ଖେଳ ଦେଶ ବିଦେଶ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ମ୍ୟାଚ୍ ପାଇଁ ନିଜର ପ୍ଲେଇଂ ଇଲେଭେନ୍ ବାଛିଲେ ଶାସ୍ତ୍ରୀ, ଏହି ଷ୍ଟାର୍ ବ୍ୟାଟର୍ ଆଉଟ୍

ନୂଆଦିଲ୍ଲୀ ୦୬/୦୬: ଆଉ କିଛି ଦିନ ପରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ୍ । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍ ଏହି ସିରିଜ୍ ଉପରେ କବଜା କରିବାକୁ ପ୍ରୟାସ କରିବ । କିନ୍ତୁ ପ୍ରଥମ ମ୍ୟାଚରେ ଚୂଡାନ୍ତ ଏକାଦଶରେ କିଏ ସାମିଲ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ପ୍ରଥମ ମ୍ୟାଚ୍ ପାଇଁ ନିଜର ପ୍ଲେଇଂ ଇଲେଭେନ୍ ବାଛିଛନ୍ତି । ଯେଉଁଥିରେ ସେ ଅନେକ ଚକିତ କଲାଭଳି ନିଷ୍ପତ୍ତି ନେଇଛନ୍ତି ।

ଶାସ୍ତ୍ରୀ ପ୍ରଥମ ମ୍ୟାଚ୍ ପାଇଁ କେଏଲ ରାହୁଲଙ୍କ ସହ ରୁତୁରାଜ ଗାଏକଓ୍ୱାଡଙ୍କୁ ଓପନର ଭାବେ ବାଛିଚନ୍ତି ।ଏହାପରେ ଇଶାନ କିଷାନ, ଶ୍ରେୟସ ଆୟର ଓ ଋଷଭ ପନ୍ତଙ୍କୁ ସୁଯୋଗ ମିଳିବ ।

ସେ କହିଛନ୍ତି ଯେ, ରାହୁଲଙ୍କ ସହ ରୁତୁରାଜ ଓଫନିଂ କରିବା ଦଳ ପାଇଁ ଭଲ । ଇଶାନଙ୍କ ପାଇଁ ନମ୍ବର ୩ ସ୍ଥାନ ପ୍ରଯୁଜ୍ୟ । ଏହାରେ ଶ୍ରେୟସ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆସିବେ । ବୋଲିଂ ବିଭାଗରେ ଅକ୍ଷର ପଟେଲ, ଭୁବନେଷ୍ୱର କୁମାର, ୟୁଜବେନ୍ଦ୍ର ଚହଲଙ୍କୁ ସେ ଦଳରେ ରଖିଛନ୍ତି । ଏହାସହ ଅର୍ଶଦୀପ ସିଂଙ୍କୁ ସେ ଦଳରେ ନେବାକୁ ପରାମର୍ଶ ଦେଇଛନ୍ତି ।

ସବୁଠାରୁ ଚକିତ କଲା ଭଳି କଥା ହେଲା ଯେ, ଶାସ୍ତ୍ରୀ ଦିନେଶ କାର୍ତ୍ତିକଙ୍କୁ ଦଳରେ ରଖି ନାହାଁନ୍ତି । ଆଇପିଏଲ ୨୦୨୨ରେ ଦିନେଶ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ବାଙ୍ଗାଲୋର ପାଇଁ ବେଷ୍ଟ୍ ଫିନିଶର ପାଲଟିଥିଲେ । ଫଳରେ ୩୭ ବର୍ଷ ବୟସରେ ସେ ପୁଣି ଟିମ୍ ଇଣ୍ଡିଆକୁ ଫେରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ