ଖେଳ ଦେଶ ବିଦେଶ

ଖରାପ ଫର୍ମରେ ରୋହିତ : ଉଠିଲା ପ୍ରଶ୍ନ, ଲଗାତର ବିଫଳ ହେଉଛନ୍ତି ‘ହିଟମ୍ୟାନ୍’

ଚେନ୍ନାଇ,୦୯/୦୨: ଭାରତୀୟ ଦଳର ଓପନର ରୋହିତ ଶର୍ମା ଲଗାତର ଭାବେ ଫ୍ଲପ୍ ହେଉଛନ୍ତି । ଯେତେବେଳେ ଇଂଲଣ୍ଡ ପ୍ରଥମ ଟେଷ୍ଟରେ ୪୨୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା ସେତେବେଳେ ଫ୍ୟାନ୍ସ ରୋହିତଙ୍କଠୁ ବଡ ସ୍କୋର ଆଶା କରୁଥିଲେ । କିନ୍ତୁ ଦ୍ୱିତୀୟ ପାଳିରେ ରୋହିତ ମାତ୍ର ୧୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେ ସ୍ପିନର୍ ଜ୍ୟାକ୍ ଲିଚଙ୍କ ବଲରେ ଚକମା ଖାଇ ବୋଲ୍ଡ ହୋଇଯାଇଥିଲେ ।

ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ୬ ରନ୍ ରକରି ଆଉଟ୍ ହୋଇଥିଲେ । ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ ହିଟମ୍ୟାନ୍ । ରୋହିତ ଯେପରି ଭାବେ ଆଉଟ୍ ହେଲେ ତାକୁ ନେଇ ଅନେକ ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ରୋହିତ ଖାସ୍ ପ୍ରଦର୍ଶନ କରିପାରି ନଥିଲେ । ସେ ସିଡନୀ ଟେଷ୍ଟରେ ୨୬ ଓ ୫୨ ରନ୍ କରିଥିଲେ । ବ୍ରିସବେନରେ ୪୪ ଓ ୭ ରନ୍ କରିଥିଲେ ।

ସେ ଶେଷ ୮ଟି ଇନିଂସରେ ୧୭୪ ରନ୍ କରିଛନ୍ତି । କେବଳ ଗୋଟିଏ ଅର୍ଦ୍ଧଶତକ ଏଥିରେ ସାମିଲ ଥିଲା । ସେ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୧୯ରେ ଶତକ ଲଗାଇଥିଲେ । ରାଞ୍ଚି ଟେଷ୍ଟରେ ସେ ୨୧୨ ରନ୍ କରିଥିଲେ ।

ରୋହିତ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୨୦୧୩ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ।ଏଥିରେ ସେ ୧୭୭ ରନ୍ କରିଥିଲେ । ଦ୍ୱିତୀୟ ଟେଷ୍ଟରେ ମଧ୍ୟସେ ୧୧୧ ରନ୍ କରିଥିଲେ ।ଏହାପରେ ସେ ଲଗାତର ଫେଲ୍ ହୋଇଥିଲେ । କିନ୍ତୁ ସୀମିତ ଓଭର କ୍ରିକେଟରେ ତାଙ୍କ ପ୍ରଦର୍ଶନ ଉଚ୍ଚମାନର ଥିଲା ।

ରୋହିତ ହେଉଛନ୍ତି ଦିନିକିଆ କ୍ରିକେଟରେ ୩ ଥର ଦ୍ୱିଶତକ ହାସଲ କରିଥିବା ଜଣେ ମାତ୍ର ଖେଳାଳି । ତେବେ ଟେଷ୍ଟରେ ତାଙ୍କର ଖରାପ ଫର୍ମ ଟିମ୍ ଇଣ୍ଡିଆର ଚିନ୍ତା ବଢାଇ ଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ