ରାଜନୀତି ରାଜ୍ୟ

କୋଟପାଡ଼ରେ ପ୍ରାକ୍‌ ନିର୍ବାଚନୀ ହାୱା: ତିନି ପ୍ରମୁଖ ଦଳ ଉପରେ ଭୋଟରଙ୍କ ଆଖି

କୋରାପୁଟ/କୋଟପାଡ଼ : ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରସ୍ତୁତି ଜୋର ଧରିଲାଣି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ବିଜେଡି ସରକାରୀ ଯୋଜନାର ସୁଫଳ, ବିଜେପି ମୋଦୀଙ୍କ ବିକାଶ ଧାରା ଏବଂ କଂଗ୍ରେସ ଦୁର୍ନୀତିକୁ ପ୍ରସଙ୍ଗ କରିଛି। ତେବେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ତିନି ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳୀୟ ସୁପ୍ରିମୋ କାହାକୁ ଟିକେଟ୍ ଦେଉଛନ୍ତି ତାକୁ ନେଇ କୋଟପାଡ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ବିଗତ କିଛି ଦଶନ୍ଧି ଧରି କଂଗ୍ରେସ ହାତରେ ରହିଥିବା ଏହି ଆସନ ୨୦୧୯ ନିର୍ବାଚନରେ ବିଜେଡି ହାତକୁ ଆସିଥିଲା। ପଦ୍ମିନୀ ଦିଆନ୍ ବିଜେଡି ଟିକେଟରୁ ବିଜୟୀ ହେବା ପରେ ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ତେବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ପଦ୍ମିନୀ ବାଦ୍ ପଡିଛନ୍ତି। ବିଜେଡି ପାଇଁ ପ୍ରାର୍ଥୀ ଖୋଜା ସମସ୍ୟା ନଥିଲେ ମଧ୍ୟ ଆଶାୟୀ ତାଲିକାରେ ପୂର୍ବତନ କଂଗ୍ରେସ ବିଧାୟକ ତଥା ବିଜେଡିରେ ଯୋଗଦେବା ପରେ ଏବେ କୋରାପୁଟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଥିବା ଚନ୍ଦ୍ରଶେଖର ମାଝି ଲବିରେ ରହିଛନ୍ତି।

ବିଜେପି ପକ୍ଷରୁ ୨୦୧୯​ରେ ପ୍ରାର୍ଥୀ ହୋଇଥିବା ଖଗେଶ୍ୱର ପୂଜାରୀ ଏବେ ପୁଣି ସଂଗଠନ ସଜାଡୁଥିବା ବେଳେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ରୁପୁ ଭତ୍ରାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି। ଏହାବ୍ୟତୀତ ଆଉ କିଛି ନେତାମଧ୍ୟ ଟିକେଟ୍ ଉପରେ ଆଖି ରଖିଛନ୍ତି। ସେପଟେ ଚନ୍ଦ୍ରଶେଖରଙ୍କ ଅବର୍ତ୍ତମାନରେ କଂଗ୍ରେସ ଟିକେଟ ପାଇଁ ବହୁ ଆଶାୟୀ ରହିଛନ୍ତି। ପ୍ରଫୁଲ୍ଲ ଭତ୍ରା, ବୋରିଗୁମ୍ମା ଅଞ୍ଚଳରୁ ଗୁଣ ପୂଜାରୀ, ପୂର୍ବତନ କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ପରଜା ପ୍ରମୁଖ ଦାବିଦାର ରହିଛନ୍ତି।

Twitter

ଆଗାମୀ ନିର୍ବାଚନରେ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝି ଲଢ଼ିପାରନ୍ତି। ଏବେ ସେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନେଇ ସଂଗଠନ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ତେବେ ୨୦୨୪ ନିର୍ବାଚନରେ ଏଠାରେ ତ୍ରିକୋଣୀୟ ଲଢ଼େଇ ହେବା ସମ୍ଭାବନା ଅଧିକ।

୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପଦ୍ମିନୀ ଦିଆନ ୬୨ ହଜାର ୨୪୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝି  ୫୯ ହଜାର ୭୧୭ ଭୋଟ ପାଇଥିଲେ। ବିଜେପିର ଖଗେଶ୍ବର ପୂଜାରୀ ୩୫ ହଜାର ୩୬୬, ବିଏସ୍‌ପି ପ୍ରାର୍ଥୀ ମଙ୍ଗଳାସାଇ ମାଝି ୩୭୬୬, ନୀଳକଣ୍ଠ ପୂଜାରୀ ୩୨୨୫ ଭୋଟ ପାଇଥିଲେ। ନୋଟାରେ ପଡିଥିଲା ୩୫୬୪ ଖଣ୍ଡ ଭୋଟ। ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝି ୭୧ ହଜାର ୧୮ ଖଣ୍ଡ ଭୋଟ, ବିଜେଡି ପ୍ରାର୍ଥୀ ଅଶୋକ ପାଙ୍ଗୀ ୩୯ ହଜାର ୬୯୭, ବିଜେପି ପ୍ରାର୍ଥୀ ପଦ୍ମନାଭ ମାଝି ୨୦ ହଜାରର ୬୯୯, ସିପିଆଇ ପ୍ରାର୍ଥୀ ସୂର୍ଯ୍ୟମଣି ନାୟକ ୩୨୧୪, ଓଜେଏମ୍‌ ପ୍ରାର୍ଥୀ ୨୭୭୭, ଆରଏସ୍‌ପି ପ୍ରାର୍ଥୀ ତ୍ରିଲୋଚନ ଦିଶାରୀ ୨୭୨୭, ବିଏସ୍‌ପି ପ୍ରାର୍ଥୀ ବିଶୁ ନାୟକ ୨୭୦ ଖଣ୍ଡ ଭୋଟ ପାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର