କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପକ୍ଷୀଙ୍କଠାରୁ ମିଳିଥାଏ ଜୀବନର ଭଲ ଓ ମନ୍ଦ ସଂକେତ, ଦେଖିକି ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ : ମାନବ ପ୍ରତି ପ୍ରକୃତିର ଅବଦାନ ଅତୁଳନୀୟ। ଏଥିରେ ମଣିଷ ସହ ପୃଥିବୀରେ ଦେଖା ଯାଉଥିବା ପଶୁ, ପକ୍ଷୀ ଓ ପ୍ରାଣୀ ଅନେକ ଭବିଷ୍ୟତର ପ୍ରାକୃତିକ ପରିବର୍ତ୍ତନ ଓ ବିପର୍ଯ୍ୟୟର ସୂଚନା ଦେଇପାରନ୍ତି। ହୁଏତ କଥାଟା ଆପଣଙ୍କୁ ଅବିଶ୍ୱାସ ଲାଗି ପାରେ ହେଲେ ଲୋକ ଚଳଣୀରେ ସେମାନଙ୍କ ଆଚରଣକୁ ଦେଖି ଅନେକ ବୁଝି ଯାଆନ୍ତି ଓ ଅନେକ ବୁଝି ପାରନ୍ତିନି। ତେବେ ଚେଷ୍ଟାକଲେ ଆପଣଙ୍କ ପ୍ରତି ସେମାନଙ୍କ ସଂକେତ କଣ ସହଜରେ ବୁଝି ପାରିବେ।

ଜୀବନଜନ୍ତୁଙ୍କ ଇନ୍ଦ୍ରିୟ ପ୍ରକୃତି ପ୍ରତି ଅନେକ ଗୁଣା ସମ୍ବେଦନଶୀଳ। ଆଗକୁ ଆସିବାକୁ ଥିବା ଭୂମିକମ୍ପ, ବର୍ଷା ଓ ବନ୍ୟା ନେଇ ସେମାନେ ଆଗରୁ ସତର୍କ ହୋଇଯାଆନ୍ତି। ଏଥିରେ କାଉଙ୍କ ଆଚରଣ ଦେଖି ଅନେକ ଲୋକେ ଆଗାମୀ ସୂଚନା ପାଇ ଯାଇଥାନ୍ତି। ଯେମିତି ରାସ୍ତାରେ ଯିବା ବେଳେ କାଉ ପାଣି ପିଉଥିବାର ଦେଖିଲେ ଲୋକେ କାର୍ଯ୍ୟ ସଫଳ ବୋଲି ଭାବନ୍ତି ସେମିତି କାଉ ସୂର୍ଯ୍ୟୋଦୟରେ ଘର ଅଗଣାରେ ରାବିଲେ ଶୁଭ ବୋଲି ମଧ୍ୟ ଭାବିଥାନ୍ତି।

କାଉଙ୍କ ରାବରୁ ଘରକୁ କୁଣିଆ ଆସିବା କଥା ବି ଲୋକେ ଜାଣପାରନ୍ତି। ସେହିପରି ଯଦି କାଉ କୌଣସି ଲୋକର କାନ୍ଧରେ ବସି ଯାଏ ତା ମୃତ୍ୟୁ ନିକଟରେ ବୋଲି ଲୋକେ କୁହନ୍ତି। ଯେପରି ଘର ବାରିରେ ଦେଖାଯାଉଥିବା ଏଣ୍ଡୁଅର ରଙ୍ଗ ବଦଳିବା ଯେପରି ପାଗ ବଦଳିବାର ସଂକେତ ଦିଏ ସେହିପରି ଲକ୍ଷ୍ମୀଙ୍କ ବାହାନ ପେଚାର ଆଖି ସହ ଆଖି ପଡିଗଲେ ଲୋକେ ମାଲାମାଲ ହୋଇ ଯାଆନ୍ତି ବୋଲି କୁହାଯାଏ।


ପେଚା ଅଗଣାରେ କୁନ୍ଥାଇଲେ ଯେପରି ଘରେ କେହି ରୋଗରେ ପଡିବାର ଆଶଙ୍କା କରାଯାଏ ସେହିପରି ଗୁରୁତର ଅସୁସ୍ଥ ଲୋକ ଉପର ଦେଇ ପେଚା ଉଡିଗଲେ ସେ ସୁସ୍ଥ ହୋଇଯାଏ ବୋଲି ମଧ୍ୟ ଲୋକେ ଜାଣନ୍ତି। ଝିଟିପିଟି କାନ୍ଥରୁ ତଳକୁ ପଡିଲେ ମଧ୍ୟ ଅତିରିକ୍ତ ପାଗର ସୂଚନା ମିଳେ। ଅତ୍ୟାଧିକ ଗରମ, ବର୍ଷା ଅଥବା ଥଣ୍ଡାର ଲୋକେ ସୂଚନା ଘରେ ଝିଟିପିଟିଠାରୁ ପାଇଯାଆନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ