ରାଜ୍ୟ ସ୍ପେଶାଲ ରିପୋର୍ଟ

ଧରାପଡ଼ିଲା ମଣିଷଖିଆ ୧୦ ଫୁଟ୍‌ର କୁମ୍ଭୀର

ରାଜନଗର : ଦୀର୍ଘ ୨୮ଦିନ ପରେ ବନବିଭାଗ ହାତରେ ଧରାପଡ଼ିଛି ମଣିଷଖିଆ ବଉଳା କୁମ୍ଭୀର। ସ୍ଥାନୀୟ ଲୋକଙ୍କ ସହଯୋଗରେ ବନବିଭାଗ ଗତ ୨୧ ତାରିଖଠାରୁ କସରତ କରୁଥିଲେ ମଧ୍ୟ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇପାରୁ ନ ଥିଲେ। ଯେଉଁ ପୋଖରୀରୁ ଏହି କୁମ୍ଭୀର ହାତିଆଗଡ଼ି ଗାଁର ସୀତାରାଣୀ ଦାସଙ୍କୁ ଝାମ୍ପି ନେଇଥିଲା ସେଥିରେ ଦଳ ବୋଝେଇ ହୋଇ ରହିଥିଲା। ପୋଖରୀ ସହିତ ସଂଯୋଗ କରୁଥିବା ନାଳ ଦଳରେ ଭର୍ତ୍ତି ଥିଲା। ଫଳରେ ବନବିଭାଗ ଏହି କୁମ୍ଭୀରକୁ ଧରିବାରେ ବିଫଳ ହୋଇଥିଲା।

ଗତ ୫ଦିନ ଧରି ନାଳରେ କୁମ୍ଭୀର ଭାସିବା ଖବର ସ୍ଥାନୀୟ ଲୋକଙ୍କ ପାଖରୁ ପାଇବା ପରେ ବନବିଭାଗର କର୍ମଚାରୀମାନେ ଜାଲ ବସାଇ ତାକୁ ଧରିବା ପାଇଁ ଉଦ୍ୟମ କରିଥିଲେ। ବୁଧବାର ଦିନ ପ୍ରାୟ ୧୦ଟା ବେଳେ ଏହି କୁମ୍ଭୀରଟି ମହୁଲିଆ କେନାଲରେ ଭାସୁଥିବା ଲୋକ ଦେଖିଥିଲେ। ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ରେଂଜ ଅଫିସର ଚିତ୍ତ ରଂଜନ ବେଉରା, କନିକା ରେଂଜ ଅଫିସର ମାନସ କୁମାର ଦାସ ନେତୃତ୍ବରେ ଫରେଷ୍ଟର ବିଜୟ କୁମାର ପାତ୍ର, ଫରେଷ୍ଟଗାର୍ଡ ସୁନିଲ ରାଉତରାୟ, ବିଶ୍ବରଂଜନ ତରାଇ, ଗୀତାଞ୍ଜଳି ସାହୁ, ଦୋଳଗୋବିନ୍ଦ ନାୟକ, ଯଶୋବନ୍ତ ପ୍ରଧାନ, ମନୋରଂଜନ ସାହୁ, ଚନ୍ଦନ ମଲିକ, ସଂଜୟ ଜେନା ପ୍ରମୁଖ ବନବିଭାଗର ୪୦ଜଣିଆ ଟିମ୍ ସହିତ ସ୍ଥାନୀୟ ଲୋକେ ପ୍ରଥମେ କେନାଲରୁ ଦଳ ସଫା କରିବା ପରେ କୁମ୍ଭୀରକୁ ଧରିବା ପାଇଁ ଜାଲ ବିଛାଇଥିଲେ। ଦୀର୍ଘ ୭ ଘଣ୍ଟାର ଉଦ୍ୟମ ପରେ କୁମ୍ଭୀରକୁ କାବୁ କରାଯାଇଥିଲା। ୧୦ ଫୁଟ୍‌ ୩ ଇଞ୍ଚ ଲମ୍ବର ଏହି କୁମ୍ଭୀରକୁ ବାଉଁଶଗଡ଼ି ନଦୀରେ ଛାଡି ଦିଆଯାଇଛି।

ସୂଚନାଯୋଗ୍ୟ, ରାଜନଗର ବ୍ଲକ୍‌ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡି ଗାଁର ବୈଲୋଚନ ଦାସଙ୍କ ସ୍ତ୍ରୀ ସୀତାରାଣୀ(୪୫) ଜୁନ ୨୧ ତାରିଖ ଦିନ ବାଡ଼ିରେ ଥିବା ପୋଖରୀ କୂଳରେ ବସି ବାସନ ମାଜୁଥିବା ବେଳେ ଏହି କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ଏହି ଘଟଣାକୁ ନେଇ ଲୋକେ ପ୍ରତିବାଦ କରିବା ସହିତ ଟାୟାର ଜାଳି ରାସ୍ତାରୋକ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।