ରାଜ୍ୟ

ଦୁଇଦିନ ପୂର୍ଵରୁ ଦାଦନ ଖଟି ଘରକୁ ଫେରିଥିଲେ, ଆଜି ଦୁର୍ଘଟଣାରେ ଚାଲିଗଲା ଚୀବନ

ବିନିକା: ଝିଅ ଘରକୁ ଯିବା ହେଲା କାଳ। ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏନେଇ ମୃତକଙ୍କ ଭାଇ ଶୁକୃ ପୋଢ଼ ଲିଖିତ ଅଭିଯୋଗ କରିଛନ୍ତିି। ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଝିଅ ଘର ଗାଁ ସାରଙ୍ଗପାଲିରୁ ବାଇକ ଯୋଗେ କବିରାଜ ପୋଢ଼ (୪୬) ନିଜ ଘର ବିନିକା ଥାନା ମେଘଲା ଗାଁକୁ ଫେରୁଥିଲେ। ହେଲେ ମେଘଳା ପଞ୍ଚାୟତ ଅନ୍ତର୍ଗତ ସାହାଜବାହାଲ ମେଘେଲା ରାସ୍ତାର ଵୁଲାଣିଆଠାରେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା।

ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ହିଁ କବିରାଜ ପୋଢ଼ଙ୍କ ମୃତ୍ୟୁ ଘଟିଥିଲା।  ଖବର ପାଇଁ ପରିବାର ଲୋକେ ବିନିକା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ। ଲିଖିତ ଅଭିଯୋଗ ପରେ ବିନିକା ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ବିନିକା ଥାନା ଅଧୀନସ୍ଥ ଗୁନିଆ ଫାଣ୍ଡି ଅଧିକାରୀ ଅରକ୍ଷିତ ମାଝୀ ପହଞ୍ଚିଥିଲେ। ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପରେ ପରିଵାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ଗନିଆ ଫାଣ୍ଡି ଅଧିକାରୀ  ସୁଚନା ଦେଇଛନ୍ତି।
ସୁଚନା ଅନୁସାରେ, କବିରାଜ ପୋଢ଼ ଦୁଇଦିନ ପୂର୍ଵରୁ ଦାଦନ ଯାଇ ଘରକୁ ଫେରିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଝିଅ ଘରକୁ ଯାଇଥିଲେ।।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।