୍ୟାକରଙ୍କ ଟାର୍ଗେଟ୍ରେ କାନାଡ଼ାର ସେନା ୱେବସାଇଟ୍: ୨ ଘଣ୍ଟା ଅଚଳ କରିଦେଲେ
- ସିଂହଦ୍ବାରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାଦର
- ମାର୍କେଟ୍ ବିଲ୍ଡିଂ ପରେ ଏକ ନମ୍ୱର ହାଟ: ପାର୍କିଂ ବ୍ୟବସ୍ଥା ନ ସୁଧୁରିଲେ ବନ୍ଦ ଚେତାବନୀ
- ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ: ତିନି ମହଲା କୋଠାରେ ଲାଗିଛି ନିଆଁ, କାରଣ ଅସ୍ପଷ୍ଟ
- ୩୦ ଘଣ୍ଟା ପରେ ମିଳିଲା ବାପାଙ୍କ ମୃତଦେହ: ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁଥିଲେ ଵାପ ଝିଅ
Friday, September 29