ରାଜ୍ୟ

ଡିଏନ୍ ଆଇଟି ରେଡ୍: ଆସନ୍ତା ସପ୍ତାହରେ ଆସିବ ଇଡି

ଭୁବନେଶ୍ବର : ଆୟ କର ଫାଙ୍କି ଅଭିଯୋଗରେ ଡିଏନ୍ ଗ୍ରୁପ୍‌ରେ ଚଢ଼ଉ ବେଳେ ଜବତ ହୋଇଥିବା ନଗଦ କୋଟି କୋଟି ଟଙ୍କା ଆସିଲା କେଉଁଠୁ? କାହାର ଏହି ଟଙ୍କା? କିଏ ଦେଲା? ଏକାଧିକ କର୍ମଚାରୀଙ୍କ ଘରେ କାହିଁକି ଲୁଚାଇ ରଖାଯାଇଥିଲା? କେଉଁ ଉଦ୍ଦେଶ୍ୟରେ ଠୁଳ କରି ରଖାଯାଇଥିଲା? ଏହି ଟଙ୍କାରେ କାହାର କାହାର ଲିଙ୍କ୍ ରହିଛି? ଏମିତି ଏକାଧିକ ଅସମାହିତ ପ୍ରଶ୍ନ ସାଧାରଣରେ ଛିଡ଼ା ହୋଇଥିବା ବେଳେ ଡିଏନ୍ ଗ୍ରୁପ୍ ସାମ୍ରାଜ୍ୟରେ ପଶି ଖୁବଶୀଘ୍ର ଛାନଭିନ୍ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିବାରୁ ଇଡି ଆସନ୍ତା ସପ୍ତାହରେ ତଦନ୍ତ ଆରମ୍ଭ କରିବ ବୋଲି ବିଶ୍ବସ୍ତ ସୂଚନା ମିଳିଛି।

ଦିଲ୍ଲୀର ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ଆସି ସ୍ଥାନୀୟ ଇଡି ଅଧିକାରୀଙ୍କ ସହ ମିଳିତ ଭାବେ ତଦନ୍ତ କରିବ। ଇଡି ତଦନ୍ତ କରିବା ପରେ କୋଟି କୋଟି ଟଙ୍କାର ଉତ୍ସ କ’ଣ, ସେ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଆୟକର ଅଧିକାରୀମାନେ ଆଜି ଡିଏନ୍ ଗ୍ରୁପ ଅଫ୍ କମ୍ପାନିଜ୍ ମାଲିକ ଜଗଦୀଶ ପ୍ରସାଦ ନାୟକ, ଅଧିକାରୀ ଚନ୍ଦ୍ରଶେଖର ପଣ୍ଡା ଓ ଅନ୍ୟ କିଛି ଅଧିକାରୀଙ୍କୁ ମାରାଥନ୍ ଜେରା କରିଛନ୍ତି। ନଗଦ ଟଙ୍କା ଓ ବ୍ୟାବସାୟିକ କାରବାର ସମ୍ପର୍କରେ ଖୋଳତାଡ଼ କରିଛନ୍ତି। ଆଜି ତୃତୀୟ ଦିନରେ ଚଢ଼ଉ କରାଯାଇଥିବା ବେଳେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଡିଏନ୍ ଗ୍ରୁପର ଏବେ ସୁଦ୍ଧା ୩୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ, ଲକର୍, ହାର୍ଡଡିସ୍କ, ଫାଇଲ ଜବତ କରାଯାଇଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।