ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଚୀନ୍‌ ଆକ୍ରମଣ ଭୟ: ଗୋଟିଏ ଲଢୁଆ ବିମାନ ନିଖୋଜ ହେବାରୁ ଯାଞ୍ଚ ଲାଗି ୧୫୦ଟିଯାକ ଏଫ୍-୧୬ ଲଢୁଆ ବିମାନ ଉଡ଼ାଣ ବନ୍ଦ କଲା ତାଇୱାନ୍

ତାଇପେଇ (ତାଇୱାନ୍): ସାମରିକ ଅଭ୍ୟାସ ବେଳେ ଗୋଟିଏ ଲଢୁଆ ବିମାନ ନିଖୋଜ ହେବା ପରେ ନିରାପତ୍ତା ଯାଞ୍ଚ ନିମନ୍ତେ ତାଇୱାନ୍ ତା’ର ସମସ୍ତ ଏଫ୍-୧୬ ଲଢୁଆ ବିମାନଗୁଡ଼ିକର ଉଡ଼ାଣ ବନ୍ଦ କରାଇଥିବା କଥା ବୁଧବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ତାଇୱାନ ଆକାଶରୁ ୧୫୦ଟିଯାକ ଲଢୁଆ ବିମାନ ପ୍ରତ୍ୟାହାର କରିବା ନିଷ୍ପତ୍ତି ଫଳରେ ଚୀନ୍‌ ଲଢୁଆ ଜେଟ୍‌ଗୁଡ଼ିକୁ ଚେତାବନୀ ଦେବାକୁ ତା’ ପାଖରେ ସୀମିତ ସଂଖ୍ୟକ ଲଢୁଆ ବିମାନ ରହିଲା। ଗତ କିଛି ମାସ ହେବ ଗଣତାନ୍ତ୍ରିକ ଦ୍ବୀପ ତାଇୱାନ୍‌ ଚାରିପଟେ ଚୀନ୍‌ର ଲଢୁଆ ବିମାନ ସବୁ ପଇନ୍ତରା ମାରୁଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ କି, ଚୀନ୍‌ ଆକ୍ରମଣ ପ୍ରତି ତାଇୱାନ୍ର ସର୍ବଦା ଭୟ ରହିଛି। ଚୀନ୍‌ ତାଇୱାନ୍‌କୁ ନିଜ ଅଞ୍ଚଳ ବୋଲି ଦାବି କରିବା ସହ ଆବଶ୍ୟକ ହେଲେ ବଳପୂର୍ବକ ଦିନେ ନା ଦିନେ ଦଖଲ କରିନେବାକୁ ପ୍ରତିଜ୍ଞା କରିଛି।

ତାଇୱାନ୍ ବାୟୁସେନା କହିଛି ଯେ, ମଙ୍ଗଳବାର ରାତିରେ ପୂର୍ବ ତାଇୱାନ୍‌ର ହୁଆଲିଏନ୍‌ ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିବାର ଦୁଇ ମିନିଟ ପରେ ପ୍ରାୟ ୬୦୦୦ ଫୁଟ୍‌ ଉଚ୍ଚରୁ ୪୪ ବର୍ଷିୟ ପାଇଲଟ୍‌ ଚଳାଉଥିବା ଏକଆସନବିଶିଷ୍ଟ ଏଫ୍-୧୬ ବିମାନଟି ରାଡାର୍‌ରୁ ଅଦୃଶ୍ୟ ହୋଇଯାଇଥିଲା।

Image Courtesy of Al Jajeera
ପ୍ରାୟ ତିନି ସପ୍ତାହ ପୂର୍ବେ ତାଲିମ ସମୟରେ ଗୋଟାଏ ଏଫ୍-୫ଇ ଲଢୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ମଧ୍ୟକୁ ଖସିପଡ଼ିଥିଲା। ସେତେବେଳେ ମଧ୍ୟ ଯାଞ୍ଚ ଲାଗି ବାକି ସମସ୍ତ ଏଫ୍-୧୬ ଜେଟ୍‌ ଉଡ଼ାଣ ବନ୍ଦ କରାଯାଇଥିଲା।

ରାଷ୍ଟ୍ରପତି ସାଇ ଇଙ୍ଗ୍‌-ୱେନ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ଏବେ ଉଦ୍ଧାର ଅଭିଯାନ ଆମ ଲାଗି ଗୁରୁତ୍ବପୂର୍ଣ୍ଣ। ଯାଞ୍ଚ ପାଇଁ ବାୟୁସେନା ସମସ୍ତ ଏଫ୍-୧୬ ଲଢୁଆ ବିମାନ ଉଡ଼ାଣ ବନ୍ଦ କରାଇଛି। ଦୁର୍ଘଟଣାର କାରଣ ତଦନ୍ତ କରିବାକୁ ମୁଁ ନିର୍ଦେଶ ଦେଇଛି।

ତାଇୱାନ୍‌ର ଲଢୁଆ ବିମାନଗୁଡ଼ିକ ପୁରୁଣା ହୋଇଥିବାରୁ ଚୀନ୍‌ ଲଢୁଆ ବିମାନ ସମକକ୍ଷ ନୁହନ୍ତି। ଏଫ୍‌-୧୬ ବ୍ୟତିରେକେ, ତାଇୱାନ୍‌ ପାଖରେ ସ୍ବଦେଶ ନିର୍ମିତ ଡିଫେନ୍‌ସ୍‌ ଫାଇଟର୍‌, ଫ୍ରାନ୍ସ୍‌ ନିର୍ମିତ ୧୯୯୦ର ମିରେଜ୍‌ ଏବଂ ୧୯୭୦ ନିର୍ମିତ ଏଫ୍୫-ଇ ଲଢୁଆ ବିମାନ ଅଛି।

୧୯୯୭ ମସିହାରୁ ଯୁକ୍ତରା‌ଷ୍ଟ୍ର ଆମେରିକା ଠାରୁ ଖରିଦ କରିବା ସମୟରୁ ଏଯାବତ୍‌ ତାଇୱାନ୍‌ର ୭ଟି ଏଫ୍-୧୬ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ