ଦେଶ ବିଦେଶ ସ୍ୱାସ୍ଥ୍ୟ

ଟିକାକରଣକୁ ନେଇ ଅନ୍ଧବିଶ୍ୱାସ: ଗୁଜବରେ ବିଶ୍ୱାସ କରୁଛନ୍ତି ଗାଁ ଲୋକେ, ଭାକସିନ ନେଲେ ହୋଇଯିବ ମୃତ୍ୟୁ

ରାଜସ୍ଥାନ ୨/୦୬ : କରୋନା ସଙ୍କଟ ମଧ୍ୟରେ, ଯେଉଁଠାରେ ଟିକାକରଣ ଅଭିଯାନକୁ ଜୋରଦାର କରାଯାଉଛି, ସେଠି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି । ଗ୍ରାମାଞ୍ଚଳରେ ଟିକାକୁ ନେଇ ଲୋକେ ଭୟ, ଅନ୍ଧବିଶ୍ୱାସ ଏବଂ ଗୁଜବକୁ ବିଶ୍ୱାସ କରୁଛନ୍ତି । ଡିସେମ୍ବର ସୁଦ୍ଧା ଭାରତର ସମସ୍ତ ବୟସ୍କ ଲୋକଙ୍କୁ ଟୀକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ଏଠାରେ ପରିସ୍ଥିତି ଅଲଗା । ଗ୍ରାମାଞ୍ଚଳର ଲୋକମାନେ ଏହି ଅଭିଯାନକୁ ବିରୋଧ କରୁଛନ୍ତି ।

ସେମାନଙ୍କର ବିଶ୍ୱାସ ଟିକାକରଣ ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହୁଛି । ଏପରିକି ଲୋକଙ୍କ ମୃତ୍ୟୁ ହେଉଥିବା ଗୁଜବକୁ ବିଶ୍ୱାସ କରୁଛନ୍ତି । ରାଜସ୍ଥାନ ଶେରଗଡରେ ଲୋକେ ଏପରି ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି । ଏଭଳି ପରିସ୍ଥିତିରେ ଜାତୀୟ ଗଣମାଧ୍ୟମ କିଛି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଟିକା ବିଷୟରେ ଲୋକଙ୍କର ଭୟ କ’ଣ ଜାଣିବାକୁ ଚେଷ୍ଟା କରିଥିଲେ ।

ରାଜସ୍ଥାନର ଅଶୋକ ଗେହଲଟ୍ ସରକାର ଗ୍ରାମାଞ୍ଚଳରେ କୋଭିଡ୍ ବିସ୍ତାର ଯାଞ୍ଚ ପାଇଁ ଏକ ଉଚ୍ଚାଭିଳାଷୀ ଯୋଜନା ଆରମ୍ଭ କରିଛନ୍ତି । ତଥାପି ଟିକାକରଣକୁ ନେଇ ଗାଁ ଗହଳି ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସହର ଯୋଧପୁରରେ ମଧ୍ୟ ସମାନ ଗୁଜବର ସମ୍ମୁଖୀନ ହୋଇଛି । ଏଠାରେ ଶେରଗଡ ଗ୍ରାମରେ ରୋଗ କିମ୍ୱା ଅନ୍ୟ କିଛି ହେଲେ ଲୋକେ ଗୁଣିଆ ପାଖକୁ ଯିବାକୁ ପସନ୍ଦ କରନ୍ତି ।

ହସ୍ପିଟାଲ ନଯାଇ ଗୁଣିଆଠାରୁ ଝଡାଫୁଙ୍କା କରିଥାନ୍ତି । ଏକ ଅଜବ ନୀତି ରହିଛି, ଯେଉଁଠି କୋଭିଡ କାରଣରୁ ପୁରୋହିତଙ୍କ ମୃତ୍ୟୁ ଗ୍ରାମବାସୀଙ୍କୁ ଅଶାନ୍ତ କରିଦେଇଛି । ଗାଁର ମୁଖିଆ କୁହନ୍ତି ସେମାନଙ୍କର ବିଶ୍ୱାସ ଯେ ଟିକା ନେବା ଦ୍ୱାରା ଲୋକଙ୍କ ମୃତ୍ୟୁ ହୋଇଥାଏ । ସେଥାପଇଁ ମୁଖିଆହ୍କ ସହ ପ୍ରାୟ ୩୦ରୁ ୪୦ ପରିବାର ଟିକା ନେଇନାହାଁନ୍ତି । …

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ