ନୂଆଦିଲ୍ଲୀ ୨/୦୬ : ଗତ ଦୁଇମାସ ଧରି ଭାରତରେ କରୋନାର ତୃତୀୟ ଲହର ସହ ଲଢେଇ କରୁଛି ପୂରା ଦେଶ । ଏଭଳି କଷ୍ଟ ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଯୁବରାଜ ସିଂଙ୍କ ସଂସ୍ଥା YOUWECAN ଭାରତରେ କୋଭିଡ -19 ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଭିନ୍ନ ଡାକ୍ତରଖାନାରେ ୧୦୦୦ ଶଯ୍ୟା ସ୍ଥାପନ କରିବାକୁ ଘୋଷଣା କରିଛି ।
ୱାନ ଡିଜିଟାଲ ଏନଣ୍ଟରଟେନମେଣ୍ଟ ସହ ସହଭାଗିତାରେ ଏହି ପଦକ୍ଷେପ ଆରମ୍ଭ କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ଅମ୍ଳଜାନ ସୁବିଧା, ଭେଣ୍ଟିଲେଟର ଏବଂ ଓ୍ୱାଇପିଏପି ମେସିନ୍ ଏବଂ କୋଭିଡ -19 ରୋଗୀଙ୍କ ଭଲ ଯତ୍ନ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଚିକିତ୍ସା ଉପକରଣ ସହିତ ସଜ୍ଜିତ ଶଯ୍ୟା ଯୋଗାଇ ଦିଆଯିବ । ଏହା ବ୍ୟତୀତ ଏହି ଅନୁଷ୍ଠାନ ସରକାରୀ ଡାକ୍ତରଖାନାଗୁଡ଼ିକର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟ କରିବ ।
ଯୁବରାଜ କହିଛନ୍ତି ଯେ କୋଭିଡ -19 ର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି । ସେ ଏକ ବିବୃତ୍ତିରେ କହିଛନ୍ତି, “ଆମେ ସମସ୍ତେ ଆମର ପ୍ରିୟଜନଙ୍କୁ ହରାଇଛୁ । ଅମ୍ଳଜାନ, ଆଇସିୟୁ ବେଡ୍ ଏବଂ ଅନ୍ୟାନ୍ୟ ଜରୁରୀ ଚିକିତ୍ସା ସୁବିଧା ପାଇଁ ସଂଘର୍ଷ କରୁଥିବା ଅସଂଖ୍ୟ ଲୋକଙ୍କୁ ଦେଖିଛୁ । ଏହା ମଧ୍ୟ ମୋତେ ଗଭୀର ଭାବରେ ପ୍ରଭାବିତ କରିଥିଲା ।