ଅପରାଧ ରାଜ୍ୟ

ଜମା କରିଥିବା ଟଙ୍କା ଫେରି ପାଉନାହାନ୍ତି ଜମାକାରୀ, ସାହାରା ଇଣ୍ଡିଆ ଅଫିସରେ ପକାଇଲେ ତାଲା

କେନ୍ଦୁଝର, ୦୬/୦୬: କେନ୍ଦୁଝର ସାହାରା ଇଣ୍ଡିଆ ଅଫିସରେ ତାଲା ପକାଇଲେ ଉତ୍ତ୍ୟକ୍ତ ଜମାକାରୀ । ବର୍ଷ ବର୍ଷ ଧରି ଏହି ସଂସ୍ଥାରେ ଜମା ରଖିଥିବା ଟଙ୍କାର ଉଠାଣ ତାରିଖ ହୋଇଥିଲେ ସୁଦ୍ଧା ପଇସା ଫେରାଉ ନାହିଁ ସଂସ୍ଥା । ପଇସା ଫେରି ନପାଇ ବାପା ମଲେ, ଭଉଣୀର ବାହାଘର ପାଇଁ ପଇସା ଦରକାର, ପୁଅର ପାଠ ପଢା ପାଇଁ ପଇସା ଦରକାର । ହେଲେ ସାହାରା ଇଣ୍ଡିଆ ସଂସ୍ଥାର ଅଧିକାରୀମାନେ କିଛି ଶୁଣୁନାହାନ୍ତି କି ପଇସା ମଧ୍ୟ ଦେଉନାହାନ୍ତି । ଏପରି କିଛି ଅଭିଯୋଗରେ ସାହାରା ଅଫିସରେ ତାଲା ପକାଇଛନ୍ତି କିଛି ଗ୍ରାହକ ।

ସାହାରା ଇଣ୍ଡିଆ ସଂସ୍ଥାରେ ପଇସା ଜମା ରଖିଲେ ଆକର୍ଷଣୀୟ ସୁଦ୍ଧ, ଲୋନ ଆଦି ଅନେକ ସୁବିଧା ଓ ଲାଭ ମିଳିବାର ଲୋଭ ଦେଖାଇ ଲୋକମାନଙ୍କଠାରୁ କୋଟି କୋଟି ଟଙ୍କା ଜମା ରଖିଲା ସଂସ୍ଥା । ହେଲେ ଗତ କିଛି ବର୍ଷ ହେବ ଗ୍ରାହକଙ୍କ ଠାରୁ ପଇସା ଆଦାୟ କରୁଛି । ହେଲେ ମ୍ୟାଚୁରିଟି ହେବା ପରେ ମଧ୍ୟ ପଇସା ଫେରାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ଏପରିକି କିଛି ଲୋକଙ୍କର ମ୍ୟାଚୁରିଟି ଟଙ୍କା ପୁରା ନ ଫେରାଇ ଅଧା ପଇସାର ପୁଣି ଡିପୋଜିଟ ରଖୁଛନ୍ତି ଓ ସେହି ଡିପୋଜିଟ ମଧ୍ୟ ଏବେ ବର୍ଷେ ହେବ ମ୍ୟାଚୁରିଟି ହେଲାଣି ତଥାପି ପାଇସା ଫେରାଉ ନଥିବା ଅଭିଯୋଗ ହେଉଛି । ଏପରିକି ପଇସା ରଖିଥିବା ଲୋକେ ପଇସା ନପାଇ ଭଉଣୀ ବାହାଘର କି ପିଲାଙ୍କର ପଠ ପଢ଼ା ଖର୍ଚ୍ଚ ତୁଲାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ପ୍ରତିଦିନ ଏକାଧିକ ଗ୍ରାହକ ଏହି ସଂସ୍ଥାର ଅଫିସ୍‌କୁ ଆସି ନିରାଶ ହୋଇ ଫେରୁଛନ୍ତି । ଫଳରେ କିଛି ଲୋକ ଆଜି ସେମାନଙ୍କ ପଇସା ଫେରାଇବା ଦାବିରେ ଅଫିସରେ ତାଲା ପକାଇଛନ୍ତି ।

ସେପଟେ କନ୍ଦୁଝର ସାହାରା ଇଣ୍ଡିଆ ଶାଖାର ସେକ୍ଟର ମ୍ୟାନେଜର ସୁପ୍ରିମ କୋର୍ଟରେ କେଶ ଅଛି । ହେଡ ଅଫିସରୁ ପଇସା ଆସିଲେ ଦେବୁ କିହି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।