ରାଜ୍ୟ ସ୍ପେଶାଲ ରିପୋର୍ଟ

ଚମକିଲେ ଉତ୍ତର ଓଡ଼ିଶାର ୩ ଝିଅ: ପ୍ରଣିତାଙ୍କୁ ୪୨, ସୁଶ୍ରୀ ଶୁଭାଙ୍ଗୀଙ୍କୁ ୨୪୮ ଓ ରଶ୍ମିଙ୍କୁ ୪୦୫ତମ ସ୍ଥାନ

ବାରିପଦା/ସାରସକଣା/ଭଦ୍ରକ/ଜଳେଶ୍ୱର: ଆଜି ୟୁପିଏସ୍‌ସି ଦ୍ବାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ୯୩୩ ଜଣଙ୍କ ମେଧା ତାଲିକାରେ ଉତ୍ତର ଓଡ଼ିଶାର ୩ ଜଣ ଝିଅ ସ୍ଥାନ ହାସଲ କରିଛନ୍ତି। ସେମାନେ ହେଲେ; ମୟୂରଭଞ୍ଜ ଜିଲ୍ଲାର ପ୍ରଣିତା ଦାଶ, ଭଦ୍ରକ ଜିଲ୍ଲାର ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ଏବଂ ବାଲେଶ୍ବର ଜିଲ୍ଲାର ରଶ୍ମି ପ୍ରଧାନ। ଏହି ସଫଳତା ପାଇବା ପରେ ସମସ୍ତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।

ମୟୂରଭଞ୍ଜର ପ୍ରଣିତା ଦାଶ ପରୀକ୍ଷାରେ ୪୨ତମ ସ୍ଥାନ ଅଧିକାର କରିଛନ୍ତି। ସେ ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ପ୍ରଣିତା ନିଜ ସଫଳତାର ଶ୍ରେୟ ବଡ଼ବାପା ଜଷ୍ଟିସ୍‌ ଦେବବ୍ରତ ଦାଶଙ୍କ ସହ ବଡ଼ମାଆ, ବାପାମାଆ ଓ ଭାଇ ଆଇନଜୀବୀ ସିଦ୍ଧାର୍ଥ ଦାଶଙ୍କୁ ଦେଇଛନ୍ତି। ଆତ୍ମବିଶ୍ୱାସ ଥିଲେ ସଫଳତାକୁ କେହି ଅଟକାଇ ପାରିବେନି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ପ୍ରଣିତା ଏବେ ଲଣ୍ଡନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ପଢୁଛନ୍ତି। ବାପା ସିଦ୍ଧାର୍ଥ ଦାଶ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଥିବା ବେଳେ ବଡ଼ବାପା ଜଷ୍ଟିସ୍‌ ଦେବବ୍ରତ ଦାଶ ହାଇକୋର୍ଟର ବିଚାରପତି ଅଛନ୍ତି। ସେହ‌ିପରି ଜେଜେବାପା ସ୍ବର୍ଗତ ହରେକୃଷ୍ଣ ଦାଶ ଜଣେ ଖ୍ୟାତନାମା ଆଇନଜୀବୀ ଥିଲେ। ପ୍ରଣିତାଙ୍କ ପୈତୃକ ଘର ସାରସକଣା ବ୍ଲକ୍‌ ରାଜାଲୋକା ଗ୍ରାମ‌ରେ। ହେଲେ ଏବେ ସପରିବାର ବାରିପଦାରେ ରହୁଛନ୍ତି।

ସେହିପରି, ଭଦ୍ରକର ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ପରୀକ୍ଷାରେ ୨୪୮ତମ ସ୍ଥାନ ଅଧିକାର କରିଛନ୍ତି। ଭଦ୍ରକ ବଙ୍କସାହିବାସୀ ସତ୍ୟନାରାୟଣ ଖୁଣ୍ଟିଆଙ୍କ ଏକମାତ୍ର ଝିଅ ହେଉଛନ୍ତି ସୁଶ୍ରୀ ଶୁଭାଙ୍ଗୀ। ସତ୍ୟନାରାୟଣ ଭଦ୍ରକ ସହରରେ ଏକ ସାଇବର କେଫେ କରି ପରିବାର ପ୍ରତିପୋଷଣ କରନ୍ତି। ଶୁଭାଙ୍ଗୀ ପରୀକ୍ଷା ପାଇଁ ଦିନକୁ ପ୍ରାୟ ୮ ଘଣ୍ଟା ପରିଶ୍ରମ କରୁଥିବା ବେଳେ ନିଜ ସଫଳତାର ସମସ୍ତ ଶ୍ରେୟ ପରିବାର ସଦସ୍ୟଙ୍କୁ ଦେଇଛନ୍ତି। ଶୁଭାଙ୍ଗୀ ପୂର୍ବରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୯୭ତମ ସ୍ଥାନ ଅଧିକାର କରିଥିଲେ। ସେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ନେବା ସହ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ।

ମେଧାବୀ ତାଲିକାରେ ୪୦୫ ନମ୍ବର ସ୍ଥାନରେ ରହିଛନ୍ତି ବାଲେଶ୍ବରର ରଶ୍ମି ପ୍ରଧାନ। ତାଙ୍କ ଘର ଜଳେଶ୍ୱର ବ୍ଲକ୍‌ ଅଧୀନ ଝାଡ଼ପିପଳ ଗାଁରେ। ସେ ରାଧାଶ୍ୟାମ ପ୍ରଧାନ ଏବଂ ମୀନା କୁମାରୀ ପ୍ରଧାନଙ୍କ ବଡ଼ଝିଅ। ରାଧାଶ୍ୟାମ ଜଳସମ୍ପଦ ବିଭାଗରେ ଜଣେ ବରିଷ୍ଠ ରସାୟନବିତ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ୧୯୯୮ ମସିହାରୁ ପରିବାର ସହ ଭୁବନେଶ୍ୱରର ଜଗନ୍ନାଥ ବିହାର ଅଞ୍ଚଳରେ ରହି ଆସୁଛନ୍ତି। ୨୪ ବର୍ଷ ବୟସ୍କ ରଶ୍ମି ଭୁବନେଶ୍ୱରସ୍ଥିତ ଡିଏଭି ସ୍କୁଲ୍‌ରେ ପ୍ରାଥମିକ ଶିକ୍ଷା ଶେଷ କରିବା ସହ ଭୁବନେଶ୍ୱର ଓୟୁଏଟିରୁ ବିଏସ୍‌ସି (ଏଜି)ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେ ନୂଆଦିଲ୍ଲୀରେ ରହି ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।