କଳା ଓ ସଂସ୍କୃତି ଧର୍ମ

ଧନତେରସ ଦିନ ସୁନା କିଣିବା ପାଇଁ ରହିଛି ବିଶେଷ ସମୟ: ଜାଣନ୍ତୁ ପୂଜାର ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର ୧୨/୧୧ : କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଏ। ଧନତେରସ ଦୀପାବଳି ପୂର୍ବରୁ ଆସେ। ଏଥର ଧନତେରସ ନଭେମ୍ବର ୧୩ ତାରିଖରେ ପାଳନ କରାଯିବ। ଧନତେରସରେ କିଣାକିଣିର ବିଶେଷ ମହତ୍ତ୍ୱ ରହିଛି। ଧନତେରସ ଦିନ ସୁନା ରୁପା ଓ ଅନ୍ୟାନ୍ୟ ଜିନିଷ କିଣିବାର ପରମ୍ପରା ରହିଛି। ଏହି ଦିନ ଭଗବାନ ଧନ୍ଵନ୍ତରୀ, ମାତା ଲକ୍ଷ୍ମୀ ଓ ଧନର ଦେବତା କୁବେରଙ୍କୁ ପୂଜା କରାଯାଇଥାଏ। ଭଗବାନ ଧନ୍ଵନ୍ତରୀଙ୍କୁ ଭଗବାନ ବିଷ୍ଣୁଙ୍କ ରୁପ ବୋଲି ବିଶ୍ୱାସ କରାଯାଏ। ସେ ହାତରେ ଅମୃତ କଳସ ଧାରଣ କରିଥାନ୍ତି। ଧନତେରସ ଦିନ ଡୁନ, ରୁପା ଓ ପିତଳ ଆଦି ଧାତୁ କିଣିଲେ ବର୍ଷ ସାରା ସୁଖ ସମୃଦ୍ଧି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହି ଦିନ ଠାରୁ ଦୀପାବଳି ଆରମ୍ଭ ହୋଇଥାଏ।


ଧନତେରସ ପୂଜା ପାଇଁ ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୫ଟା ୨୮ ମିନିଟରୁ ୫ଟା ୫୯ ମିନିଟ ମଧ୍ୟରେ ରହିଛି। ଏହି ୩୦ ମିନିଟ ଭିତରେ ଆପଣଙ୍କୁ ଧନତେରସ ପୂଜା କରିନେବା ଉଚିତ। ନଭେମ୍ବର ୧୨ ତାରିଖ ସକାଳ ୧୧ଟା ୨୦ ମିନିଟରୁ ୧୨ଟା ୦୪ ମିନିଟ ଯାଏଁ ଅଭିଜିତ ମୁହୂର୍ତ୍ତ। ନଭେମ୍ବର ୧୩ ତାରିଖ ସକାଳ ୧୧ଟା ୨୦ ମିନିଟରୁ ୧୨ଟା ୦୪ ମିନିଟ ଯାଏଁ ଅଭିଜିତ ମୁହୂର୍ତ୍ତ।

ଆପଣଙ୍କ ଘରର ମୁଖ୍ୟଦ୍ଵାର ପସଚିଆ ଦିଗ ଆଡକୁ ଥିଲେ ରାଶି ତେଲର ଦୀପ ଲଗାଇବା ଉଚିତ। ଏହି ଦୀପରେ କଳା କିସମିସ ମଧ୍ୟ ପକାଇବା ଉଚିତ।

ଅକାଳ ମୃତ୍ୟୁରୁ ବଞ୍ଚିବା ପାଇଁ ଧନତେରସ ଦିନ ପ୍ରଦୋଷ କାଳରେ ଘର ବାହାରେ ଯମରାଜାଙ୍କ ପାଇଁ ଦୀପ ଲଗାଇବା ଉଚିତ। ଏହାକୁ ଯମଦୀପ ବୋଲି କୁହାଯାଏ। ଏହି ଦୀପ ଲଗାଇଲେ ଯମରାଜା ପ୍ରସନ୍ନ ହୁଅନ୍ତି ଓ ପରିବାର ସଦସ୍ୟଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରନ୍ତି ବୋଲି କୁହାଯାଏ।

ଧନତେରସ ଦିନ ସକାଳ ୬ଟା ୪୨ ମିନିଟରୁ ସନ୍ଧ୍ୟା ୫ଟା ୫୯ ମିନିଟ ମଧ୍ୟରେ ସୁନା କିଣିପାରିବେ। ସୁନା କିଣିବା ପାଇଁ ୧୧ ଘଣ୍ଟା ୧୬ ମିନିଟ ସମୟ ରହିଛି। ଏହି ସମୟରେ ସୁନା କିଣିଲେ ଶୁଭ କାର୍ଯ୍ୟ ସମ୍ପନ୍ନ ହୁଏ, ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବିସ୍ତାର ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ