ଅପରାଧ ରାଜ୍ୟ

ଜବତ ଟ୍ରାକ୍ଟର ମୁକୁଳାଇବାକୁ ଲାଞ୍ଚ ନେଲେ ୨୦ ହଜାର, ଟଙ୍କା ନେବା ପରେ ଧରାଛୁଆଁ ଦେଉନାହାନ୍ତି ଫରେଷ୍ଟ ଗାର୍ଡ

ଉମରକୋଟ ୧୮।୧୦ : ଜବତ ଟ୍ରାକ୍ଟର ମୁକୁଳାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ। ଅଫିସର ଜବତ କରିଛନ୍ତି ଟ୍ରାକ୍ଟର, କିନ୍ତୁ ତାକୁ ମୁକୁଳେଇବା ପାଇଁ ଲାଞ୍ଚ ମାଗୁଛନ୍ତି ତଳିଆ କର୍ମଚାରୀ। ଶେଷରେ ୨୦ ହଜାର ଟଙ୍କା ଲାଞ୍ଚ ନେଇ ମଧ୍ୟ ଛାଡ଼ିଲେନି ଟ୍ରାକ୍ଟର । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରୁ ଆସିଛି ଏପରି ଅଭିଯୋଗ ।

ଖବର ଅନୁଯାୟୀ, ଗତ ଜୁଲାଇ ୨୧ ତାରିଖ ଦିନ ହାତୀଗାଁ ସଂରକ୍ଷିତ ଜଙ୍ଗଲରେ ଚାଷ କାମ ଚାଲିଥିବା ସମୟରେ ଚାଷ କାର୍ଯ୍ୟରେ ଲାଗିଥିବା ଏକ ନମ୍ବର ବିହୀନ ଟ୍ରାକ୍ଟର ଜବତ କରିବା ସହ ଟ୍ରାକ୍ଟର ମାଲିକ ରୂପଚାନ୍ଦ ଗଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ରାଇଘର ବନ ବିଭାଗ। ରୂପଚାନ୍ଦ ଗଣ୍ଡ କୋର୍ଟରୁ ଜାମିନରେ ଆସିବା ପରେ ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀ ଟ୍ରାକ୍ଟରଟିକୁ ମୁକୁଲେଇ ଦେବି ବୋଲି କହିଥିଲେ । ଏହି କାମ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ୨୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କହି ତାଙ୍କ ଠାରୁ ଅନଲାଇନରେ ୧୧ ହଜାର ଟଙ୍କା ଓ ନଗଦ ୯ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

ତେବେ ଟଙ୍କା ଦେବାର ପ୍ରାୟ ଦୁଇ ମାସ ହେବାକୁ ଗଲାଣି କିନ୍ତୁ ଫରେଷ୍ଟ ଗାର୍ଡ ଭୁବନେଶ ପୂଜାରୀ ଆଉ ଧରା ଛୁଆଁ ଦେଉନାହାନ୍ତି ବୋଲି ଋପଚାନ୍ଦ ଗଣମାଧ୍ୟମ ଆଗରେ କହିଛନ୍ତି । ଏ ସମ୍ପର୍କରେ ସଂପୃକ୍ତ ଗାର୍ଡ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ଗାର୍ଡଙ୍କ ମୋବାଇଲ ସୁଇଚ୍ ଅଫ୍ ରହିଛି। ଅନ୍ୟ ପକ୍ଷରେ ଘଟଣା ସମ୍ପର୍କ ରେ ରାଇଘର ରେଞ୍ଜର ତନୁଜା କାର୍ତିକଙ୍କୁ ପଚାରିବାରୁ ପ୍ରଥମେ କଥାକୁ ଏଡାଇ ଦେଇଥିଲେ । ପରେ କହିଛନ୍ତି ଯଦି ଗାଡ଼ି ସିଜ୍ ହୁଏ ତାହା ସେମିତିରେ ରିଲିଜ୍ ହୁଏନି । ଯଦି ଗାର୍ଡ ତାଙ୍କ ଠାରୁ ଲାଞ୍ଚ ନେଇଛନ୍ତି ତାହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।