ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଟ୍ୟାନ୍ ହଟାଇବା ପାଇଁ ବ୍ୟବହାର କରନ୍ତୁ ତରଭୁଜ ଜେଲ୍, ଗୋଟିଏ ଦିନରେ ଦେଖାଇବ ଚମତ୍କାର

ଭୁବନେଶ୍ୱର ୨୪/୦୩: ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବାର ମଜା ଟିକିଏ ନିଆରା । କିନ୍ତୁ ଏହାକୁ ଖାଇବା ସହିତ ଚେହେରାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଗ୍ରୀଷ୍ମ ଦିନରେ ଶକ୍ତିଶାଳୀ ସୂର୍ଯ୍ୟ କିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଟ୍ୟାନ୍ ଏବଂ ସ୍କିନ୍ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଇଥାଏ । ତେଣୁ ଏଥିପାଇଁ ଆପଣ ତରଭୁଜରୁ ସ୍ୱତନ୍ତ୍ର ଜେଲ୍ ପ୍ରସ୍ତୁତ୍ କରି ବ୍ୟବହାର କରିପାରିବେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତ୍ ଏବଂ ବ୍ୟବହାର…

ଆବଶ୍ୟକ ସାମଗ୍ରୀ :

୩ ବଡ ଚାମଚ ତରଭୁଜ ରସ

୧ ବଡ ଚାମଚ କାକୁଡି ରସ

୩ ବଡ ଚାମଚ ଏଲୋଭେରା ଜେଲ

୧ଟି ଭିଟାମିନ୍ ଇ କ୍ୟାପସୁଲ୍

ପ୍ରସ୍ତୁତ ପ୍ରଣାଳୀ :

୧. ସର୍ବପ୍ରଥମେ, ତରଭୁଜରୁ ମଞ୍ଜି ବାହାର କରି ଗ୍ରାଇଣ୍ଡିଙ୍ଗ କରି ତାହାର ଜୁସ୍ ବାହାର କରନ୍ତୁ ।

୨. ଠିକ୍ ସେହିପରି କାକୁଡିର ମଧ୍ୟ ଜୁସ ବାହାର କରନ୍ତୁ ।

୩. ଏକ ପାତ୍ରରେ ତରଭୁଜ ଏବଂ କାକୁଡି ରସକୁ ଛାଣନ୍ତୁ ।

4. ଅବଶିଷ୍ଟ ଉପାଦାନଗୁଡିକ ମିଶାଇ ତାହା ଲାଲ୍ ହେବା ପର୍ଯ୍ୟନ୍ତ ଗୋଳାନ୍ତୁ ।

୫. ପ୍ରସ୍ତୁତ ଜେଲକୁ ଏକ ପାତ୍ରରେ ଷ୍ଟୋର କରି ଫ୍ରିଜ୍ ରେ ରଖନ୍ତୁ ।

ବ୍ୟବହାର କରିବାର ଉପାୟ :

୧. ସର୍ବପ୍ରଥମେ ମୁହଁକୁ ଫେସ୍ ୱାସରେ ଧୋଇ ଦିଅନ୍ତୁ ।

୨. ତାପରେ ଏହି ଜେଲ୍ କୁ ହାଲୁକା ଭାବରେ ମସାଜ କରନ୍ତୁ ।

୩. ୧୦ ମିନିଟ୍ ରଖିବା ପରେ ମୁହଁକୁ ଭଲଭାବରେ ଧୋଇ ଦିଅନ୍ତୁ ।

୪. ଆପଣ ଚାହିଁଲେ ଏହାକୁ ରାତିରେ ମଧ୍ୟ ଲଗାଇ ପାରିବେ ।

ତରଭୁଜ ଜେଲ ଲଗାଇବାର ଫାଇଦା :

– ଏହାକୁ ଲଗାଇବା ଦ୍ୱାରା ସନ୍ ଟ୍ୟାନ୍ ସମସ୍ୟାରୁ ମୁକ୍ତି ମିଳିଥାଏ ।

– ଗରମ କାରଣରୁ ଅଧିକ ଝାଳ ବାହାରିବାର ସମସ୍ୟା ରହିଥାଏ । ତରଭୁଜ ଏଥିରୁ ମୁକ୍ତିଦେବା ସହିତ ପୂରା ଦିନ ସତେଜ ଅନୁଭବ କରାଇଥାଏ ।

– ମୁହଁରେ ପଡୁଥିବା ଦାଗ, ରିଙ୍କଲ୍, ବ୍ଲାକ୍ ହେଡ୍ ସଫା କରିଥାଏ ।

– ମୁଖ ବ୍ରଣ ସମସ୍ୟା ଦୂର କରିଥାଏ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ