କଳା ଓ ସଂସ୍କୃତି ଧର୍ମ

ଦେଶରେ ତିଆରି ହେବ ଉଚ୍ଚତମ ହନୁମାନ ମୂର୍ତ୍ତି, ଜାଣନ୍ତୁ କେଉଁଠି

କର୍ଣ୍ଣାଟକ ୧୭/୧୧ : ଭାରତରେ ତିଆରି ହେବାକୁ ଯାଉଛି ଉଚ୍ଚତମ ହନୁମାନ ମୂର୍ତ୍ତି । କର୍ଣ୍ଣାଟକର କିସ୍କିନ୍ଦାରେ ତିଆରି ହେବ ଦେଶର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି । ହାମ୍ପି ଟ୍ରଷ୍ଟ ଦ୍ବାରା ତିଆରି ହେବାକୁ ଥିବା ଏହି ମୂର୍ତ୍ତିର ଉଚ୍ଚତା ରହିବ ୨୧୫ ମିଟର । କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଅବସ୍ଥିତ ପୂରାଣ ପ୍ରସିଦ୍ଧ କିସ୍କିନ୍ଦା ଅଞ୍ଚଳ ।

ହନୁମାନ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ସ୍ବାମୀ ଗୋବିନ୍ଦ ଆନନ୍ଦ ସରସ୍ବତୀ, ଅଯୋଧ୍ୟ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସହିତ ଆଲୋଚନା କରିବା​‌ ପରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଏହି ମୂର୍ତ୍ତି ସ୍ଥାପନ ପାଇଁ ଦେଶବ୍ୟାପି ଏକ ରଥ ପରିଭ୍ରମଣ କରାଯିବ । ସେହି ରଥ ଯାତ୍ରା ମାଧ୍ୟମରେ ସାଧାରଣ ଲୋକମାନଙ୍କ ଠାରୁ ଆର୍ଥିକ ସହଯୋଗ ପାଇଁ ନିବେଦନ କରାଯିବ । ସ୍ବାମୀ ଗୋବିନ୍ଦ ଆନନ୍ଦ ସରସ୍ବତୀ କହିଛନ୍ତି ଏହି ଉଚ୍ଚତମ ହନୁମାନ ମୂର୍ତ୍ତି ପ୍ରାୟ ୧୨୦୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଯୋଜନା କରାଯାଇଛି ।

କିସ୍କିନ୍ଦାରେ ତିଆରି ହେବାକୁ ଥିବା ହନୁମାନଙ୍କ ମୂର୍ତ୍ତିର ଉଚ୍ଚତା ୨୧୫ ମିଟର ହିଁ ରହିବ କାରଣ ଅଯୋଧ୍ୟ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ୨୨୧ ମିଟରର ହେବ । ସ୍ବାମୀ ଗୋବିନ୍ଦ ଆନନ୍ଦ ସରସ୍ବତୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ୮୦ ଫୁଟର ଏକ ରଥ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି । ଏହି ରଥ ୨ ବର୍ଷ ମଧ୍ୟରେ ତିଆରି ହେବ ଏବଂ ଏଥିପାଇଁ ୨କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି ।

ପିଟିଆଇର ତଥ୍ୟ ଅନୁସାରେ ଅଯୋଧ୍ୟ୍ୟାରେ ନିର୍ମାଣ ହେବାକୁ ଥିବା ପ୍ରମୁ ଶ୍ରୀରାମଙ୍କ ମୂର୍ତ୍ତି ବିଶ୍ବର ସବୁଠାରୁ ଉଚ୍ଚ ମୂର୍ତ୍ତି ଭାବେ ପରିଗଣିତ ହେବ । ବର୍ତ୍ତମାନ ମୁମ୍ବାଇରେ ଛତ୍ରପତି ଶିବାଜୀ ମହାରାଜାଙ୍କ ମୂର୍ତ୍ତି ୨୧୨ ମିଟର ଏବଂ ଏହା ବିଶ୍ବର ସବୁଠାରୁ ଉଚ୍ଚ ମୂର୍ତ୍ତି ଭାବେ ପରିଗଣିତ ହେଉଛି । ଗୁଜୁରାଟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମୂର୍ତ୍ତି ୧୮୩ ମିଟର ଏବଂ ମୁମ୍ବାଇରେ ଡକ୍ଟର ବି.ଆର. ଆମ୍ବେଦକରଙ୍କ ମୂର୍ତ୍ତି ୧୩୭.୨ ମିଟର ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ