ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନ୍ସାରୀଙ୍କ ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଂଜୀବ ମାହେଶ୍ବରୀ ଜୀବାକୁ ଆଜି ଲକ୍ଷ୍ନୌ କୋର୍ଟ ପରିସରରେ ଗୁଳିକରି ହତ୍ୟା କରାଯାଇଛି। କୋର୍ଟ ରୁମ୍ ବାହାରେ ଆଜି ଏହି ଘଟଣା ଘଟିଛି। ବିଜେପି ବିଧାୟକ ବ୍ରହ୍ମା ଦତ୍ତ ଦ୍ବିବେଦୀଙ୍କ ହତ୍ୟା ମାମଲାରେ ସଂଜୀବ ଜୀବା ଜଣେ ଅଭିଯୁକ୍ତ। ଆଜି ଏହି ଅପରାଧିକ ମାମଲାରେ ସଂଜୀବକୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଓକିଲ ବେଶରେ ଆସିଥିବା ଜଣେ ବ୍ୟକ୍ତି ସଂଜୀବ ଜୀବା ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲା। ଘଟଣାସ୍ଥଳରେ ହିଁ ସଂଜୀବର ମୃତ୍ୟୁ ଘଟିଛି ଏବଂ ଏହି ମାମଲାରେ ଲକ୍ଷ୍ନୌ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି। ଅଭିଯୁକ୍ତର ନାଁ ବିଜୟ ଯାଦବ। ଉକ୍ତ ଘଟଣାରେ ଜଣେ ଜଣେ ପୁଲିସ କନେଷ୍ଟବଳ ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଲକ୍ଷ୍ନୌ ସିଭିଲ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଇତିମଧ୍ୟରେ ଲକ୍ଷ୍ନୌ କୋର୍ଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସଂଜୀବ ୫୦ରୁ ଅଧିକ ସଂଗୀନ ଅପରାଧରେ ସଂପୃକ୍ତ। ଅଣ୍ଡରୱାର୍ଲ୍ଡରେ ବିଗତ ୫ ବର୍ଷ ମଧ୍ୟରେ ସଂଜୀବର ପ୍ରଭାବ ବଢ଼ିଚାଲିଥିଲା। ଅନ୍ୟତମ କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ମଧ୍ୟ ସେ ଘନିଷ୍ଠ ସହଯୋଗୀ ।
Trending
- ବ୍ୟାଙ୍କ୍ ମ୍ୟାନେଜରଙ୍କୁ ପୁଲିସର ପଚରାଉଚରା ଜାରି: ନିଖୋଜ ପଛର ରହସ୍ୟରୁ ପରଦା ହଟିବ କେବେ?
- ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ: ସିଏମଓ କହିଲେ କଣ କେବଳ ଜଣେ ବ୍ୟକ୍ତିଙ୍କୁ ବୁଝାଏ?
- ଅଧାରୁ ଅଶାନ୍ତ: ଜୟନାରାୟଣଙ୍କ ମନ୍ତବ୍ୟ ନେଇ ବିବାଦ
- ଡେଙ୍ଗୁ ମଶାର ଚରିତ୍ର ବଦଳିଲା ରାତିରେ ବି କାମୁଡ଼ୁଛନ୍ତି: ଡେଙ୍ଗୁ ବଢ଼ିବା ପଛରେ ଏଡିସ୍ ଆଲ୍ବୋପିକ୍ଟସ୍ ମଶା
- ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ଜାରି ହେବ ସମନ
- ସରକାରୀ ଶିକ୍ଷାର ବିକଳ ଚିତ୍ର: ସ୍କୁଲରେ ରୋଷେଇ କରୁଛନ୍ତି ପ୍ରାଥମିକ ଶିକ୍ଷକ
- ଉଚ୍ଚଶିକ୍ଷାରେ ଅଧ୍ୟାପକ ସଙ୍କଟକୁ ନେଇ ଉଦ୍ବେଗ: ସରକାରଙ୍କୁ ଭର୍ତ୍ସନା କଲେ ନରସିଂହ
- ଜିଏସ୍ଟି ଠକେଇର ପେଣ୍ଠ ପାଲଟିଛି ରାଉରକେଲା: ୮.୭୦ କୋଟି ଟଙ୍କା ଠକି ବ୍ୟବସାୟୀ ଗିରଫ
Thursday, September 28