ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସାମ୍ନାକୁ ଆସିଲା ଗାଧୋଇବା ବେଳର ଭିଡିଓ: ୨ ସାଙ୍ଗଙ୍କ ସାମ୍ନାରେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ନୀଳଗିରି୧୮/୧୧: ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କିଛି ସମୟରେ ମଧ୍ୟରେ ସବୁ ଖୁସି ଫସର ଫାଟି ଗଲା। ଆଖି ସାମ୍ନାରେ ପାଣିରେ ବୁଡ଼ି ଚାଲିଗଲା ୩ ଜଣଙ୍କ ଜୀବନ। ସାଙ୍ଗ ହୋଇ ୫ ଜଣ ସାଙ୍ଗ ହୋଇଯାଇଥିଲେ। ୨ ସାଙ୍ଗଙ୍କ ସାମ୍ନାରେ ୩ ଜଣ ସାଙ୍ଗଙ୍କ ଜୀବନ ଚାଲିଗଲ।


ବାଲେଶ୍ୱର ତ୍ରିବେଣୀ ଘାଟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଅଘଟଣର କିଛି ସମୟ ପୂର୍ବର ଭିଡିଓ ଏବଂ ଫଟୋ ଏବେ ସାମ୍ନାକୁ ଆସିଛି।


ମିଳିଥିବା ସୂଚନା ମୁତାବକ, ସୋମବାର ନୀଳଗିରିର ୫ ଜଣ ବନ୍ଧୁ ସାଙ୍ଗହୋଇ ତ୍ରିବେଣୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ସାଙ୍ଗ ହୋଇ ଖୁସି ମନରେ ଗାଧୋଇବା ବେଳେ ଚାଲିଗଲା ୩ ଜଣଙ୍କ ଜୀବନ।ଏହି ସମୟରେ ଜଣକ ପରେ ଜଣେ ୩ ଜଣ ସାଙ୍ଗ ବୁଡ଼ିବାରେ ଲାଗିଲେ। ଏମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଦୁଇ ସାଙ୍ଗ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇପାରିନଥିଲା। ସେମାନେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ସତ।

କିନ୍ତୁ ସେହି ଲୋମଟାଙ୍କୁରା ଘଟଣାକୁ ଭୁଲି ପାରୁନାହାଁନ୍ତି । ୩ ଜଣଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏବଂ ବନ୍ଧୁବର୍ଗ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏହି ଅଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ୨ ଜଣ କହିଛନ୍ତି ଯେ, ୩ ଜଣ ସାଙ୍ଗକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ। ହେଲେ ୨ ଜଣ ସାଙ୍ଗ ୩ ଜଣଙ୍କୁ ବଞ୍ଚାଇ ପାରିନଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ