ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଇଂଲଣ୍ଡକୁ ଝଟକା, ବାଦ୍ ପଡିଲେ ଜୋଫ୍ରା ଆର୍ଚର

ଚେନ୍ନାଇ, ୧୨/୦୨: ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି । ଏନେଇ ବୁଧବାର ଇଂଲଲଣ୍ଡ ଓ ଓ୍ୱେଲସ୍ କ୍ରିକେଟ ବୋର୍ଡ ସୂଚନା ଦେଇଛି । ଡାହାଣ ହାତ କହୁଣୀରେ ଲାଗିଥିବା ଆଘାତ ପାଇଁ ସେ ମ୍ୟାଚ୍ ଖେଳିପାରିବେ ନାହିଁ ।

ବାରବାଡୋସରେ ଜନ୍ମ ହୋଇଥିବା ଏହି ଖେଳାଳିଙ୍କୁ ଇଂଲଣ୍ଡ ରୋଟେସନ୍ ନୀତି ଆଧାରରେ ସିରିଜରେ ବିଶ୍ରାମ ଦିଆଯିବା ନେଇ ସମ୍ଭାବନା ରହିଥିଲା । ଇସିବି କହିଛି ଯେ, ଜୋଫ୍ରା ପୂର୍ବରୁ ଆହତ ହୋଇନଥିଲା । ଏହା କୌଣସି ପୁରୁଣା ଆଘାତ ନୁହେଁ । ସେ ଅତିଶୀଘ୍ର ସୁସ୍ଥ ହେବେ ବୋଲି ଆଶା କରାଯାଉଛି । ଏହି ଦ୍ରୁତ ବୋଲର ଅହମ୍ମଦାବାଦରେ ଖେଲାଯିବାକୁ ଥିବା ତୃତୀୟ ଟେଷ୍ଟରେ ଦଳକୁ ଫେରିବେ ବୋଲି ଆଶା କରାଯାଉଛି ।

ଆର୍ଚର୍ ବାଦ୍ ପଡିବା ପରେ ଜେମ୍ସ ଆଣ୍ଡରସନଙ୍କ ସହ ଷ୍ଟୁଆର୍ଟ ବ୍ରଡଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇ ପାରେ । ତେବେ ଜସ୍ ବଟଲର୍ ଇଂଲଣ୍ଡ ଫେରି ଯାଇଛନ୍ତି । ତାଙ୍କ ସ୍ଥାନରେ ବେନ୍ ଫୋକସଙ୍କୁ ସୁଯୋଗ ମିଳିବ । ପୋକସ୍ ୫ଟି ଟେଷ୍ଟ ଖେଳିଛନ୍ତି । ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତିବା ପରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ