Subscribe to Updates

    Get the latest creative news from FooBar about art, design and business.

    What's Hot

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023
    Facebook Twitter Instagram
    Trending
    • ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି
    • ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର
    • ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା
    • ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ
    • ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ
    • ବଦଳିବ ଭିତରକନିକାର ରୂପରେଖ
    • କାଜୁ କେଜି ୫ ହଜାର, ଚାଷୀ ପାଉଛି ୭୦
    • ଜାତୀୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା: ବ୍ରହ୍ମପୁର ଜେଲ୍‌ର ବନ୍ଦୀ ହେଲେ ପ୍ରଥମ
    Monday, May 29
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»ଚମକିଲେ ଉତ୍ତର ଓଡ଼ିଶାର ୩ ଝିଅ: ପ୍ରଣିତାଙ୍କୁ ୪୨, ସୁଶ୍ରୀ ଶୁଭାଙ୍ଗୀଙ୍କୁ ୨୪୮ ଓ ରଶ୍ମିଙ୍କୁ ୪୦୫ତମ ସ୍ଥାନ
    ରାଜ୍ୟ

    ଚମକିଲେ ଉତ୍ତର ଓଡ଼ିଶାର ୩ ଝିଅ: ପ୍ରଣିତାଙ୍କୁ ୪୨, ସୁଶ୍ରୀ ଶୁଭାଙ୍ଗୀଙ୍କୁ ୨୪୮ ଓ ରଶ୍ମିଙ୍କୁ ୪୦୫ତମ ସ୍ଥାନ

    NewsLaxmi7By NewsLaxmi7May 24, 2023Updated:May 24, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    ବାରିପଦା/ସାରସକଣା/ଭଦ୍ରକ/ଜଳେଶ୍ୱର: ଆଜି ୟୁପିଏସ୍‌ସି ଦ୍ବାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛି। ୯୩୩ ଜଣଙ୍କ ମେଧା ତାଲିକାରେ ଉତ୍ତର ଓଡ଼ିଶାର ୩ ଜଣ ଝିଅ ସ୍ଥାନ ହାସଲ କରିଛନ୍ତି। ସେମାନେ ହେଲେ; ମୟୂରଭଞ୍ଜ ଜିଲ୍ଲାର ପ୍ରଣିତା ଦାଶ, ଭଦ୍ରକ ଜିଲ୍ଲାର ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ଏବଂ ବାଲେଶ୍ବର ଜିଲ୍ଲାର ରଶ୍ମି ପ୍ରଧାନ। ଏହି ସଫଳତା ପାଇବା ପରେ ସମସ୍ତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।

    ମୟୂରଭଞ୍ଜର ପ୍ରଣିତା ଦାଶ ପରୀକ୍ଷାରେ ୪୨ତମ ସ୍ଥାନ ଅଧିକାର କରିଛନ୍ତି। ସେ ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ପ୍ରଣିତା ନିଜ ସଫଳତାର ଶ୍ରେୟ ବଡ଼ବାପା ଜଷ୍ଟିସ୍‌ ଦେବବ୍ରତ ଦାଶଙ୍କ ସହ ବଡ଼ମାଆ, ବାପାମାଆ ଓ ଭାଇ ଆଇନଜୀବୀ ସିଦ୍ଧାର୍ଥ ଦାଶଙ୍କୁ ଦେଇଛନ୍ତି। ଆତ୍ମବିଶ୍ୱାସ ଥିଲେ ସଫଳତାକୁ କେହି ଅଟକାଇ ପାରିବେନି ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି। ପ୍ରଣିତା ଏବେ ଲଣ୍ଡନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ପଢୁଛନ୍ତି। ବାପା ସିଦ୍ଧାର୍ଥ ଦାଶ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଥିବା ବେଳେ ବଡ଼ବାପା ଜଷ୍ଟିସ୍‌ ଦେବବ୍ରତ ଦାଶ ହାଇକୋର୍ଟର ବିଚାରପତି ଅଛନ୍ତି। ସେହ‌ିପରି ଜେଜେବାପା ସ୍ବର୍ଗତ ହରେକୃଷ୍ଣ ଦାଶ ଜଣେ ଖ୍ୟାତନାମା ଆଇନଜୀବୀ ଥିଲେ। ପ୍ରଣିତାଙ୍କ ପୈତୃକ ଘର ସାରସକଣା ବ୍ଲକ୍‌ ରାଜାଲୋକା ଗ୍ରାମ‌ରେ। ହେଲେ ଏବେ ସପରିବାର ବାରିପଦାରେ ରହୁଛନ୍ତି।

    ସେହିପରି, ଭଦ୍ରକର ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ପରୀକ୍ଷାରେ ୨୪୮ତମ ସ୍ଥାନ ଅଧିକାର କରିଛନ୍ତି। ଭଦ୍ରକ ବଙ୍କସାହିବାସୀ ସତ୍ୟନାରାୟଣ ଖୁଣ୍ଟିଆଙ୍କ ଏକମାତ୍ର ଝିଅ ହେଉଛନ୍ତି ସୁଶ୍ରୀ ଶୁଭାଙ୍ଗୀ। ସତ୍ୟନାରାୟଣ ଭଦ୍ରକ ସହରରେ ଏକ ସାଇବର କେଫେ କରି ପରିବାର ପ୍ରତିପୋଷଣ କରନ୍ତି। ଶୁଭାଙ୍ଗୀ ପରୀକ୍ଷା ପାଇଁ ଦିନକୁ ପ୍ରାୟ ୮ ଘଣ୍ଟା ପରିଶ୍ରମ କରୁଥିବା ବେଳେ ନିଜ ସଫଳତାର ସମସ୍ତ ଶ୍ରେୟ ପରିବାର ସଦସ୍ୟଙ୍କୁ ଦେଇଛନ୍ତି। ଶୁଭାଙ୍ଗୀ ପୂର୍ବରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୯୭ତମ ସ୍ଥାନ ଅଧିକାର କରିଥିଲେ। ସେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ନେବା ସହ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ।

    ମେଧାବୀ ତାଲିକାରେ ୪୦୫ ନମ୍ବର ସ୍ଥାନରେ ରହିଛନ୍ତି ବାଲେଶ୍ବରର ରଶ୍ମି ପ୍ରଧାନ। ତାଙ୍କ ଘର ଜଳେଶ୍ୱର ବ୍ଲକ୍‌ ଅଧୀନ ଝାଡ଼ପିପଳ ଗାଁରେ। ସେ ରାଧାଶ୍ୟାମ ପ୍ରଧାନ ଏବଂ ମୀନା କୁମାରୀ ପ୍ରଧାନଙ୍କ ବଡ଼ଝିଅ। ରାଧାଶ୍ୟାମ ଜଳସମ୍ପଦ ବିଭାଗରେ ଜଣେ ବରିଷ୍ଠ ରସାୟନବିତ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ୧୯୯୮ ମସିହାରୁ ପରିବାର ସହ ଭୁବନେଶ୍ୱରର ଜଗନ୍ନାଥ ବିହାର ଅଞ୍ଚଳରେ ରହି ଆସୁଛନ୍ତି। ୨୪ ବର୍ଷ ବୟସ୍କ ରଶ୍ମି ଭୁବନେଶ୍ୱରସ୍ଥିତ ଡିଏଭି ସ୍କୁଲ୍‌ରେ ପ୍ରାଥମିକ ଶିକ୍ଷା ଶେଷ କରିବା ସହ ଭୁବନେଶ୍ୱର ଓୟୁଏଟିରୁ ବିଏସ୍‌ସି (ଏଜି)ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେ ନୂଆଦିଲ୍ଲୀରେ ରହି ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

    Share. Facebook Twitter LinkedIn WhatsApp Email
    Previous Articleଝିମିଟି ଖେଳରୁ ଝିକିଝିକିରେ ନରସଂହାର: ବର୍ଷେ ଭିତରେ ୩ ଗଣହତ୍ୟା
    Next Article ଶିବାଳୟରେ ଗଞ୍ଜେଇ ମନା: ନିର୍ଦ୍ଦେଶ ଜାରି କଲା ସଂସ୍କୃତି ବିଭାଗ
    NewsLaxmi7
    • Website

    Related Posts

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ଅପରାଧ

    ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

    May 29, 2023

    ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ…

    ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

    May 29, 2023

    ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

    May 29, 2023

    ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

    May 29, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଦେଶରେ କମିବା ପରେ ପୁଣି ବଢିଲା କରୋନା ସଂକ୍ରମଣ, ଗତ ୨୪ଘଣ୍ଟାରେ ୨୬୩୮୨ କୋଭିଡ଼ ସଂକ୍ରମିତ ଚିହ୍ନଟ

    December 16, 2020

    ଖାଲି ପେଟରେ ଚା’ ପିଉଛନ୍ତି କି, ତେବେ ହୋଇ ଯାଆନ୍ତୁ ସାବଧାନ!

    October 25, 2020

    ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି

    November 28, 2022
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.