ଭୁବନେଶ୍ୱର ୧୯/୦୨ : ଜୀବନରେ ସୁଖ ଶାନ୍ତିରେ ରହିବା ପାଇଁ ଅର୍ଥ ନିହାତି ଆବଶ୍ୟକ ହୋଇଥାଏ । ଧନ ପ୍ରାପ୍ତି ପାଇଁ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦେବୀ ମା ଙ୍କର ଦିନ ବୋଲି ଜଣା ଯାଇଥାଏ । ଏହି ଦିନ କିଛି ପ୍ରତିକାର ଦ୍ୱାରା ଦେବୀଙ୍କୁ ପ୍ରସନ୍ନ କରି କୃପା ପାଇପାରିବେ ।
ଘରକୁ ସଫାସୁତରା ରଖନ୍ତୁ :
ଦେବୀ ଲକ୍ଷ୍ମୀ ସଫା, ଶାନ୍ତ ଏବଂ ଖୁସି ପରିବେଶରେ ରହିଥାନ୍ତି । ଏଥିପାଇଁ ପ୍ରତିଦିନ ଘରକୁ ସଫା ରଖିବା ସହିତ, ସୁଗନ୍ଧିତ ଅତରରେ ଘରକୁ ସୁଗନ୍ଧିତ କରନ୍ତୁ । ଆପଣ ଚାହିଁଲେ ଘରେ ସୁନ୍ଦର ଏବଂ ସୁଗନ୍ଧିତ ଫୁଲ ମଧ୍ୟ ରଖିପାରିବେ ।
ଲାଲ୍ ରଙ୍ଗର ଫୁଲ ଚଢାନ୍ତୁ :
ମା ଲକ୍ଷ୍ମୀଙ୍କର ଗୋଲାପ ଅତି ପ୍ରିୟ ଅଟେ । ତେଣୁ ପ୍ରତି ଶୁକ୍ରବାର ଦିନ ଲକ୍ଷ୍ମୀନାରାୟଣ ମନ୍ଦିରରେ ଗୋଲାପ ଏବଂ ଲାଲ ରଙ୍ଗର ଫୁଲ ଚଢାନ୍ତୁ । ଯଦି ଆପଣ ମନ୍ଦିର ଯାଇ ପାରୁନାହାଁନ୍ତି ତେବେ ଘରର ପୂଜା ସ୍ଥଳରେ ମଧ୍ୟ ଅର୍ପଣ କରିପାରିବେ ।
ଦକ୍ଷିଣାବର୍ତ୍ତୀ ଶଙ୍ଖରେ କରନ୍ତୁ ଏହି କାମ :
ଭଗବାନ ବିଷ୍ଣୁଙ୍କର ଦକ୍ଷିଣାବର୍ତ୍ତୀ ଶଙ୍ଖ ଅତି ପ୍ରିୟ । ତେଣୁ ଶୁକ୍ରବାର ଦିନ ଶଙ୍ଖରେ ଜଳ ଭରି ଶ୍ରୀହରିଙ୍କୁ ଚଢାନ୍ତୁ ।
ଭଗବାନଙ୍କର ଫଟୋ :
ପୂଜାଘରେ ଲକ୍ଷ୍ମୀନାରାୟଣଙ୍କର ଏକ ବଡ ଫଟୋ ରଖନ୍ତୁ । ପ୍ରତ୍ୟେକ ଦିନ ତାଙ୍କର ପୂଜା କରି ପ୍ରାର୍ଥନା କରନ୍ତୁ ।
୧୧ ଦିନ କରନ୍ତୁ ଏହି ଉପାୟ :
୧୧ ଦିନ ଧରି ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତୀ ଆଗରେ ଅଖଣ୍ଡ ଜ୍ୟୋତି ଜାଳନ୍ତୁ । ୧୧ ଦିନ ପରେ ୧୧ ଜଣ ଶିଶୁ କନ୍ୟାଙ୍କୁ ଆମନ୍ତ୍ରିତ କରି ତାଙ୍କୁ ଖାଇବାକୁ ଦିଅନ୍ତୁ । ଏଥିସହିତ ନିଜର ସାମର୍ଥ୍ୟ ଅନୁସାରେ ଦକ୍ଷିଣା ଦିଅନ୍ତୁ ।
ଖିରୀ ଭୋଗ ଲଗାନ୍ତୁ :
ଦେବୀ ଲକ୍ଷ୍ମୀଙ୍କର ଖିରୀ ଅତି ପ୍ରିୟ । ତେଣୁ ଏହି ଦିନ ଦେବୀ ମାଙ୍କୁ ପୂଜା କରି ଖିରୀ ଭୋଗ ଲଗାନ୍ତୁ ।
ପୂଜା ପରେ ଏହା କରନ୍ତୁ :
ଭଗବାନଙ୍କ ଆଗମନ ଘରର ମୂଖ୍ୟ ଦ୍ୱାରରୁ ହୋଇଥାଏ । ସେଥିଲାଗି ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ ।
ପଦ୍ମ ମଞ୍ଜିର ମାଳା ଧାରଣ କରନ୍ତୁ :
ଶୁକ୍ରବାର ଦିନ ପଦ୍ମ ମଞ୍ଜିର ମାଳା ପ୍ରସ୍ତତ କରି ଦେବୀଙ୍କୁ ଚଢାନ୍ତୁ । ଏହାକୁ ପୂଜା କରିବା ପରେ ଧାରଣ କରନ୍ତୁ ।
ବିବାହିତା ନାରୀଙ୍କୁ ଶୁକ୍ରବାର ଦିନ ଶାଢୀ, ସିନ୍ଦୁର, ଚୂଡି, ବିନ୍ଦି ଆଦି ଜିନିଷ ପ୍ରଦାନ କରନ୍ତୁ । ଏହାଦ୍ୱାରା ଆପଣ ଦେବୀଙ୍କ କୃପା ପାଇପାରିବେ ।