ଅପରାଧ ରାଜ୍ୟ

ଗଞ୍ଜେଇ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଚଢାଉ କରି ତିନି ମାଫିଆଙ୍କୁ ଗିରଫ କଲା ପୋଲିସ

ମୁନିଗୁଡ଼ା ୧୫।୦୯ : ମୁନିଗୁଡ଼ା ପୋଲିସକୁ ସଫଳତା । ଗଞ୍ଜେଇ ବିକ୍ରି ପାଇଁ ଯୋଜନା ବେଳେ ମାଡିବସିଲା ପୋଲିସ । ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ତିନି ଜଣ ମାଫିଆଙ୍କ ଗିରଫ କରିଛି ପୋଲିସ । ଏହାସହିତ ୩ଟି ବାଇକ ମଧ୍ୟ ଜବତ ହୋଇଛି ।

ବିଶେଷ ସୁତ୍ରରୁ ଖବର ପାଇ ମୁନିଗୁଡା ପୋଲିସ ପାଣ୍ଡରାଖାଲ ଛକ ନିକଟରେ ଚଢ଼ାଉ କରିଥିଲା । ସେଠାରେ ୭ଟି ବ୍ୟାଗ୍‌ରେ ଚାଲାଣ ପାଇଁ ରଖିଥିବା ୧୩୦ କିଲୋ ଗଂଜେଇ ଏବଂ ସେମାନଙ୍କ ବ୍ୟବହୃତ ୩ଟି ବାଇକ ଜବତ ହୋଇଛି । ଏହାସହ ତିନିଜଣ ଗଂଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାଫିଆ ହେଲେ ଗଜପତିର ଖରିଆଗୁଡା ଗାଁର ସୁରେନ୍ଦ୍ର ଶୋଭାସୁନ୍ଦର, ସୁରେନ୍ଦ୍ର ମାଳି ଓ ପଦ୍ମପୁର ଥାନାର ଉଣ୍ଡରୁଗୁଡ଼ା ଗାଁର କରଣ ପାଲକା। ତେବେ ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ୧୩ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।