ରାଜ୍ୟ

ନନ୍ଦନକାନନକୁ ଆସିବ ଚିତାବାଘ, ଜିରାଫ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମ କରି ଦୁବାଇ ନ୍ୟାସନାଲ ପାର୍କରୁ ଏକ ହଳ (୧ ଅଣ୍ଡିରା ଓ ୧ ମାଈ) ଚିତାବାଘ ଆଣାଯିବା ଲାଗି ଯୋଜନା ହୋଇଛି। ନୂଆ ବର୍ଷ ୨୦୨୪ ଜାନୁଆରିରୁ ଫେବ୍ରୁଆରି ମାସ ମଧ୍ୟରେ ଚିତାବାଘ ଆଣିବା ଲାଗି ନିଷ୍ପତ୍ତି ହୋଇଛି। ଚିତାବାଘ ହେଉଛି ବିଶ୍ୱର ସବୁଠୁ ଦ୍ରୁତଗାମୀ ଜୀବ। ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ଚିତାବାଘ ଦୌଡି ପାରେ।

ସେହିଭଳି ପୁନେ ଚିଡିଆଖାନାରୁ ନନ୍ଦନକାନନକୁ ଜିରାଫ ଆଣିବା ଲାଗି ଯୋଜନା ଚାଲିଥିବା ସୂଚନା ମିଳିଛି। ୨୦୧୨ ମସିହା ସେପ୍ଟେମ୍ବର ୧୧ ତାରିଖରେ ପାଟନାରୁ ଅଣାଯାଇଥିବା ଏକମାତ୍ର ଜିରାଫ ‘ଖୁସି ଏବେ ନନ୍ଦନକାନନରେ ଅଛି। ଖୁସିକୁ ଏବେ ୧୦ ବର୍ଷ। ଖୁସି ପାଇଁ ୨୦୧୬, ଫେବ୍ରୁଆରି ମାସ ୨୪ ତାରିଖରେ ୬ ବର୍ଷ ବୟସର ଜୟକୁ କଲିକତାର ଆଲିପୁର ଚିଡିଆଖାନାରୁ ଅଣାଯାଇଥିଲା। ମାତ୍ର ଆସିବାର ଛଅ ଦିନରେ ତାର ସଂକ୍ରମଣରେ ମୃତ୍ୟୁ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।