Subscribe to Updates

    Get the latest creative news from FooBar about art, design and business.

    What's Hot

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023
    Facebook Twitter Instagram
    Trending
    • ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ
    • ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ
    • ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା
    • ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି
    • ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍
    • ବେତନ ପାଇଁ ଛୁଟିରେ ଅମଲା; ଜିଲ୍ଲା, ବ୍ଲକ୍‌ରେ ସବୁ କାର୍ଯ୍ୟାଳୟ ଅଚଳ
    • ଓଡ଼ିଶାରେ ନାହାନ୍ତି ନକଲି ଡାକ୍ତର! ଡାକ୍ତରଙ୍କ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଶେଷ
    • ପୁଞ୍ଜି ଆକର୍ଷଣରେ ଓଡ଼ିଶା ଦ୍ବିତୀୟ
    Monday, June 5
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି
    ରାଜ୍ୟ

    ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି

    NewsLaxmi7By NewsLaxmi7May 9, 2023Updated:May 9, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବଢ଼ିଛି ଗ୍ରୀଷ୍ମ ପ୍ରକୋପ। ସୋମବାର ଦିନ ପ୍ରଚଣ୍ଡ ଖରା ଓ ଗରମ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲା ସାରା ରାଜ୍ୟ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୪୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶା ପୁଣି ତାତିବା ଆରମ୍ଭ କରିଛି। ଝାରସୁଗୁଡ଼ାରେ ଓ ସମ୍ବଲପୁରରେ ୪୧.୬ ଡିଗ୍ରି, ରାଉରକେଲାରେ ୪୧.୪, ସୁନ୍ଦରଗଡ଼ରେ ୪୧.୦ ଓ ବଲାଙ୍ଗୀରରେ ୪୦.୫ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଗୋଟିଏ ପଟେ ପଶ୍ଚିମ ଓଡ଼ିଶା ତାତୁଥିବା ବେଳେ ଉପକୂଳ ଓଡ଼ିଶାବାସୀଙ୍କୁ ବି ଗରମ, ଗୁଳୁଗୁଳିରୁ ତ୍ରାହି ମିଳିନି। ଉପକୂଳ ଓଡ଼ିଶାର ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଥିବାରୁ ଦିନ ତାପମାତ୍ରାଠାରୁ ୬ରୁ ୭ ଡିଗ୍ରି ଯାଏ ଅଧିକ ତାପମାତ୍ରା ଅନୁଭୂତ ହେଉଛି। ଫଳରେ ଗୁଳୁଗୁଳି ଓ ତାତି ଉପକୂଳବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି।

    ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ବାୟୁମଣ୍ଡଳର ଆର୍ଦ୍ରତା ୮୫% ରହିଥିବା ବେଳେ ସାଢ଼େ ୧୧ଟା ସୁଦ୍ଧା ରହିଥିଲା ୫୭%। ଫଳରେ ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୮.୨ ଡିଗ୍ରି ରହିଥିବା ବେଳେ ରାଜଧାନୀବାସୀ ୪୫ ଡିଗ୍ରି ପର୍ଯ୍ୟନ୍ତ
    ତାପମାତ୍ରା ବା ଗରମ, ଗୁଳୁଗୁଳି ଅନୁଭବ କରିଥିଲେ।

    ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ରାଜଧାନୀବାସୀଙ୍କୁ ସନ୍ତୁଳି ପକାଇଥିଲା। ଉପକୂଳ ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ଗୁଳୁଗୁଳି ପାଗ ଜାରି ରହିବ। ‌ଏଣୁ ଅଧିକରୁ ଅଧିକ ପାଣି ପିଇବା ଓ ତରଳଜାତୀୟ ଖାଦ୍ୟ ଖାଇ ଶରୀରକୁ ହାଇଡ୍ରେଟେଡ୍‌ ରଖିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

    ଆଞ୍ଚଳିକ ପା‌ଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଏବେ ରାଜ୍ୟରେ ଶୁଖିଲା ଓ ଖରାଟିଆ ପାଗ ଜାରି ରହିବ। ପ୍ରଚଣ୍ଡ ଖରା ମଧ୍ୟ ହେବ। ଆସନ୍ତା ୨ ଦିନରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ପାଇବ। ୪୦ ଡିଗ୍ରି ଉପରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ରହିବ। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଓ ଅସ୍ବାସ୍ଥ୍ୟକର ପାଗ ଜାରି ରହିବ। ଏହାକୁ ନଜରରେ ରଖି ଜନସାଧାରଣ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

    ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୪ ତାରିଖରୁ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ। ଭୁବନେଶ୍ବର ଓ ସଂଲଗ୍ନ ଉପକୂଳ ଓଡ଼ିଶାର ପାଗ ଆସନ୍ତାକାଲି(ମଙ୍ଗଳବାର) ସୁଦ୍ଧା ୨ ଡିଗ୍ରି ଯାଏ ବଢ଼ିବ। ଯଦିଓ ବୁଧବାର ଦିନ ଏହି ତାପମାତ୍ରା ଅଳ୍ପ ମାତ୍ରାରେ କମିବ କିନ୍ତୁ ୧୪ ତାରିଖରୁ ଉଚ୍ଚ ତାପମାତ୍ରା ସହ ୧୬ ତାରିଖରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯିବ। ଆସନ୍ତା ୧୦ ଦିନ ଭିତରେ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା କମିବାର କୌଣସି ସମ୍ଭାବନା ନାହିଁ। ଓଲଟା ତାପମାତ୍ରା ବଢ଼ିବ ଓ ତାତି ବଢ଼ି ୧୩ ତାରିଖ ସୁଧା ଅଧିକାଂଶ ସହରର ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିବ। ୧୩ ତାରିଖରୁ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯିବ।

    Share. Facebook Twitter LinkedIn WhatsApp Email
    Previous Articleଦୈନିକ ଆହାର ଖାଉଛନ୍ତି ୧ ଲକ୍ଷ, ତାହା ବି ନିଅଣ୍ଟ
    Next Article ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌! ଅଭିନୟ ପାଇଁ ରାତି ବିତାଇବା ସର୍ତ୍ତ
    NewsLaxmi7
    • Website

    Related Posts

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଦେଶ ବିଦେଶ

    ଉତ୍ତରାଖଣ୍ଡରେ ଦୁର୍ନୀତି ବିରୋଧୀ ଜି-୨୦ ବୈଠକ

    June 2, 2023

    ଡେରାଡ଼ୁନ : ଉତ୍ତରାଖଣ୍ଡର ଋଷିକେଶ (ତେହରି)ରେ ଜି-୨୦ ଦୁର୍ନୀତି ବିରୋଧୀ ୱାର୍କିଂ ଗ୍ରୁପର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତମାସ…

    ସର୍ବସମ୍ମୁଖରେ ବୋହୂକୁ ପୋଷାକ ଖୋଲିବାକୁ କହିଲେ ଶଶୁରଘର ଲୋକ: ଗାଡ଼ିରେ ବସାଇ ବାପଘରେ ଛାଡ଼ିଆସିଲେ

    June 2, 2023

    ଆମେରିକା ସେନାରେ ଡ୍ରୋନ୍‌ର ପାଗଳାମି; ଶତ୍ରୁ ଭାବି ନିଜ ଅପରେଟର୍‌ଙ୍କୁ ମାରିପକାଇଲା

    June 2, 2023

    ରାହୁଲ ଗେହଲଟଙ୍କୁ ଶିଖାନ୍ତୁ: ଅୱେସି

    June 2, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ବାଙ୍ଗାଲୋରକୁ ବିଦା କଲା ହାଇଦ୍ରାବାଦ, ଦିଲ୍ଲୀ-ହାଇଦ୍ରାବାଦ କ୍ବାଲିଫାୟାର୍‌ ରବିବାର

    November 7, 2020

    ଟାଇଫଏଡ ଜ୍ବରରେ କରନ୍ତୁ ଏହି ୫ଟି ଜିନିଷର ସେବନ : ତୁରନ୍ତ ମିଳିବ ଆରାମ

    December 8, 2020

    ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ବେଲ୍‌ଟରେ ଚାପି ହୋଇ ଶ୍ରମିକ ମୃତ

    May 30, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.