ମୁମ୍ବାଇ ୦୯/୦୨ : ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ଓ ଲକଡାଉନ ସମୟରୁ ସବୁବେଳେ ଲୋକଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ଥାଆନ୍ତି। ସେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ନିଜର ଏହି ମହାନତା ଏବେ ବି ଜାରି ରଖିଛନ୍ତି। ଅଭିନେତା ଲକଡାଉନ ସମୟରେ ଏମିତି କାମ କରି ଦେଖାଇଛନ୍ତି ଯାହା କରିବାକୁ କିଏ ସାହସ ବି କରିନଥିଲେ। ସେଥିପାଇଁ ଲୋକେ ଯେକୌଣସି ପ୍ରକାର ଅସୁବିଧା ହେଲେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗୁଛନ୍ତି। ଏହିଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି। କିଛି ଲୋକ ମାଙ୍କଡ ଘଉଡାଇବାକୁ ସୋନୁଙ୍କୁ ସାହାଯ୍ୟ ମାଗିଛନ୍ତି। ଜବାବରେ ସୋନୁ କହିଛନ୍ତି, ବାସ ଏଇ ଗୋଟେ କାମ ବାକି ଥିଲା।
ଟ୍ୱିଟରରେ ବାସୁ ଗୁପ୍ତା ନାମକ ଜଣେ ୟୁଜର ସୋନୁ ସୁଦଙ୍କୁ ଟ୍ୟାଗ କରି ଲେଖିଛନ୍ତି, “ସୋନୁ ସାର, ଆମ ଗାଁରେ ଏକ ମାଙ୍କଡ ଆତଙ୍କ ଖେଳିଛି। ମାଙ୍କଡ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି। ନିବେଦନ କରୁଛୁ, ଏହି ମାଙ୍କଡକୁ ଆମ ଗାଁରୁ କେଉଁ ଦୂର ଜଙ୍ଗଲକୁ ପଠାଇ ଦିଅନ୍ତୁ।” ଉକ୍ତ ବ୍ୟକ୍ତି ଜଣକ ଖବରକାଗଜରେ ପ୍ରକାଶିତ ଖବରକୁ ମଧ୍ୟ ପୋଷ୍ଟ କରିଛନ୍ତି।
ବାସୁ ଗୁପ୍ତାଙ୍କ ଟ୍ୱିଟର କିଛି ସମୟ ପରେ ସୋନୁ ସୁଦ ଜବାବ୍ ଦେଇଥିଲେ। ସେ ମଜାକିଆ ମୁଡ଼ରେ ଲେଖିଲେ, “ବାସ୍ ମାଙ୍କଡ ଧରିବା ହିଁ ବାକୁ ରହିଯାଇଥିଲା, ଏଇ କାମ ବି କରିକି ଦେଖିବା।”

