ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି

‘ଦୃଢ ଇଚ୍ଛାଶକ୍ତି ଥିଲେ ସବୁ ସ୍ବପ୍ନ ହୁଏ ସାକାର’: ୬ ବର୍ଷର ଶିଶୁ ଗାଇଲେ ABC ରାପ୍, ପ୍ରଶଂସା କଲେ ମିସେଲ ଓବାମା

ନୂଆଦିଲ୍ଲୀ ୦୨/୧୧ : ପିଲା ଯେତେବେଳେ ପାଠ ପଢିବା ଆରମ୍ଭ କରିଥାନ୍ତି ପ୍ରଥମେ ‘ଏ ଫର ଆପଲ’ “A for Apple” ହିଁ ଶିଖିଥାନ୍ତି। ଏ ଫର ଆପଲ ପାଠର ପ୍ରଥମ ପର୍ଯ୍ୟାୟ। ଯେମିତି ପିଲା କଥା କହିବା ଶିଖିବା ବେଳେ ପ୍ରଥମ ମା ଶିଖନ୍ତି ଠିକ ସେହିଭଳି ପାଠ ଆରମ୍ଭରୁ ଏ ଫର ଆପଲ ହିଁ ଶିଖିଥାନ୍ତି। ଜଣେ ଛଅ ବର୍ଷ ବୟସ୍କା ଫୋନିକ୍ସକୁ ଏକ ଆକର୍ଷଣୀୟ ମୋଡ଼ ଦେଇଛନ୍ତି ଯାହାକୁ ନେଇ ମିସେଲ ଓବାମା ମଧ୍ୟ ପ୍ରଭାବିତ। ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭିଡିଓରେ ଶିଶୁଟି “ABC alphabet” ର ରାପ୍ କରୁଥିବା ଦେଖିବାକୁ ମିଳିଛି।

ସାଢେ ୨ ମିନିଟର ଏହି ଭିଡିଓ କ୍ଲିପରେ ଶିଶୁର ବାପା ମଧ୍ୟ ଅଛନ୍ତି। ଭିଡିଓ ଆରମ୍ଭରେ ସେ କହିଛନ୍ତି ଯେ ରାପ୍ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଯେ ନିଜ ଇଚ୍ଛା ଶକ୍ତି ବଳରେ ମଣିଷ ଯାହା ଚାହିଁବ ହାସଲ କରିପାରିବ। ଏହାପରେ ୬ ବର୍ଷର ସାମୁଏଲ ୨୬ ଆଲଫାବେଟକୁ ନେଇ ରାପ୍ ଗାଇବା ଆରମ୍ଭ କରିଛନ୍ତି।

ସାମୁଏଲଙ୍କ ଏହି ରାପ୍ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ପୂର୍ବତନ ପ୍ରଥମ ମହିଳା ମିସେଲ ଓବାମା ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି, “ଏହା ଅତ୍ୟନ୍ତ ଚାପଗ୍ରସ୍ତ ସମୟ। ଏହିଭଳି ସମୟରେ ଏହି ଭିଡିଓ ମୋ ମୁହଁରେ ହସ ଫୁଟାଇ ଦେଇଛି। ସେଥିପାଇଁ ମୁଁ ଏହି ଭିଡିଓ ସମସ୍ତଙ୍କ ସହ ସେୟାର କରୁଛି। ଏହି ସମୟରେ ଆମେ ଆମ ପିଲାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବା। ସାମ, ମୋତେ ତୁମର ABCs ଭର୍ସନ ବହୁତ ଭଲ ଲାଗିଛି। ଏହାସହ ବଡ ସ୍ବପ୍ନ ଦେଖିବାକୁ ଓ ସାକାର କରିବାକୁ ତୁମେ ଅନେକ ଶିଶୁଙ୍କୁ ଉତ୍ସାହିତ କରିବ।”

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ