ଲାଇଫ୍ ଷ୍ଟାଇଲ

ଖୁବ୍ କମ୍ ଟଙ୍କାରେ ସମାଧାନ ହେବ କେଶ ଝଡ଼ିବା ସମସ୍ୟା, ଆପଣାନ୍ତୁ ଏହି ଉପାୟ

ଆଜିକାଲି ବହୁଳ ମାତ୍ରାରେ ପରିବେଶ ପ୍ରଦୂଷଣ ଓ ବିଭିନ୍ନ ଧରଣର ରସାୟନ କେଶରେ ବ୍ୟବହାର କରିବା ହେତୁ କେଶ ଝଡ଼ିବା ଆମମାନଙ୍କ ପାଇଁ ପ୍ରାୟ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ମାତ୍ର ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏହି ସମସ୍ୟାର ସମାଧାନ ଆମ ନିକଟରେ ରହିଛି। ଆମେ ଆଜି ଆପଣଙ୍କୁ ଏକ ଘର ତିଆରି ସାମ୍ପୋ ସଂପର୍କରେ କହିବୁ। ଯାହାକୁ କେଶରେ ଲଗାଇବାର ୧୫ ଦିନ ମଧ୍ୟରେ ଆପଣ ପ୍ରଭାବ ଜାଣିପାରିବେ।
ଏଥିପାଇଁ ଆପଣଙ୍କୁ ନେବାକୁ ପଡ଼ିବ ଅଅଁଳା, ରିଠା ଓ ସିକାକାଇ। ବଜାର କୌଣସି ପୂଜା ସାମଗ୍ରୀ ଦୋକାନରୁ ଏହାକୁ କିଣି ଆଣନ୍ତୁ। ମନେ ରଖନ୍ତୁ ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଗୁଣ୍ଡ ସବୁ ମିଳୁଛି। ଆପଣ କିନ୍ତୁ ଅଅଁଳା, ରିଠା ଓ ସକାକାଇର ଫଳ ଆଣିବେ।
ରାତିରେ ଅଅଁଳାରୁ ୪ଟି, ରିଟାରୁ ୪ଟି ଏବଂ ସିକାକାଇରୁ ୨ଟି ନେଇ ଏକ ପାତ୍ରରେ ଆବଶ୍ୟକ ମୁତାବକ ପାଣି ଦେଇ ତାହାକୁ ଫୁଟାଇ ଦିଅନ୍ତୁ। ସେ ସବୁ ସିଝିଗଲା ପରେ ତାହାକୁ ଘୋଡ଼ାଇ କରି ରଖି ଦିଅନ୍ତୁ। ପରଦିନ ସେଗୁଡ଼ିକ ସଂପୂର୍ଣ୍ଣ ବତୁରି ଯାଇଥିଲେ। ସେ ସବୁକୁ ଚକିଟି କରି ତାହାର ରସରେ କେଶ ଧୁଅନ୍ତୁ।
ଆପଣ ଦେଖିବେ ଏପରି ୧୫ ଦିନ କରିବା ପରେ ଆପଣଙ୍କୁ ଆଶାତୀତ ଫଳ ମିଳିବ। ଆପଣ ଚାହିଁଲେ ଅଅଁଳାକୁ ରାତିରେ ଭିଜାଇ ସକାଳେ ଖାଇ ମଧ୍ୟ ପାରନ୍ତି। ଏହା ଦ୍ୱାରା ମଧ୍ୟ କେଶ ଝଡ଼ିବା ସମସ୍ୟା ଦୂର ହେବା ସହ ଚେହେରାରେ ବୟସର ପ୍ରଭାବ ଦିଶେନାହିଁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ