ନ୍ୟୁୟର୍କ: ଦୁଇ ଥର ଫୁଟ୍ବଲ୍ ବିଶ୍ବକପ୍ ବିଜୟିନୀ ମେଗାନ ରାପିନେ ଓ ୧୧ ଥର ଡବ୍ଲ୍ୟୁଏନବିଏ ଅଲଷ୍ଟାର ତାରକା ସୁ ବାର୍ଡଙ୍କର ନିର୍ବନ୍ଧ ଶେଷ ହୋଇଛି। ଉଭୟ ନିଜ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଫଟୋ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି। ଚାରିଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ୪୦ ବର୍ଷୀୟା ବାର୍ଡ ଚଳିତ ମାସ ପ୍ରାରମ୍ଭରେ ନିଜ ଚତୁର୍ଥ ଡବ୍ଲ୍ୟୁଏନବିଏ ଟ୍ରଫି ଜିତିଥିଲେ। ୨୦୧୯ ମସିହାରେ ସମ୍ମାନଜନକ ବାଲନ ଡି’ଓର ପୁରସ୍କାର ଜିତିଥିବା ରାପିନେ ଗତବର୍ଷ ହିଁ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଜିତିବା ସହ ସ୍ବର୍ଣ୍ଣ ଜୋତା ଓ ସ୍ବର୍ଣ୍ଣ ବଲ୍ ହାସଲ କରିଥିଲେ। ଗତ ତିନି ବର୍ଷ ହେବ ଏହି ଦୁଇ ସମଲିଙ୍ଗୀ କ୍ରୀଡ଼ା ତାରକା ପରସ୍ପରକୁ ପ୍ରେମ କରୁଥିଲେ। ସେମାନେ ମଧ୍ୟ ୨୦୧୮ ମସିହାରେ ବିଶ୍ବର ପ୍ରଥମ ସମଲିଙ୍ଗୀ କ୍ରୀଡ଼ା କପଲ ଭାବେ ଇସ୍ପିଏନ୍ର ‘ବଡି ଇସ୍ୟୁ’ରେ ସ୍ଥାନ ପାଇଥିଲେ।
Trending
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
Thursday, March 28