Subscribe to Updates

    Get the latest creative news from FooBar about art, design and business.

    What's Hot

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023
    Facebook Twitter Instagram
    Trending
    • ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍
    • ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌
    • ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ
    • ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ
    • ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି
    • ଶିକାରୀଙ୍କ ପଞ୍ଝାରେ ବନ୍ୟଜନ୍ତୁ, ଓଡ଼ିଶା ଜଙ୍ଗଲରୁ ଶେଷ କରିଦେବେ ବାଘ
    • ଅର୍ଥାଭାବରୁ ଅସହାୟ ବାପା: ଲୁହା ଶିକୁଳିରେ ବନ୍ଦୀ ଦିବ୍ୟାଙ୍ଗ ପୁଅ
    • ମହିଳାଙ୍କୁ ନେଇ ଚାଲିଛି ବ୍ରାଉନ୍‌ସୁଗାର କାରବାର
    Friday, May 26
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜ୍ୟ»କୋଟିଆ ଚାଷୀଙ୍କ ଉପରେ ବି ଆନ୍ଧ୍ର ନଜର
    ରାଜ୍ୟ

    କୋଟିଆ ଚାଷୀଙ୍କ ଉପରେ ବି ଆନ୍ଧ୍ର ନଜର

    NewsLaxmi7By NewsLaxmi7May 4, 2023Updated:May 4, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କୋରାପୁଟ/ପଟାଙ୍ଗି : ଏବେ କୋଟିଆ ଚାଷୀଙ୍କ ଉପରେ ନଜର ପକାଇଛି ଆନ୍ଧ୍ରପ୍ରଦେଶ। ଫାଟୁସିନେରିରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଯୋଜନା କରିଛି। ଏଠାରେ ଉତ୍ପାଦନ ହେଉଥିବା ହଳଦୀକୁ ରାଜ୍ୟ ବାହାରେ ବିକ୍ରି କରିବାକୁ ଆନ୍ଧ୍ର ଲକ୍ଷ୍ୟ ରଖିଛି। ଏହାକୁ ଦୃଷ୍ଟିରେ ରଖି ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତଥା ଯୁବ ଆଇଏଏସ୍‌ ଅଧିକାରୀ ସି. ବିଷ୍ଣୁଚରଣ ଆଜି ଫାଟୁସିନେରିରେ ଡେରା ପକାଇଛନ୍ତି। ସେହିପରି ସହକାରୀ ପ୍ରକଳ୍ପ ନିର୍ଦ୍ଦେଶ ୱାଇ. ସତ୍ୟମ ନାଇଡୁ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡ଼ିଛି। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତର ୨୪ ଘଣ୍ଟା ନପୂରୁଣୁ ପଡ଼ୋଶୀ ରାଜ୍ୟର ଏହି ମନମାନି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

     କ୍ଷେତ୍ର ବୁଲି ଦେଖିଲେ ଆନ୍ଧ୍ର ଅଧିକାରୀ
    କୋଟିଆ ହଳଦୀ ବାହାର ରାଜ୍ୟରେ ବିକ୍ରି ମସୁଧା

    କୋଟିଆରେ ଉତ୍ପାଦନ ହେଉଥିବା ହଳଦୀ ଉତ୍କୃଷ୍ଟ ମାନର। କିନ୍ତୁ, ଚାଷୀ ଏହାର ଉଚିତ ମୂଲ୍ୟ ପାଇପାରୁନି। ବାହାର ବ୍ୟବସାୟୀ ଏଠାରୁ ଅତିଶସ୍ତାରେ ନେଇଯିବାର ଅନେକ ନଜିର ରହିଛି। ତେଣୁ ହଳଦୀ ଚାଷ ଆଳରେ ସ୍ଥାନୀୟ ଚାଷୀଙ୍କୁ ପ୍ରଭାବିତ କରିବାକୁ ଯୋଜନାବଦ୍ଧ ଭାବେ ଆଜି ଆନ୍ଧ୍ର ଅଧିକାରୀ ଫାଟୁସିନେରୀ ପହଞ୍ଚିଥିଲେ। ଫସଲ ବୁଲି ଦେଖିବା ସହ ସ୍ଥାନୀୟ ଚାଷୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏଠାରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଆନ୍ଧ୍ର ସରକାର ନିଷ୍ପତ୍ତି ନେଇ ସାରିଥିବା ଜଣାଇଥିଲେ। ସେହିପରି ଚାଷୀଙ୍କ ମନ ଜିଣିବାକୁ ଆସନ୍ତା ବର୍ଷ ଠାରୁ ପ୍ରାୟ ୧୦ଗୁଣ ଅଧିକ ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଥିଲେ।

    ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତା, ସୁଲଭ ମୂଲ୍ୟରେ ରାସନ ଯୋଗାଣ, ପିଲାଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗକୁ ପ୍ରତ୍ୟେକ ଥର ଟାର୍ଗେଟ କରୁଥିଲା ଆନ୍ଧ୍ର। ସେହିପରି କିଛି ଦିନ ତଳେ ଜନଜାତି ବର୍ଗର ମହିଳାଙ୍କୁ ପ୍ରଲୋଭିତ କରିବାକୁ ବନଧନ ବିକାଶ କେନ୍ଦ୍ର ଗଠନ କରିଥିଲା। କୋଟିଆ କଦଳୀ, ବାଉଁଶ ଓ ବନଜାତଦ୍ରବ୍ୟର ପ୍ରକ୍ରିୟାକରଣ, ପ୍ୟାକେଟିଂ, ମୂଲ୍ୟବୃଦ୍ଧି ଓ ବଜାର ସୃଷ୍ଟି ଆଦି ବିଷୟରେ ମହିଳାଙ୍କ ସହ ସେହି ସମୟରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ଚାଷୀଙ୍କୁ ଫୋକସ୍‌ କରିଥିବା ଜଣାପଡ଼ିଛି। କୋଟିଆର ପ୍ରାକୃତିକ ପରିବେଶରେ ଉତ୍ପାଦନ ହେଉଥିବା କୃଷିଜାତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ଆଳରେ ନୂଆ ପ୍ରୟୋଗ କରିବାକୁ ଯାଉଛି। କୋଟିଆ ଷ୍ଟ୍ରବେରି କୋରାପୁଟ ଜିଲ୍ଲା ପ୍ରଶାସନର ଉପଲବ୍ଧି ହୋଇଥିବା ବେଳେ ଆଗକୁ କୋଟିଆ ହଳଦୀ ଆନ୍ଧ୍ରର ଲକ୍ଷ୍ୟ ସାଧନ କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

    Share. Facebook Twitter LinkedIn WhatsApp Email
    Previous Articleଠକ ତାନ୍ତ୍ରିକ କୈଫିର ଭିଡିଓ ଭାଇରାଲ୍: ସହଯୋଗୀ ଇସ୍ରାଏଲକୁ ଉଠାଇ ନେଲା ପୁଲିସ
    Next Article ୩ ବରିଷ୍ଠ ଆଇପିଏସ୍‌ଙ୍କୁ ଡିଜି ପାହ୍ୟା
    NewsLaxmi7
    • Website

    Related Posts

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି: ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପାଇଁ ବୋର୍ଡକୁ ଚିଠି

    May 26, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

    May 26, 2023

    ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍…

    ଜମି କିଣାବିକା ନିୟମ ବଦଳିଲା; ଆଗ ଅନଲାଇନ୍ ସ୍ଲଟ୍ ବୁକିଂ, ପରେ ରେଜିଷ୍ଟ୍ରେସନ୍‌

    May 26, 2023

    ସମ୍ବାଦପତ୍ର ଓ ପାଠକଙ୍କ ମାଧ୍ୟମ ବିତରକ

    May 26, 2023

    ଦାସିଆ ଅଜା ସଂଗ୍ରହାଳୟ ଦେଖି ଭାବବିହ୍ବଳ

    May 26, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ମିଳିଲାନି ଆମ୍ବୁଲାନ୍ସ, ଝିଆରୀର ମୃତଦେହକୁ କାନ୍ଧରେ ବୋହିଲେ ଦାଦା

    October 20, 2022

    ଆମେ ସୁପରଷ୍ଟାର୍ସଙ୍କ ଉପରେ ନିର୍ଭରଶୀଳ ନୁହେଁ, ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ଆକ୍ଷେପ କଲେ ବାଭୁମା

    January 22, 2022

    ଏପ୍ରିଲ୍‌ ୨୬ ପର୍ଯ୍ୟନ୍ତ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଘୋଷଣା କରିବ ପୁଡୁଚେରୀ

    April 21, 2021
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.