ଅପରାଧ ଦେଶ ବିଦେଶ

ଟେକ୍ସାସ୍‌ ପ୍ରବାସୀ ଆଶ୍ରୟସ୍ଥଳ ବାହାରେ ବସ୍‌କୁ ଅପେକ୍ଷା କରିଥିବା ଲୋକଙ୍କ ଉପରେ କାର୍‌ ମାଡ଼ିଯିବାରୁ ୭ ମୃତ; ଡ୍ରାଇଭର୍‌ ଗିରଫ

ବ୍ରାଉଞ୍ଜ୍‌ଭିଲ୍‌: ରବିବାର ଦିନ ଆମେରିକାର ଦକ୍ଷିଣ ଟେକ୍ସାସ୍‌ ଅନ୍ତର୍ଗତ ଏକ ପ୍ରବାସୀ ସହାୟତା କେନ୍ଦ୍ର ନିକଟରେ ଥିବା ‘ବସ୍‌ ଷ୍ଟପ୍‌’ରେ ପ୍ରତୀକ୍ଷାରତ ଦଳେ ଲୋକଙ୍କ ଉପରେ ଗୋଟାଏ କାର୍‌ ମାଡ଼ିଯିବାରୁ ଅନ୍ୟୂନ ୭ଜଣଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ଏହି ଘଟଣାକୁ ପୁଲିସ ଦୁର୍ଘଟଣା ବୋଲି କହୁଥିବା ବ‌େଳେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏଫ୍‌ପି’କୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, କାର୍‌ର ବେଗ ବଢ଼ାଇ ମାଡ଼ି ଆସିବା ପୂର୍ବରୁ ଡ୍ରାଇଭର୍‌ଜଣକ ପ୍ରତୀକ୍ଷାରତ ଲୋକଙ୍କ ଉଦ୍ଦେଶ୍ୟରେ ଗାଳିବର୍ଷଣ କରିଥିଲେ।

ସ୍ଥାନୀୟ ପୁଲିସର ଜଣେ ମୁଖପାତ୍ର ‘ଏଏଫ୍‌ପି’କୁ କହିଛନ୍ତି, ସକାଳ ପ୍ରାୟ ୮.୩୦ରେ ଗୋଟାଏ ଧୂସର ରଙ୍ଗର ‘ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲ୍‌’ ଟ୍ରାଫିକ୍‌ ରେଡ୍‌ ଲାଇଟ୍‌ ସଙ୍କେତ ଅମାନ୍ୟ କରି ବ୍ରାଉଞ୍ଜ୍‌ଭିଲ୍‌ରେ କେତେଜଣ ଲୋକଙ୍କ ଉପରେ ଚଢ଼ିଗଲା। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୧୦ଜଣ ଆହତ ହୋଇଛନ୍ତି।

Image Courtesy of NDTV

ସୂଚନାଯୋଗ୍ୟ, ‘ବିସପ୍‌ ଏନ୍‌ରିକ୍‌ ସାନ୍‌ ପିଡ୍ରୋ ଅଜାନାମ୍‌ ସେଣ୍ଟର୍‌’ ନାମକ ଏହି ଲାଭରହିତ ଆଶ୍ରୟସ୍ଥଳ ବାସହୀନ ଓ ପ୍ରବାସବାସୀମାନଙ୍କୁ ଆଶ୍ରୟ ଦିଏ। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ କେତେଜଣ ପ୍ରବାସବାସୀ ଥିଲେ ବୋଲି ବ୍ରାଉଞ୍ଜ୍‌ଭିଲ୍‌ ପୁଲିସ ବିଭାଗ କହିଛି।

ଦୁର୍ଘଟଣା ଘଟାଇଥିବା କାର୍‌ ଡ୍ରାଇଭର୍‌ଙ୍କୁ ଗିରଫ କରାଯାଇ ତାଙ୍କ ନାମରେ ବେପରୁଆ ଗାଡ଼ି ଚାଳନା ମାମଲା ରୁଜୁ କରାଯାଇଛି।

କିନ୍ତୁ, ଏହି ଦୁର୍ଘଟଣା ଉଦ୍ଦେଶ୍ୟମୂଳକ କି, ନୁହେଁ, ତାହା ଜଣାପଡ଼ିନାହିଁ। ‘ଦି ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ ଏହି ଘଟଣାର ତଦନ୍ତରେ ସହଯୋଗ କରୁଥିବା କଥା ପୁଲିସ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ