ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗ୍ୟାଙ୍ଗଷ୍ଟର ସଂଜୀବ ଜୀବାକୁ ଲକ୍ଷ୍ନୌ କୋର୍ଟରେ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନ୍‌ସାରୀଙ୍କ ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଂଜୀବ ମାହେଶ୍ବରୀ ଜୀବାକୁ ଆଜି ଲକ୍ଷ୍ନୌ କୋର୍ଟ ପରିସରରେ ଗୁଳିକରି ହତ୍ୟା କରାଯାଇଛି। କୋର୍ଟ ରୁମ୍‌ ବାହାରେ ଆଜି ଏହି ଘଟଣା ଘଟିଛି। ବିଜେପି ବିଧାୟକ ବ୍ରହ୍ମା ଦତ୍ତ ଦ୍ବିବେଦୀଙ୍କ ହତ୍ୟା ମାମଲାରେ ସଂଜୀବ ଜୀବା ଜଣେ ଅଭିଯୁକ୍ତ। ଆଜି ଏହି ଅପରାଧିକ ମାମଲାରେ ସଂଜୀବକୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଓକିଲ ବେଶରେ ଆସିଥିବା ଜଣେ ବ୍ୟକ୍ତି ସଂଜୀବ ଜୀବା ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲା। ଘଟଣାସ୍ଥଳରେ ହିଁ ସଂଜୀବର ମୃତ୍ୟୁ ଘଟିଛି ଏବଂ ଏହି ମାମଲାରେ ଲକ୍ଷ୍ନୌ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି। ଅଭିଯୁକ୍ତର ନାଁ ବିଜୟ ଯାଦବ। ଉକ୍ତ ଘଟଣାରେ ଜଣେ ଜଣେ ପୁଲିସ କନେଷ୍ଟବଳ ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଲକ୍ଷ୍ନୌ ସିଭିଲ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଇତିମଧ୍ୟରେ ଲକ୍ଷ୍ନୌ କୋର୍ଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସଂଜୀବ ୫୦ରୁ ଅଧିକ ସଂଗୀନ ଅପରାଧରେ ସଂପୃକ୍ତ। ଅଣ୍ଡରୱାର୍ଲ୍ଡରେ ବିଗତ ୫ ବର୍ଷ ମଧ୍ୟରେ ସଂଜୀବର ପ୍ରଭାବ ବଢ଼ିଚାଲିଥିଲା। ଅନ୍ୟତମ କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ମଧ୍ୟ ସେ ଘନିଷ୍ଠ ସହଯୋଗୀ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ