ଖେଳ ଦେଶ ବିଦେଶ

ପଦାର୍ପଣ ମ୍ୟାଚରେ ୪ ଓ୍ୱିକେଟ୍ ନେଲେ ପ୍ରସିଦ୍ଧ : ଅଷ୍ଟ୍ରେଲିଆର ଏହି ମହାନ ଖେଳାଳିଙ୍କୁ ଦେଲେ ଶ୍ରେୟ, କହିଲେ…

ପୁନେ,୨୫/୦୩ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକଗ୍ରା ଭାରତୀୟ ବୋଲର ପ୍ରସିଦ୍ଧି କୃଷ୍ଣାଙ୍କୁ ପଦାର୍ପଣ ମ୍ୟାଚ୍ ପୂର୍ବରୁ ଶୁଭକାମନା ଜଣାଇଥିଲେ । ମ୍ୟାକଗ୍ରା ୨୦୧୭ରେ ଚେନ୍ନାଇ ଏମଆରଏଫ ପେସ୍ ଆକାଡେମୀରେ ପ୍ରସିଦ୍ଧଙ୍କୁ ବୋଲିଂ କୌଶଳ ଶିଖାଇଥିଲେ । ମ୍ୟାକଗ୍ରା ନିଜ ଅଫିସିଆଲ ଇନଷ୍ଟଗ୍ରାମ ପେଜରେ ମ୍ୟାଚ୍ ପରେ ଲେଖିଥିଲେ ଯେ, ପ୍ରସିଦ୍ଧି ୫୪ ରନ ଦେଇ ୪ ଓ୍ୱିକେଟ୍ ନେଇଛନ୍ତି । ଏହାସହ ପଦାର୍ପଣ ମ୍ୟାଚରେ ସର୍ବାଧିକ ଓ୍ୱିକେଟ୍ ନେଇଥିବା ଭାରତୀୟ ଖେଳାଳି ହୋଇଛନ୍ତି । ଏଥିପାଇଁ ତାଙ୍କୁ ଅଭିନନ୍ଦନ ।

ମ୍ୟାକଗ୍ରାଙ୍କ ଏହି ପୋଷ୍ଟ ପରେ ପ୍ରସିଦ୍ଧ ମଧ୍ୟ ଖୁସି ଜାହିର କରିଛନ୍ତି । କୋଲକାତା ନାଇଟ ରାଇଡର୍ସର ଅଫିସିଆଲ ଓ୍ୱେବସାଇଟରେ ସେ କହିଛନ୍ତି ଯେ, ତାଙ୍କ କ୍ୟାରିଅର ପଛରେ ମ୍ୟାକଗ୍ରାଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କିପରି ପଡିଆରେ ଶାନ୍ତ ରହିବାକୁ ହେବ ତାହା ମ୍ୟାକଗ୍ରା ବତାଇଛନ୍ତି । ଭିନ୍ନ ଭିନ୍ନ ପିଚରେ କିପରି ବୋଲିଂ କରାଯିବ ଓ ବଲ୍ କିପରି ଟର୍ଣ୍ଣ କରିବ ସେନେଇ କୋଚିଂ ମିଳିଛି । ସର୍ବଦା ନିରନ୍ତର ରହିବାକୁ ସେ ପରାମର୍ଶ ଦେଉଥିଲେ ।

ପ୍ରସିଦ୍ଧ ଆହୁରି ମଧ୍ୟ କହିଛନ୍ତି ଯେ, ସବୁ ପରିସ୍ଥିତିରେ ସାବଧାନ ଓ ସତର୍କ କିପରି ରହିବାକୁ ହେବ ତାହା ମ୍ୟାକଗ୍ରା ବୁଝାଇଛନ୍ତି । ଏହା ଜଣେ ବୋଲର ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସୂଚନାଯୋଗ୍ୟ, ୩୧୮ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଦଳର ୪ ବ୍ୟାଟସମ୍ୟାନଙ୍କୁ ପ୍ରସିଦ୍ଧ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ । କର୍ଣ୍ଣାଟକର ଏହି ୨୫ ବର୍ଷୀୟ ବୋଲର ଜାସନ ରୟ, ବେନ୍ ଷ୍ଟୋକସ, ସାମ୍ ଓ୍ୱିଲିଙ୍ଗସ୍ ଓ ଟମ୍ କୁରନଙ୍କୁ ପ୍ୟାଭିଲିୟନ ପଠାଇଥିଲେ । ସେ ପ୍ରଥମ ତିନି ଓଭରରେ ୩୭ ରନ୍ ଦେଇଥିଲେ ମଧ୍ୟ ପରେ ଦମଦାର୍ ପ୍ରତ୍ୟାବର୍ତ୍ତନ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ