ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କୋଭିଡ୍‌କୁ ଭୟ କରନି, ସତର୍କ ରୁହ

ଭୁବନେଶ୍ବର : ରାଜ୍ୟରେ ଗତ ନଭେମ୍ବର ମାସରୁ ଆଜି ପର୍ଯ୍ୟନ୍ତ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଅଧିକାଂଶ ଦିନ ଏକ ଅଙ୍କରେ ରହୁଛି। ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୧ ରହିଛି। ତେଣୁ କୋଭିଡକୁ ନେଇ ଆତଙ୍କିତ ହେବା ଉଚିତ ନୁହେଁ। ମାତ୍ର ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ଡିଏମ୍‌ଇଟି ଡା. ସିବିକେ ମହାନ୍ତି। କୋଭିଡ ସଚେତନତା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବୁଲେଟିନ୍‌ରେ ଡା. ମହାନ୍ତି କହିଛନ୍ତି ଯେ ରାଜ୍ୟରେ କୋଭିଡ ଭିତ୍ତିଭୂମି ସୁବିଧା ରହିଛି। ରାଜ୍ୟ ସରକାର କୋଭିଡ ଚିକିତ୍ସା କେନ୍ଦ୍ର ସଂପୂର୍ଣ୍ଣ ବନ୍ଦ କରି ନାହାନ୍ତି। ଲୋକମାନେ ସଚେତନ ହେବା ଦରକାର। ସରକାରୀ ବ୍ୟବସ୍ଥା ପ୍ରତି ଲୋକମାନେ ଆସ୍ଥା ରଖନ୍ତୁ। ପ୍ରିକସନ ଡୋଜ ନେଇ ନ ଥିବା ଲୋକ ଟିକା ନେବା ଜରୁରୀ। ସମ‌ସ୍ତେ ସୁରକ୍ଷିତ ରହିଲେ ଚୀନ୍ ଭଳି ଅବସ୍ଥା ସୃଷ୍ଟି ହେବନାହିଁ।

ଚୀନ୍‌ରେ କୋଭିଡର ଆତଙ୍କକୁ ଦେଖି ବିଶ୍ବରେ ଆଉ ଏକ ଲହର ନେଇ ଆଶଙ୍କା ପ୍ରକାଶ ପାଇଛି। ହାତ ଗଣତି କିଛି ଦେଶରେ ବିଏଫ୍‌.୭ ଆତଙ୍କ ଖେଳାଇଛନ୍ତି। ତେବେ ଏହି ଉପ-ପ୍ରଜାତି ବିଶ୍ବର ୯୧ଟି ଦେଶରେ ଚିହ୍ନଟ ହୋଇଛି ଓ ଗତ ୨ବର୍ଷ ଧରି ସଂକ୍ରମଣ ଜାରି ରହିଛି। ଚୀନ୍‌କୁ ଲାଗିଥିବା ୧୪ଟି ଦେଶରେ ବିଶେଷ ପରିସ୍ଥିତି ଦେଖିବାକୁ ମିଳିନାହିଁ। ବିଶେଷଜ୍ଞଙ୍କ ମତରେ ବିଏଫ୍‌.୭ର ସଂକ୍ରମଣ ଅଧିକ, ତେବେ ଏହା ପଡ଼ୋଶୀ ଦେଶଙ୍କୁ ମାଡ଼ୁନାହିଁ କାହିଁକି ? ପରୀକ୍ଷାଗାରରେ ଚିହ୍ନଟ ହେଉଥିବା ଭୂତାଣୁ ବାସ୍ତବିକ ପରିପ୍ରେକ୍ଷୀରେ ଏହାର ପ୍ରଭାବ ଅଲଗା ରହିଥାଏ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ