ରାଜ୍ୟ ସ୍ପେଶାଲ ରିପୋର୍ଟ

ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ଦାବି

ଭୁବନେଶ୍ବର : ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ କରିବା ପାଇଁ ସରକାର ତ୍ବରିତ ପଦକ୍ଷେପ ନେଉନାହାନ୍ତି। ପଡ଼ା ଗ୍ରାମରେ ଲୋକ ଭୋଗୁଥିବା ସମସ୍ୟା ରାଜସ୍ବ ବିଭାଗ ବୁଝିପାରୁ ନାହିଁ। ରାଜସ୍ବ ଗ୍ରାମ ନ‌ହେଲେ ସେଠାରେ ମୋବାଇଲ୍‌ ଟାୱାର୍‌ ନିର୍ମାଣ ହୋଇପାରୁନି। ସେଠାରେ ରାସ୍ତାଘାଟ ହୋଇପାରୁନି। ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇପାରୁନି କି ପାଣି ପାଇପ୍‌ ଲାଇନ୍ ଯାଇପାରୁନି। ଆଜି ବିଧାନସଭାରେ ଏମିତି ଉଦ୍‌ବେଗ ପ୍ରକାଶ କରିଥିଲେ ବିଧାୟକମାନେ। ଉଭୟ ବିରୋଧୀ ଓ ଶାସକ ଦଳର ସଭ୍ୟମାନେ ଏହି ପ୍ରସଙ୍ଗରେ ଚିନ୍ତାପ୍ରକଟ କରିଥିଲେ। ନିଜ ନିଜ ନିର୍ବାଚନମଣ୍ଡଳୀର ଉଦାହରଣ ଦେଇ ସମସ୍ୟା ବଖାଣିଥିଲେ।

ତାରାପ୍ରସାଦ ବାହିନୀପତି ଓ ପ୍ରଫୁଲ୍ଲ ସାମଲଙ୍କ ମୂଳ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟରେ ବର୍ତ୍ତମାନ ୫୧,୨୭୨ ରାଜସ୍ବ ଗ୍ରାମ ଓ ୫୦୧୫ଟି ପଡ଼ା ଗ୍ରାମ ଅଛି। ତାହା ମଧ୍ୟରୁ ୬୬୫ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇଛି। ୯୯୮ଟି ପଡ଼ା ଗ୍ରାମକୁ ଉପଯୁକ୍ତ କାଗଜାତ ନଥିବାରୁ ରଦ୍ଦ କରାଯାଇଛି। ଅବଶିଷ୍ଟ ୩୩୫୨ଟି ପଡ଼ା ଗ୍ରାମ ବର୍ତ୍ତମାନ ସୁଦ୍ଧା ରାଜସ୍ବ ଗ୍ରାମର ମାନ୍ୟତା ପାଇବା ପାଇଁ ବାକି ଅଛି। ଏହି ସଂକ୍ରାନ୍ତୀୟ ପ୍ରସ୍ତାବ ଜିଲ୍ଲାପାଳଙ୍କ ଠାରୁ ପ୍ରାପ୍ତ ହେଲେ ଭୂ-ଅଭିଲେଖ ପରିମାପକ, ଓଡ଼ିଶା ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡକୁ ଦୃଷ୍ଟିରେ ରଖି ବିଧିବ୍ୟବସ୍ଥା ଅନୁଯାୟୀ ପଡ଼ା ଗ୍ରାମକୁ ନୂଆ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ପଡ଼ା ଗ୍ରାମରେ ବସବାସ କରୁଥିବା ଲୋକମାନେ ବହୁ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା କୌଣସି ତଥ୍ୟ ହସ୍ତଗତ ହୋଇନାହିଁ।

ପ୍ରକାଶ ମାଝୀ, ସୁକାନ୍ତ କୁମାର ନାୟକ, ସନ୍ତୋଷ ସିଂହ ସାଲୁଜା, ଅନନ୍ତ ଦାସ, ରଘୁନାଥ ଗମାଙ୍ଗୋ, ଭାସ୍କର ମଢ଼େଇ, ଶଶୀଭୂଷଣ ବେହେରା, ମକରନ୍ଦ ମୁଦୁଲି, ଅରବିନ୍ଦ ଢାଲି, ଭାଗିରଥୀ ସେଠୀ, ଅମର ଶତପଥୀ ଓ ଭୂପିନ୍ଦର ସିଂହ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ରାଜସ୍ବ ବିଭାଗ ଜିଲ୍ଲାପାଳଙ୍କ ଠାରୁ ପ୍ରସ୍ତାବ ମଗାଇ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବିଧାୟକମାନେ ଦାବି କରିଥିଲେ। ଖୁବ୍ ଶୀଘ୍ର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ବୋଲି ମନ୍ତ୍ରୀ କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।