ରାଜ୍ୟ ସ୍ପେଶାଲ ରିପୋର୍ଟ

ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି

ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବଢ଼ିଛି ଗ୍ରୀଷ୍ମ ପ୍ରକୋପ। ସୋମବାର ଦିନ ପ୍ରଚଣ୍ଡ ଖରା ଓ ଗରମ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲା ସାରା ରାଜ୍ୟ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୪୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶା ପୁଣି ତାତିବା ଆରମ୍ଭ କରିଛି। ଝାରସୁଗୁଡ଼ାରେ ଓ ସମ୍ବଲପୁରରେ ୪୧.୬ ଡିଗ୍ରି, ରାଉରକେଲାରେ ୪୧.୪, ସୁନ୍ଦରଗଡ଼ରେ ୪୧.୦ ଓ ବଲାଙ୍ଗୀରରେ ୪୦.୫ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଗୋଟିଏ ପଟେ ପଶ୍ଚିମ ଓଡ଼ିଶା ତାତୁଥିବା ବେଳେ ଉପକୂଳ ଓଡ଼ିଶାବାସୀଙ୍କୁ ବି ଗରମ, ଗୁଳୁଗୁଳିରୁ ତ୍ରାହି ମିଳିନି। ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଥିବାରୁ ଦିନ ତାପମାତ୍ରାଠାରୁ ୬ରୁ ୭ ଡିଗ୍ରି ଯାଏ ଅଧିକ ତାପମାତ୍ରା ଅନୁଭୂତ ହେଉଛି। ଫଳରେ ଗୁଳୁଗୁଳି ଓ ତାତି ଉପକୂଳବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି।

ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ବାୟୁମଣ୍ଡଳର ଆର୍ଦ୍ରତା ୮୫% ରହିଥିବା ବେଳେ ସାଢ଼େ ୧୧ଟା ସୁଦ୍ଧା ରହିଥିଲା ୫୭%। ଫଳରେ ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୮.୨ ଡିଗ୍ରି ରହିଥିବା ବେଳେ ରାଜଧାନୀବାସୀ ୪୫ ଡିଗ୍ରି ପର୍ଯ୍ୟନ୍ତ
ତାପମାତ୍ରା ବା ଗରମ, ଗୁଳୁଗୁଳି ଅନୁଭବ କରିଥିଲେ।

ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ରାଜଧାନୀବାସୀଙ୍କୁ ସନ୍ତୁଳି ପକାଇଥିଲା। ଉପକୂଳ ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ଗୁଳୁଗୁଳି ପାଗ ଜାରି ରହିବ। ‌ଏଣୁ ଅଧିକରୁ ଅଧିକ ପାଣି ପିଇବା ଓ ତରଳଜାତୀୟ ଖାଦ୍ୟ ଖାଇ ଶରୀରକୁ ହାଇଡ୍ରେଟେଡ୍‌ ରଖିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ପା‌ଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଏବେ ରାଜ୍ୟରେ ଶୁଖିଲା ଓ ଖରାଟିଆ ପାଗ ଜାରି ରହିବ। ପ୍ରଚଣ୍ଡ ଖରା ମଧ୍ୟ ହେବ। ଆସନ୍ତା ୨ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ପାଇବ। ୪୦ ଡିଗ୍ରି ଉପରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ରହିବ। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଓ ଅସ୍ବାସ୍ଥ୍ୟକର ପାଗ ଜାରି ରହିବ। ଏହାକୁ ନଜରରେ ରଖି ଜନସାଧାରଣ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୪ ତାରିଖରୁ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ। ଭୁବନେଶ୍ବର ଓ ସଂଲଗ୍ନ ଉପକୂଳ ଓଡ଼ିଶାର ପାଗ ଆସନ୍ତାକାଲି(ମଙ୍ଗଳବାର) ସୁଦ୍ଧା ୨ ଡିଗ୍ରି ଯାଏ ବଢ଼ିବ। ଯଦିଓ ବୁଧବାର ଦିନ ଏହି ତାପମାତ୍ରା ଅଳ୍ପ ମାତ୍ରାରେ କମିବ କିନ୍ତୁ ୧୪ ତାରିଖରୁ ଉଚ୍ଚ ତାପମାତ୍ରା ସହ ୧୬ ତାରିଖରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯିବ। ଆସନ୍ତା ୧୦ ଦିନ ଭିତରେ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା କମିବାର କୌଣସି ସମ୍ଭାବନା ନାହିଁ। ଓଲଟା ତାପମାତ୍ରା ବଢ଼ିବ ଓ ତାତି ବଢ଼ି ୧୩ ତାରିଖ ସୁଧା ଅଧିକାଂଶ ସହରର ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିବ। ୧୩ ତାରିଖରୁ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।