Subscribe to Updates

    Get the latest creative news from FooBar about art, design and business.

    What's Hot

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023
    Facebook X (Twitter) Instagram
    Trending
    • ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ
    • ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ
    • ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା
    • ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ
    • ଦିବ୍ୟାଙ୍ଗ ପିଲାମାନେ ଯାଦୁଗର: ଧର୍ମେନ୍ଦ୍ର ପ୍ରଧାନ
    • ସୀମାନ୍ତରେ ୪୦ ସ୍କୁଲ ବନ୍ଦ: ସେଦିନର ମଣିଷଗଢ଼ା କାରଖାନା ଏବେ ଖେଳପଡ଼ିଆ
    • ବଢ଼ୁଛି ଲାଲ କେଶର ଅଣ୍ଡା ଚାହିଦା: ୧୦ଲକ୍ଷ ଦରକାର, ଅଢ଼େଇ ଲକ୍ଷ ମିଳୁଛି
    • ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର
    Tuesday, October 3
    Facebook X (Twitter) Instagram
    Facebook X (Twitter) Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ଦେଶ ବିଦେଶ»ଦୁର୍ନୀତି ପାଖେ ପହଞ୍ଚିପାରୁନି କି ଭିଜିଲାନ୍ସ? ମାତ୍ର ୩୧୦ ଅଭିଯୋଗ ପାଇଛି ଭିଜିଲାନ୍ସ
    ଦେଶ ବିଦେଶ

    ଦୁର୍ନୀତି ପାଖେ ପହଞ୍ଚିପାରୁନି କି ଭିଜିଲାନ୍ସ? ମାତ୍ର ୩୧୦ ଅଭିଯୋଗ ପାଇଛି ଭିଜିଲାନ୍ସ

    NewsLaxmi7By NewsLaxmi7July 27, 2023Updated:July 27, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ଭୁବନେଶ୍ବର : କିଏ ବିଲ୍‌ ପାଇଁ ତ କିଏ ସାର୍ଟିଫିକେଟ୍‌ ଖଣ୍ଡିଏ ପାଇବା ପାଇଁ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି। ସରକାରୀ ଯୋଜନାରେ ଘର ଖଣ୍ଡିଏ ହେଉ କି ଭତ୍ତା କି ରାସନକାର୍ଡ ପାଇଁ; ବିନା ଲାଞ୍ଚରେ ଫାଇଲ୍‌ଟେ ଆଗକୁ ବଢ଼ିପାରୁନି। ଏସବୁ ଫାଇଲ ମାସ ମାସ ଧରି ପଡ଼ିରହୁଛି। ଖାଲି ଏତିକି ନୁହେଁ, ଥାନାରେ ଅଭିଯୋଗ ପରେ ବି ପୁଲିସ ଶୁଣୁନି। ଟଙ୍କା ଦେଲେ ଦୋଷୀ ନିର୍ଦୋଷ ଓ ନିର୍ଦୋଷ ଦୋଷୀ ପାଲଟି ଯାଉଛି। ଏଭଳି କୌଣସି ଗୋଟିଏ ବିଭାଗ ନାହିଁ ଯେଉଁଠି ଦୁର୍ନୀତି ଅଛୁଆଁ ହୋଇ ରହିଛି। ମୂଳରୁ ଚୁଳ ଯାଏ ସବୁଠି ଦୁର୍ନୀତିର ଗନ୍ଧ। ଏମିତି ଗର୍ଜୁଛନ୍ତି ବିରୋଧୀ ରାଜନୈତିକ ଦଳ ଓ ଏକାଧିକ ସାମାଜିକ ସଂଗଠନ। ହେଲେ ଗତ ୭ମାସର ଭିଜିଲାନ୍ସ ରିପୋର୍ଟକୁ ଯଦି ବିଶ୍ବାସ କରାଯିବ, ତେବେ ଯେ କେହି ବୁଝିପାରିବେ ଯେ ଧୀରେ ଧୀରେ ଦୁର୍ନୀତି ସଂପର୍କରେ ଆଉ ଭିଜିଲାନ୍ସ ପାଖରେ ସମ୍ଭବତଃ ଅଭିଯୋଗ ଆଉ ପହଞ୍ଚୁନି।

    ଗତ ୭ମାସର ଭିଜିଲାନ୍ସ ରିପୋର୍ଟ ଉପରେ ନଜର ପକାଯାଉ। ଜାନୁଆରି ପହିଲାରୁ ଏପର୍ଯ୍ୟନ୍ତ ୭ମାସ ମଧ୍ୟରେ ଭିଜିଲାନ୍ସରେ ୩୧୦ଜଣଙ୍କ ବିରୋଧରେ ଅଭିଯୋଗ ଆସିଛି। ଏଥିରେ ମାତ୍ର ୨୮ଜଣ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ନାମ ରହିଛି। ୨୩ଜଣ ଦ୍ବିତୀୟ ଶ୍ରେଣୀ, ୧୦୦ଜଣ ତୃତୀୟ ଶ୍ରେଣୀ, ୬୫ଜଣ ଚତୁର୍ଥ ଶ୍ରେଣୀ, ୫୨ଜଣ ବେସରକାରୀ ଲୋକଙ୍କୁ ଜାଲରେ ଛନ୍ଦିଛି ଭିଜିଲାନ୍ସ। ଭିଜିଲାନ୍ସ ପକ୍ଷରୁ ୧୨୦ଟି ମାମଲା ରୁଜୁ କରାଯାଇ ୭୦ଟି ମାମଲାରେ ୭୫ରୁ ଊର୍ଧ୍ବ ଦୁର୍ନୀତିଖୋର କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏଥିରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ବଡ଼ ବାବୁଙ୍କ ପର୍ଯ୍ୟନ୍ତ ସାମିଲ ଅଛନ୍ତି। ୬୯ଜଣ ପୁରୁଷ ଥିବା‌ ବେଳେ ୬ଜଣ ମହିଳା କର୍ମଚାରୀ ସାମିଲ ଅଛନ୍ତି। ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ଛାଡ଼ିଲେ ବାକି ୨୭ଟି ଜିଲ୍ଲାରେ ଧରପଗଡ ହୋଇଛି। ସର୍ବାଧିକ ଖୋର୍ଦ୍ଧା ଓ ଗଞ୍ଜାମରେ ୭ଟି ଲେଖାଏଁ ମାମଲାରେ ଦୁର୍ନୀତିଖୋରଙ୍କୁ ଗିରଫ କରାଯାଇଛି। ପଛକୁ ବାଲେଶ୍ବର ଜିଲ୍ଲାରେ ୬ଟି ମାମଲାରେ ଓ ମୟୂରଭଂଜ ଜିଲ୍ଲାରେ ୪ଟି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

    ଯଦି ହିସାବକୁ ନିଆଯାଏ, ପ୍ରତି ମାସରେ ଭିଜିଲାନ୍ସ ୧୦ଜଣରୁ ଅଧିକ ଦୁର୍ନୀତିଖୋରଙ୍କୁ ବାନ୍ଧୁଛି। ଏହି କର୍ମଚାରୀ ଓ ଅଧିକାରୀଙ୍କଠାରୁ କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। କାହାର ଦରମା ୮ହଜାର ଥିବା ବେଳେ ତାଙ୍କଠାରୁ ୫କୋଟିର ସମ୍ପତ୍ତି, ଦାମୀ କାର, ପୁଳାପୁଳା ସୁନା ଗହଣା ଠାବ କରାଯାଇଛି ତ ପୁଣି କାହାଠାରୁ ୮କୋଟିରୁ ଊର୍ଧ୍ବ ସମ୍ପତ୍ତି। ଏମିତି ୭୫ ଲାଞ୍ଚଖୋରଙ୍କଠାରୁ ୫୫କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଗତ ଜୁନ୍‌୨୩ରେ ନବରଂଗପୁର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ୩.୦୨କୋଟି ନଗଦ ଟଙ୍କା, ମାର୍ଚ୍ଚ ୩ରେ ଖଣି ନିର୍ଦେଶାଳୟର ଅତିରିକ୍ତ ନିର୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ କୋଟିଏ ୬୪ଲକ୍ଷ ନଗଦ ଟଙ୍କା ଓ ୬୫୦ଗ୍ରାମ ସୁନା ଏବଂ ମାର୍ଚ୍ଚ ୩୧ରେ ଜଗତସିଂହପୁର ଜିଲ୍ଲା ସିଟି ଓ ଜିଏସ୍‌ଟିର ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ୧.୧୩୫ କେଜି ସୁନା ଜବତ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

    କିଛି ପ୍ରଶାସନିକ ଅଧିକାରୀଙ୍କର କହିବା କଥା ହେଲା, ଭିଜିଲାନ୍ସ ଭଳି ସଂସ୍ଥା ପ୍ରତି ବିଶ୍ବାସ କମିଯାଉଛି। ଏଇଥିପାଇଁ ଯେ ଏହି ସଂସ୍ଥା ତଳିଆ କର୍ମଚାରୀଙ୍କ ପାଖରେ ଅଟକି ଯାଇଛି। କୌଣସି ଗୋଟିଏ ଘଟଣାରେ ବି ଭିଜିଲାନ୍ସ ଅଧିକାରୀ ଧରାପଡ଼ିବା ପରେ ତାଙ୍କୁ ଜେରା କରି ସେହି ବିଭାଗର ଉପରିସ୍ଥ ଅଧିକାରୀଙ୍କ ଘରେ ଧରପଗଡ କରାଯାଇଛି, ତାର ନଜିର ନାହିଁ। ପ୍ରଶ୍ନ ଉଠୁଛି, ଭିଜିଲାନ୍ସରେ ଧରାପଡ଼ୁଥିବା ଅଧିକାରୀମାନଙ୍କ କାରନାମା ସଂପର୍କରେ ଉପରିସ୍ଥ ଅଧିକାରୀ ଜାଣିପାରୁନାହାନ୍ତି କେମିତି? ସଂପୃକ୍ତ ବିଭାଗର ଭିଜିଲାନ୍ସ ଅଧିକାରୀମାନେ ଏ ନେଇ ରିପୋର୍ଟ ଦେଇଥିଲେ କି? ଯଦି ଦେଇନଥିଲେ, ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ସୁପାରିସ କରାଯାଇଛି?

    Share. Facebook Twitter LinkedIn WhatsApp Email
    Previous Articleବସ୍‌ରେ ମହିଳା ପ୍ରଥମ ଯାତ୍ରୀ ବାରଣ…: ପଦକ୍ଷେପ ଗ୍ରହଣ କରୁ ପରିବହନ ଆୟୋଗ
    Next Article ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା: ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୪ ଯାଏ ମାଟ୍ରିକ୍ ପରୀକ୍ଷା
    NewsLaxmi7
    • Website

    Related Posts

    ମଣିପୁରରେ ତେଜିଲା ହିଂସାତ୍ମକ ଆନ୍ଦୋଳନ: ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଡିସି ଅଫିସ ଭଙ୍ଗାରୁଜା

    September 29, 2023

    ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ଇସ୍ରୋ ପ୍ରସ୍ତୁତ: କେନ୍ଦ୍ରମନ୍ତ୍ରୀ

    August 30, 2023

    ମଣିପୁରରେ ସାନି ହିଂସା: ଗୁଳି ଚୋଟରେ ୨ ମୃତ, ୭ ଆହତ

    August 30, 2023

    ଜି-୨୦ ବୈଠକ ପାଇଁ ପ୍ରସ୍ତୁତି ଜୋରଦାର: ବହୁସ୍ତରୀୟ ସୁରକ୍ଷା, ହୋଟେଲରେ ମୁତୟନ ହେବେ ଏଚ୍‌ଆଇଟି ସ୍କ୍ବାଡ୍‌

    August 30, 2023
    • Facebook
    • Twitter
    • Instagram
    • YouTube
    Our Picks

    ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

    July 3, 2023

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023
    Don't Miss
    ରାଜ୍ୟ

    ଡେରିରେ ଛାଡ଼ିପାରେ ମୌସୁମୀ: ବହୁଛି ଦକ୍ଷିଣା ସାମୁଦ୍ରିକ ପବନ, ଉତ୍ତରା ପବନ ଡେରିରେ ଆସିବ

    October 3, 2023

    ଭୁବନେଶ୍ବର: ଅକ୍ଟୋବର ମାସ ଆରମ୍ଭ ସହିତ ଆସିଯାଇଛି ବାତ୍ୟା ଋତୁ। ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ…

    ଭୁଶୁଡ଼ିଲା ମାଟିଘର: ବାପାର ଗଲା ଜୀବନ, ବର୍ତ୍ତିଗଲା ପୁଅ

    October 3, 2023

    ପୁଣି ଆଶା ଦେଖାଇଲେ ସରକାର: ଖୋଲିପାରେ ବନ୍ଦ ସ୍କୁଲର ତାଲା

    October 3, 2023

    ଏଏସ୍‌ଆଇ ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

    October 3, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଆଜି ସରିବ ସମ୍ପତ୍ତି ତାଲିକା ଦାଖଲ ଅବଧି

    January 31, 2023

    ଭାରତୀୟ ସେନା ବାହିନୀରେ ଯୋଗଦେବା ପାଇଁ ମାର୍ଚ୍ଚ ୨୩ ସୁଦ୍ଧା ପଞ୍ଜୀକରଣ

    February 28, 2023

    ଆଜି ପବିତ୍ର ଅଶୋକାଷ୍ଟମୀ, ରଥରେ ବସି ମାଉସୀ ଘରକୁ ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ

    April 9, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.