ଅପରାଧ ଦେଶ ବିଦେଶ

ଟିଏମସି ମନ୍ତ୍ରୀ ପାର୍ଥ ଚଟାର୍ଜିଙ୍କ ସମ୍ପର୍କୀୟଙ୍କ ଘରୁ ଜବତ ହେଲା ୨୦ କୋଟି ଟଙ୍କା, ବିଜେପି କହିଲା- ପିକଚର ଅଭି ବାକି ହୈ…

ନୂଆଦିଲ୍ଲୀ : ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି। ବିଜେପି ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, “ୟେ ତୋ ବେସ୍ ଟ୍ରେଲର ହୈ, ପିକଚର ଅଭି ବାକି ହୈ…

ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରି ଏଜୁକେଶନ ବୋର୍ଡ଼ ନିଯୁକ୍ତି ପରୀକ୍ଷାରେ ହୋଇଥିବା ମହାଘୋଟାଲାରେ ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ରେଡ୍‌ ହୋଇଥିଲା । ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍‌ ହୋଇଥିବା ବେଳେ କେବଳ ଅର୍ପିତା ମୁଖାର୍ଜୀଙ୍କ ଘରୁ 20 ଟଙ୍କା ନଜଗ ହୋଇଛି ଜବତ ହୋଇଛି। ଏସଏଏସି ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ବୋଲି ସନ୍ଦେହ କରାଯାଉଛି ।

ତେବେ ଟଙ୍କା ଗଣନା ପାଇଁ ବ୍ୟାଙ୍କ ଅଫିସରଙ୍କ ସହାୟତା ନିଆଯାଇଥିଲା। ଏତେ ଗୁଡ଼ିଏ ଟଙ୍କା ଗଣନା ପାଇଁ ଟଙ୍କା ଗଣନା ମେସିନକୁ ନିୟୋଜିତ କରାଯାଇଛି। ରେଡ୍‌ ବେଳେ ଅର୍ପିତାଙ୍କ ଘରୁ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ବାହାରିଛି। ଏହାସହ ଅର୍ପିତାଙ୍କ ଘରୁ ୨୦ଟି ମୋବାଇଲ ମଧ୍ୟ ଜବତ କରାଯାଇଛି।

ଏହି ଦୁର୍ନୀତି ସହ ଜଡିତ ବିଭିନ୍ନ ବ୍ୟକ୍ତିଙ୍କ ଘରୁ ଇଡି ଅପରାଧୀକ ଦଲିଲ, ରେକର୍ଡ, ସନ୍ଦେହଜନକ କମ୍ପାନୀର ବିବରଣୀ, ବୈଦ୍ୟୁତିକ ଉପକରଣ, ବିଦେଶୀ ମୁଦ୍ରା ଏବଂ ସୁନା ଉଦ୍ଧାର କରିଛି।

ଏହି ମାମଲାରେ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡି ରେଡ୍‌ କରିଛି ଏହାସହ ତାଙ୍କୁ ଖୋଜୁଛି। ସେହିପରି ଏସଏସସି ସ୍କାମରେ ପୂର୍ବରୁ ପାର୍ଥ ଚାଟାର୍ଜୀ ଏବଂ ପରେଶ ଅଧିକାରୀ ନାମକ ୨ ଜଣ ମନ୍ତ୍ରୀଙ୍କୁ ସିବିଆଇ ରେଡ୍‌ କରିଛି । ଏବେ ଇଡି ପାର୍ଥ ଚାଟାର୍ଜୀଙ୍କ ଏହି ଘୋଟାଲାରେ ସମ୍ପୃକ୍ତ ଥିବା ଏକାଧିକ ଅଧିକାରୀଙ୍କ ଘରେ ରେଡ୍ କରିଛି।

କଲିକତା ହାଇକୋର୍ଟ ଆବେଦନ ପତ୍ରରେ ଗ୍ରୁପ୍ ‘ସି’ ଏବଂ ‘ଡି’ କର୍ମଚାରୀଙ୍କ ନିଯୁକ୍ତି ସ୍କାମ, IX-XII ଶ୍ରେଣୀର ସହକାରୀ ଶିକ୍ଷକ ଏବଂ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ସ୍କାମରେ ତଦନ୍ତ କରିବାକୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାଗୁଡ଼ିକରେ ଅଣ-ଶିକ୍ଷକ କର୍ମଚାରୀ (ଗ୍ରୁପ୍ ସି ଏବଂ ଡି), ଶିକ୍ଷକ କର୍ମଚାରୀ [ସହକାରୀ ଶିକ୍ଷକ (ଶ୍ରେଣୀ IX-XII) ଏବଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ବେଆଇନ ନିଯୁକ୍ତି ସହିତ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ମାମଲା ଅନୁସନ୍ଧାନ କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ