ରାଜ୍ୟ

କୋଟିଆ ଚାଷୀଙ୍କ ଉପରେ ବି ଆନ୍ଧ୍ର ନଜର

କୋରାପୁଟ/ପଟାଙ୍ଗି : ଏବେ କୋଟିଆ ଚାଷୀଙ୍କ ଉପରେ ନଜର ପକାଇଛି ଆନ୍ଧ୍ରପ୍ରଦେଶ। ଫାଟୁସିନେରିରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଯୋଜନା କରିଛି। ଏଠାରେ ଉତ୍ପାଦନ ହେଉଥିବା ହଳଦୀକୁ ରାଜ୍ୟ ବାହାରେ ବିକ୍ରି କରିବାକୁ ଆନ୍ଧ୍ର ଲକ୍ଷ୍ୟ ରଖିଛି। ଏହାକୁ ଦୃଷ୍ଟିରେ ରଖି ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତଥା ଯୁବ ଆଇଏଏସ୍‌ ଅଧିକାରୀ ସି. ବିଷ୍ଣୁଚରଣ ଆଜି ଫାଟୁସିନେରିରେ ଡେରା ପକାଇଛନ୍ତି। ସେହିପରି ସହକାରୀ ପ୍ରକଳ୍ପ ନିର୍ଦ୍ଦେଶ ୱାଇ. ସତ୍ୟମ ନାଇଡୁ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡ଼ିଛି। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତର ୨୪ ଘଣ୍ଟା ନପୂରୁଣୁ ପଡ଼ୋଶୀ ରାଜ୍ୟର ଏହି ମନମାନି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

 କ୍ଷେତ୍ର ବୁଲି ଦେଖିଲେ ଆନ୍ଧ୍ର ଅଧିକାରୀ
କୋଟିଆ ହଳଦୀ ବାହାର ରାଜ୍ୟରେ ବିକ୍ରି ମସୁଧା

କୋଟିଆରେ ଉତ୍ପାଦନ ହେଉଥିବା ହଳଦୀ ଉତ୍କୃଷ୍ଟ ମାନର। କିନ୍ତୁ, ଚାଷୀ ଏହାର ଉଚିତ ମୂଲ୍ୟ ପାଇପାରୁନି। ବାହାର ବ୍ୟବସାୟୀ ଏଠାରୁ ଅତିଶସ୍ତାରେ ନେଇଯିବାର ଅନେକ ନଜିର ରହିଛି। ତେଣୁ ହଳଦୀ ଚାଷ ଆଳରେ ସ୍ଥାନୀୟ ଚାଷୀଙ୍କୁ ପ୍ରଭାବିତ କରିବାକୁ ଯୋଜନାବଦ୍ଧ ଭାବେ ଆଜି ଆନ୍ଧ୍ର ଅଧିକାରୀ ଫାଟୁସିନେରୀ ପହଞ୍ଚିଥିଲେ। ଫସଲ ବୁଲି ଦେଖିବା ସହ ସ୍ଥାନୀୟ ଚାଷୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏଠାରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଆନ୍ଧ୍ର ସରକାର ନିଷ୍ପତ୍ତି ନେଇ ସାରିଥିବା ଜଣାଇଥିଲେ। ସେହିପରି ଚାଷୀଙ୍କ ମନ ଜିଣିବାକୁ ଆସନ୍ତା ବର୍ଷ ଠାରୁ ପ୍ରାୟ ୧୦ଗୁଣ ଅଧିକ ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଥିଲେ।

ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତା, ସୁଲଭ ମୂଲ୍ୟରେ ରାସନ ଯୋଗାଣ, ପିଲାଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗକୁ ପ୍ରତ୍ୟେକ ଥର ଟାର୍ଗେଟ କରୁଥିଲା ଆନ୍ଧ୍ର। ସେହିପରି କିଛି ଦିନ ତଳେ ଜନଜାତି ବର୍ଗର ମହିଳାଙ୍କୁ ପ୍ରଲୋଭିତ କରିବାକୁ ବନଧନ ବିକାଶ କେନ୍ଦ୍ର ଗଠନ କରିଥିଲା। କୋଟିଆ କଦଳୀ, ବାଉଁଶ ଓ ବନଜାତଦ୍ରବ୍ୟର ପ୍ରକ୍ରିୟାକରଣ, ପ୍ୟାକେଟିଂ, ମୂଲ୍ୟବୃଦ୍ଧି ଓ ବଜାର ସୃଷ୍ଟି ଆଦି ବିଷୟରେ ମହିଳାଙ୍କ ସହ ସେହି ସମୟରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ଚାଷୀଙ୍କୁ ଫୋକସ୍‌ କରିଥିବା ଜଣାପଡ଼ିଛି। କୋଟିଆର ପ୍ରାକୃତିକ ପରିବେଶରେ ଉତ୍ପାଦନ ହେଉଥିବା କୃଷିଜାତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ଆଳରେ ନୂଆ ପ୍ରୟୋଗ କରିବାକୁ ଯାଉଛି। କୋଟିଆ ଷ୍ଟ୍ରବେରି କୋରାପୁଟ ଜିଲ୍ଲା ପ୍ରଶାସନର ଉପଲବ୍ଧି ହୋଇଥିବା ବେଳେ ଆଗକୁ କୋଟିଆ ହଳଦୀ ଆନ୍ଧ୍ରର ଲକ୍ଷ୍ୟ ସାଧନ କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।