ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶର ୭ଟି ରାଜ୍ୟରେ ବାର୍ଡ-ଫ୍ଲୁ : ସତର୍କ ରହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୦/୦୧: ଉତ୍ତର ପ୍ରଦେଶରେ ବାର୍ଡ-ଫ୍ଲୁ ବା ଏବିୟନ ଇଂଫ୍ଲୁଏଞ୍ଜାର ପ୍ରକୋପ ଜାରି ରହିଥିବା ବେଳେ ଏହାର ନମୂନା ସାତୋଟି ରାଜ୍ୟରେ ମିଳିଛି । ଏ ନେଇ ଗତ ଶନିବାର କେନ୍ଦ୍ର ସ୍ପଷ୍ଟ କରିଛି। ଦିଲ୍ଲୀ, ଚଣ୍ଡିଗଡ଼ ଏବଂ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ହେବାର ଆଶଙ୍କା କରାଯାଉଛି । କାରଣ ଏହିସବୁ ସ୍ଥାନ ଗୁଡ଼ିକରୁ ସଂଗ୍ରହ କରାଯାଇଥିବା ନମୂନା ପରୀକ୍ଷା ହେବାକୁ ଯାଇଥିବା କେନ୍ଦ୍ର କହିଛି ।

ଉତ୍ତର ପ୍ରଦେଶ ଛଡ଼ା ଅନ୍ୟ ୬ଟି ରାଜ୍ୟରେ ବାର୍ଡ ଫ୍ଲୁର ନମୂନା ପଜିଟିଭ୍ ଆସିଛି । ସେଗୁଡ଼ିକ ମଧ୍ୟରେ କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଗୁଜୁରାଟ ରହିଛନ୍ତି। ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରି ଫାର୍ମିଂ ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ, ବର୍ତ୍ତମାନ ୭ଟି ରାଜ୍ୟରେ ବାର୍ଡ ଫ୍ଲୁ ସ୍ପଷ୍ଟ ହୋଇଛି। ବିଭାଗ ଏ ନେଇ ପ୍ରଭାବିତ ରାଜ୍ୟ ଗୁଡ଼ିକ ସହ ପରାମର୍ଶ ଜାରି ରଖିଛି। ଆଗକୁ ଏହି ରୋଗ କିପରି ନ ବ୍ୟାପିବ ସେଥିପ୍ରତି ଧ୍ୟାନ ଦିଆଯାଉଛି।

ଛତିଶଗଡ଼ରେ କୁକୁଡ଼ା ଏବଂ ବଲୋଦ ଜିଲ୍ଲାରେ ବନ୍ୟ ପକ୍ଷୀଙ୍କର ଶୁକ୍ରବାର ରାତି ଓ ଶନିବାର ସକାଳୁ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହାର ନମୂନା ପରୀକ୍ଷା ପାଇଁ ପ୍ରୟୋଗଶାଳାକୁ ପଠାଯାଇଛି। ଏହାଛଡ଼ା ଦିଲ୍ଲୀର ସଞ୍ଜୟ ହ୍ରଦରେ ବତକଗୁଡ଼ିକଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ସେମାନଙ୍କ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ମନ୍ତ୍ରଣାଳୟ ଏ ନେଇ କହିଛି ଯେ ମହାରାଷ୍ଟ୍ରର ମୁମ୍ୱାଇ, ଠାଣେ, ଡପୋଲି, ପରଭାନି ଏବଂ ବିଡ୍ ଜିଲ୍ଲାରେ ଶହ ଶହ ସଂଖ୍ୟାରେ କାଉଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ନମୂନା ଭୋପାଳ ସ୍ଥିତ ରାଷ୍ଟ୍ରିୟ ଉଚ୍ଚ ସୁରକ୍ଷା ପଶୁରୋଗ ସଂସ୍ଥାନ ବା ଆସିଏଆରକୁ ପଠାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ