ଭୁବନେଶ୍ୱର ୨୫।୦୩: ଡରାଇଲାଣି ଶିକ୍ଷାନୁଷ୍ଠାନର ସଂକ୍ରମଣ । ପ୍ରଥମେ କଟକ ଆଉ ଏବେ ଭୁବନେଶ୍ୱରର ଅନେକ ଶିକ୍ଷାନୁଷ୍ଠାନରୁ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏହିପ୍ରରିପେକ୍ଷୀରେ ଆଜି କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଗତ ଶନିବାର ଛାତ୍ର ଜଣଙ୍କ ପରୀକ୍ଷା ଦେବାକୁ ଆସିଥିଲେ । ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ପଜିଟିଭ ଚିହ୍ନଟ ପରେ ସବୁ ଛାତ୍ରଛାତ୍ରୀଙ୍କ ହେବ କୋଭିଡ୍ ଟେଷ୍ଟ । ବିଏମସି ତରଫରୁ କ୍ୟାମ୍ପ କରାଯାଇ କୋଭିଡ୍ ଟେଷ୍ଟ କରାଯିବ । ଏନେଇ ଇନଚାର୍ଜ ପ୍ରିନ୍ସିପାଲ ଭୂପେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଉପକଣ୍ଠ ଜଟଣୀ ବ୍ଲକର ଗ୍ରାମୁଣ୍ଡି ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଆଜି ୪ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଛାତ୍ରମାନେ କଲେଜ ହଷ୍ଟେଲରେ ରହୁଥିଲେ ବୋଲି ଜଣାପଡ଼ିଛି । ସମସ୍ତ ଛାତ୍ରଙ୍କୁ ସଙ୍ଗରୋଧରେ ରଖିବା ସହ ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଙ୍ଗ ଜାରି ରହିଥିବା ଜଣାପଡ଼ିଛି।

