ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମ କରି ଦୁବାଇ ନ୍ୟାସନାଲ ପାର୍କରୁ ଏକ ହଳ (୧ ଅଣ୍ଡିରା ଓ ୧ ମାଈ) ଚିତାବାଘ ଆଣାଯିବା ଲାଗି ଯୋଜନା ହୋଇଛି। ନୂଆ ବର୍ଷ ୨୦୨୪ ଜାନୁଆରିରୁ ଫେବ୍ରୁଆରି ମାସ ମଧ୍ୟରେ ଚିତାବାଘ ଆଣିବା ଲାଗି ନିଷ୍ପତ୍ତି ହୋଇଛି। ଚିତାବାଘ ହେଉଛି ବିଶ୍ୱର ସବୁଠୁ ଦ୍ରୁତଗାମୀ ଜୀବ। ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ଚିତାବାଘ ଦୌଡି ପାରେ।
ସେହିଭଳି ପୁନେ ଚିଡିଆଖାନାରୁ ନନ୍ଦନକାନନକୁ ଜିରାଫ ଆଣିବା ଲାଗି ଯୋଜନା ଚାଲିଥିବା ସୂଚନା ମିଳିଛି। ୨୦୧୨ ମସିହା ସେପ୍ଟେମ୍ବର ୧୧ ତାରିଖରେ ପାଟନାରୁ ଅଣାଯାଇଥିବା ଏକମାତ୍ର ଜିରାଫ ‘ଖୁସି ଏବେ ନନ୍ଦନକାନନରେ ଅଛି। ଖୁସିକୁ ଏବେ ୧୦ ବର୍ଷ। ଖୁସି ପାଇଁ ୨୦୧୬, ଫେବ୍ରୁଆରି ମାସ ୨୪ ତାରିଖରେ ୬ ବର୍ଷ ବୟସର ଜୟକୁ କଲିକତାର ଆଲିପୁର ଚିଡିଆଖାନାରୁ ଅଣାଯାଇଥିଲା। ମାତ୍ର ଆସିବାର ଛଅ ଦିନରେ ତାର ସଂକ୍ରମଣରେ ମୃତ୍ୟୁ ହୋଇଥିଲା।