ଦେଶ ବିଦେଶ

ଦୁର୍ନୀତି ପାଖେ ପହଞ୍ଚିପାରୁନି କି ଭିଜିଲାନ୍ସ? ମାତ୍ର ୩୧୦ ଅଭିଯୋଗ ପାଇଛି ଭିଜିଲାନ୍ସ

ଭୁବନେଶ୍ବର : କିଏ ବିଲ୍‌ ପାଇଁ ତ କିଏ ସାର୍ଟିଫିକେଟ୍‌ ଖଣ୍ଡିଏ ପାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି। ସରକାରୀ ଯୋଜନାରେ ଘର ଖଣ୍ଡିଏ ହେଉ କି ଭତ୍ତା କି ରାସନକାର୍ଡ ପାଇଁ; ବିନା ଲାଞ୍ଚରେ ଫାଇଲ୍‌ଟେ ଆଗକୁ ବଢ଼ିପାରୁନି। ଏସବୁ ଫାଇଲ ମାସ ମାସ ଧରି ପଡ଼ିରହୁଛି। ଖାଲି ଏତିକି ନୁହେଁ, ଥାନାରେ ଅଭିଯୋଗ ପରେ ବି ପୁଲିସ ଶୁଣୁନି। ଟଙ୍କା ଦେଲେ ଦୋଷୀ ନିର୍ଦୋଷ ଓ ନିର୍ଦୋଷ ଦୋଷୀ ପାଲଟି ଯାଉଛି। ଏଭଳି କୌଣସି ଗୋଟିଏ ବିଭାଗ ନାହିଁ ଯେଉଁଠି ଦୁର୍ନୀତି ଅଛୁଆଁ ହୋଇ ରହିଛି। ମୂଳରୁ ଚୁଳ ଯାଏ ସବୁଠି ଦୁର୍ନୀତିର ଗନ୍ଧ। ଏମିତି ଗର୍ଜୁଛନ୍ତି ବିରୋଧୀ ରାଜନୈତିକ ଦଳ ଓ ଏକାଧିକ ସାମାଜିକ ସଂଗଠନ। ହେଲେ ଗତ ୭ମାସର ଭିଜିଲାନ୍ସ ରିପୋର୍ଟକୁ ଯଦି ବିଶ୍ବାସ କରାଯିବ, ତେବେ ଯେ କେହି ବୁଝିପାରିବେ ଯେ ଧୀରେ ଧୀରେ ଦୁର୍ନୀତି ସଂପର୍କରେ ଆଉ ଭିଜିଲାନ୍ସ ପାଖରେ ସମ୍ଭବତଃ ଅଭିଯୋଗ ଆଉ ପହଞ୍ଚୁନି।

ଗତ ୭ମାସର ଭିଜିଲାନ୍ସ ରିପୋର୍ଟ ଉପରେ ନଜର ପକାଯାଉ। ଜାନୁଆରି ପହିଲାରୁ ଏପର୍ଯ୍ୟନ୍ତ ୭ମାସ ମଧ୍ୟରେ ଭିଜିଲାନ୍ସରେ ୩୧୦ଜଣଙ୍କ ବିରୋଧରେ ଅଭିଯୋଗ ଆସିଛି। ଏଥିରେ ମାତ୍ର ୨୮ଜଣ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ନାମ ରହିଛି। ୨୩ଜଣ ଦ୍ବିତୀୟ ଶ୍ରେଣୀ, ୧୦୦ଜଣ ତୃତୀୟ ଶ୍ରେଣୀ, ୬୫ଜଣ ଚତୁର୍ଥ ଶ୍ରେଣୀ, ୫୨ଜଣ ବେସରକାରୀ ଲୋକଙ୍କୁ ଜାଲରେ ଛନ୍ଦିଛି ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ୧୨୦ଟି ମାମଲା ରୁଜୁ କରାଯାଇ ୭୦ଟି ମାମଲାରେ ୭୫ରୁ ଊର୍ଧ୍ବ ଦୁର୍ନୀତିଖୋର କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏଥିରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ବଡ଼ ବାବୁଙ୍କ ପର୍ଯ୍ୟନ୍ତ ସାମିଲ ଅଛନ୍ତି। ୬୯ଜଣ ପୁରୁଷ ଥିବା‌ ବେଳେ ୬ଜଣ ମହିଳା କର୍ମଚାରୀ ସାମିଲ ଅଛନ୍ତି। ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଛାଡ଼ିଲେ ବାକି ୨୭ଟି ଜିଲ୍ଲାରେ ଧରପଗଡ ହୋଇଛି। ସର୍ବାଧିକ ଖୋର୍ଦ୍ଧା ଓ ଗଞ୍ଜାମରେ ୭ଟି ଲେଖାଏଁ ମାମଲାରେ ଦୁର୍ନୀତିଖୋରଙ୍କୁ ଗିରଫ କରାଯାଇଛି। ପଛକୁ ବାଲେଶ୍ବର ଜିଲ୍ଲାରେ ୬ଟି ମାମଲାରେ ଓ ମୟୂରଭଂଜ ଜିଲ୍ଲାରେ ୪ଟି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଯଦି ହିସାବକୁ ନିଆଯାଏ, ପ୍ରତି ମାସରେ ଭିଜିଲାନ୍ସ ୧୦ଜଣରୁ ଅଧିକ ଦୁର୍ନୀତିଖୋରଙ୍କୁ ବାନ୍ଧୁଛି। ଏହି କର୍ମଚାରୀ ଓ ଅଧିକାରୀଙ୍କଠାରୁ କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। କାହାର ଦରମା ୮ହଜାର ଥିବା ବେଳେ ତାଙ୍କଠାରୁ ୫କୋଟିର ସମ୍ପତ୍ତି, ଦାମୀ କାର, ପୁଳାପୁଳା ସୁନା ଗହଣା ଠାବ କରାଯାଇଛି ତ ପୁଣି କାହାଠାରୁ ୮କୋଟିରୁ ଊର୍ଧ୍ବ ସମ୍ପତ୍ତି। ଏମିତି ୭୫ ଲାଞ୍ଚଖୋରଙ୍କଠାରୁ ୫୫କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଗତ ଜୁନ୍‌୨୩ରେ ନବରଂଗପୁର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ୩.୦୨କୋଟି ନଗଦ ଟଙ୍କା, ମାର୍ଚ୍ଚ ୩ରେ ଖଣି ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ କୋଟିଏ ୬୪ଲକ୍ଷ ନଗଦ ଟଙ୍କା ଓ ୬୫୦ଗ୍ରାମ ସୁନା ଏବଂ ମାର୍ଚ୍ଚ ୩୧ରେ ଜଗତସିଂହପୁର ଜିଲ୍ଲା ସିଟି ଓ ଜିଏସ୍‌ଟିର ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ୧.୧୩୫ କେଜି ସୁନା ଜବତ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

କିଛି ପ୍ରଶାସନିକ ଅଧିକାରୀଙ୍କର କହିବା କଥା ହେଲା, ଭିଜିଲାନ୍ସ ଭଳି ସଂସ୍ଥା ପ୍ରତି ବିଶ୍ବାସ କମିଯାଉଛି। ଏଇଥିପାଇଁ ଯେ ଏହି ସଂସ୍ଥା ତଳିଆ କର୍ମଚାରୀଙ୍କ ପାଖରେ ଅଟକି ଯାଇଛି। କୌଣସି ଗୋଟିଏ ଘଟଣାରେ ବି ଭିଜିଲାନ୍ସ ଅଧିକାରୀ ଧରାପଡ଼ିବା ପରେ ତାଙ୍କୁ ଜେରା କରି ସେହି ବିଭାଗର ଉପରିସ୍ଥ ଅଧିକାରୀଙ୍କ ଘରେ ଧରପଗଡ କରାଯାଇଛି, ତାର ନଜିର ନାହିଁ। ପ୍ରଶ୍ନ ଉଠୁଛି, ଭିଜିଲାନ୍ସରେ ଧରାପଡ଼ୁଥିବା ଅଧିକାରୀମାନଙ୍କ କାରନାମା ସଂପର୍କରେ ଉପରିସ୍ଥ ଅଧିକାରୀ ଜାଣିପାରୁନାହାନ୍ତି କେମିତି? ସଂପୃକ୍ତ ବିଭାଗର ଭିଜିଲାନ୍ସ ଅଧିକାରୀମାନେ ଏ ନେଇ ରିପୋର୍ଟ ଦେଇଥିଲେ କି? ଯଦି ଦେଇନଥିଲେ, ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ସୁପାରିସ କରାଯାଇଛି?

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ