ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଗଙ୍ଗା ନଦୀ ପରେ ଏବେ ସିନ୍ଧ ନଦୀରୁ ମିଳିଲା ସକରମାଉଥ କ୍ୟାଟଫିଶ୍ : ସ୍ଥାନୀୟ ଲୋକେ ଆତଙ୍କିତ

ଭିଣ୍ଡ ୧୯/୧୧: ମଧ୍ୟପ୍ରଦେଶର ଭିଣ୍ଡର ସିନ୍ଧ ନଦୀରେ ସକରମାଉଥ କ୍ୟାଟଫିଶ୍ ମିଳିବାରୁ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଏହି ସକରମାଉଥ କ୍ୟାଟଫିଶ୍ ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ମାଂସାହାରୀ ମାଛ। ଦକ୍ଷିଣ ଆମେରିକାର ଆମାଜନ୍ ନଦୀରେ ଏହି ମାଛ ଦେଖିବାକୁ ମିଳିଥାଏ। ଏହି ମାଛକୁ ଭୋଲେ ନାମକ ଜଣେ ବ୍ୟକ୍ତି ସିନ୍ଧ ନଦୀର ମେହଦା ଘାଟରୁ ଧରିଛନ୍ତି।

ଏହି ମାଂସାହାରୀ ମାଛ ଦେଖିବାକୁ ଖୁବ୍ ସୁନ୍ଦର। ବର୍ତ୍ତମାନ ବିଶେଷଜ୍ଞ ଏହା ଜାଣିବାକୁ ଉଦ୍ୟମ କରୁଛନ୍ତି ଯେ ପ୍ରକୃତରେ ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳୁଥିବା ଏହି ମାଛ ଚମ୍ବଲର ସିନ୍ଧ ନଦୀରୁ କିପରି ମିଳିଛି।


ଏହା ପୂର୍ବରୁ ବାରାଣସୀର ରାମନଗରର ରମଣା ପ୍ରବାହିତ ହେଉଥିବା ଗଙ୍ଗା ନଦୀରେ ନାବିକମାନେ ଅଦ୍ଭୁତ ମାଛକୁ ଧରିଥିଲେ। ବିଏଚୟୁର ମାଛ ବିଶେଷଜ୍ଞ ଏହାକୁ ସକରମାଉଥ କ୍ୟାଟଫିଶ୍ ବୋଲି ଚିହ୍ନଟ କରିଥିଲେ। ବୈଜ୍ଞାନିକମାନେ ଏହି ମାଛକୁ ପର୍ଯ୍ୟାବରଣ ପାଇଁ ବିପଦ ବୋଲି କହି ଚିନ୍ତା ପ୍ରକଟ କରିଥିଲେ।


ସକରମାଉଥ କ୍ୟାଟଫିଶ୍ ଅନେକ ରଙ୍ଗରେ ମିଳିଥାଏ। ଏହା ଆଖପାଖର ଜୀବଜନ୍ତୁଙ୍କୁ ଖାଇ ଜୀବିତ ରହିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ