କଳା ଓ ସଂସ୍କୃତି ଧର୍ମ

ଧନତେରାସରେ କାହିଁକି କରନ୍ତି ଦୀପଦାନ? ଜାଣନ୍ତୁ ଏହାର ମହତ୍ତ୍ବ ଏବଂ ଶୁଭ ମୂହୁର୍ତ୍ତ

ନଭେମ୍ବର ୧୩ତାରିଖରେ ଧନତେରାସ ପର୍ବ ପାଳନ କରାଯିବ। ଏହି ଦିନ ଭଗବାନ ଧନ୍ବନ୍ତରୀ,କୁବେର ଏବଂ ମା ଲକ୍ଷ୍ମୀଙ୍କ ପୂଜା କରିବାର ବିଧାନ ରହିଛି। ଧନତେରାସ ଦିନ ମୃତ୍ୟୁର ଦେବତା ଯମଙ୍କ ପୂଜା ମଧ୍ୟ କରାଯାଇଥାଏ। ବିଶ୍ବାସ ରହିଛି ଯେ ଏହି ଦିନ ଯମ ଦେବତାଙ୍କ ପୂଜା କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ ଦୂର ହୋଇ ଯାଇଥାଏ। ଏହି ଦିନ ଯମ ଦେବତାଙ୍କ ପାଇଁ ଦୀପଦାନ କରିବାର ଖାସ୍ ମହତ୍ତ୍ବ ରହିଥାଏ।

ଧନତେରାସ ଦିନ ଯମ ଦେବତାଙ୍କ ନାଁରେ ଏକ ଦୀପ ଜଳାଇବାର ପରମ୍ପରା ରହିଛି। ମୃତ୍ୟୁର ଦେବତା ଯମଙ୍କ ଦକ୍ଷିଣ ଦିଗ ହୋଇଥାଏ। ଏଥିପାଇଁ ଧନତେରାସ ସନ୍ଧ୍ୟାରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଦୀପ ଜଳାଯାଏ ଏବଂ ଏହାକୁ ଯମ ଦେବତାଙ୍କୁ ସମର୍ପିତ କରାଯାଇଥାଏ। ଏହା ପରେ ଦୀପକୁ ଘର ଦ୍ବାରରେ ରଖାଯାଇଥାଏ। ଏପରି କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ ଟଳି ଯାଇଥାଏ।

ଦୀପଦାନ ପାଇଁ ଏବର୍ଷ ଧନତେରାସ ଦିନ ଶୁଭ ମୂହୁର୍ତ୍ତର ସମୟ ୧ଟା ୨୦। ଧନତେରାସ ସନ୍ଧ୍ୟାରେ ୫ଟା ବାଜି ୩୪ମିନିଟରୁ ସନ୍ଧ୍ୟା ୬ଟା ବାଜି ୫୪ମିନିଟ୍ ଯାଏଁ ଯମଙ୍କ ପାଇଁ ଦୀପ ଜଳା ଯାଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ