Subscribe to Updates

    Get the latest creative news from FooBar about art, design and business.

    What's Hot

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023
    Facebook Twitter Instagram
    Trending
    • ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ
    • ଆଉ ତିନି ଦିନ ପରେ ବାତ୍ୟା…..!
    • ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ
    • ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ
    • ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା
    • ପିଆଜ ଅମଳ ନିରାଶାଜନକ: ଭିତ୍ତିଭୂମି ଅଛି, ପ୍ରୋତ୍ସାହନ ନାହିଁ
    • ମଣିପୁର ହିଂସା ପୁଣି ଅଣାୟତ୍ତ: ଆମ୍ବୁଲାନ୍ସ ଜାଳିଦେଲେ ଦଙ୍ଗାକାରୀ, ୮ ବର୍ଷର ଶିଶୁ, ମା’ ସମେତ ୩ ଜୀବନ୍ତ ଦଗ୍ଧ
    • ଏଠି ନକଲିଙ୍କୁ ସାତଖୁଣ ମାଫ୍‌! ବର୍ଷବର୍ଷ ଚାକିରି କଲେ, ଜାମିନରେ ଖସିଗଲେ
    Thursday, June 8
    Facebook Twitter Instagram
    Facebook Twitter Instagram
    NEWS LAXMI 7
    Subscribe
    • ଦେଶ ବିଦେଶ
    • ରାଜ୍ୟ
    • ରାଜନୀତି
    • କଳା ଓ ସଂସ୍କୃତି
    • ଲାଇଫ୍ ଷ୍ଟାଇଲ
    • ମନୋରଞ୍ଜନ
      • ଭିଡ଼ିଓ
      • ଖେଳ
    • ପର୍ଯ୍ୟଟନ
    • ଶିକ୍ଷା ଓ ନିଯୁକ୍ତି
    • ଧର୍ମ
    • ସ୍ୱାସ୍ଥ୍ୟ
    • ଅପରାଧ
    • ରାଶିଫଳ
    NEWS LAXMI 7
    Home»ରାଜନୀତି»କୋଟପାଡ଼ରେ ପ୍ରାକ୍‌ ନିର୍ବାଚନୀ ହାୱା: ତିନି ପ୍ରମୁଖ ଦଳ ଉପରେ ଭୋଟରଙ୍କ ଆଖି
    ରାଜନୀତି

    କୋଟପାଡ଼ରେ ପ୍ରାକ୍‌ ନିର୍ବାଚନୀ ହାୱା: ତିନି ପ୍ରମୁଖ ଦଳ ଉପରେ ଭୋଟରଙ୍କ ଆଖି

    NewsLaxmi7By NewsLaxmi7May 12, 2023Updated:May 12, 2023No Comments2 Mins Read
    Facebook Twitter LinkedIn WhatsApp Email
    Share
    Facebook Twitter LinkedIn Email WhatsApp

    କୋରାପୁଟ/କୋଟପାଡ଼ : ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରସ୍ତୁତି ଜୋର ଧରିଲାଣି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ବିଜେଡି ସରକାରୀ ଯୋଜନାର ସୁଫଳ, ବିଜେପି ମୋଦୀଙ୍କ ବିକାଶ ଧାରା ଏବଂ କଂଗ୍ରେସ ଦୁର୍ନୀତିକୁ ପ୍ରସଙ୍ଗ କରିଛି। ତେବେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ତିନି ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳୀୟ ସୁପ୍ରିମୋ କାହାକୁ ଟିକେଟ୍ ଦେଉଛନ୍ତି ତାକୁ ନେଇ କୋଟପାଡ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

    ବିଗତ କିଛି ଦଶନ୍ଧି ଧରି କଂଗ୍ରେସ ହାତରେ ରହିଥିବା ଏହି ଆସନ ୨୦୧୯ ନିର୍ବାଚନରେ ବିଜେଡି ହାତକୁ ଆସିଥିଲା। ପଦ୍ମିନୀ ଦିଆନ୍ ବିଜେଡି ଟିକେଟରୁ ବିଜୟୀ ହେବା ପରେ ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ତେବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ପଦ୍ମିନୀ ବାଦ୍ ପଡିଛନ୍ତି। ବିଜେଡି ପାଇଁ ପ୍ରାର୍ଥୀ ଖୋଜା ସମସ୍ୟା ନଥିଲେ ମଧ୍ୟ ଆଶାୟୀ ତାଲିକାରେ ପୂର୍ବତନ କଂଗ୍ରେସ ବିଧାୟକ ତଥା ବିଜେଡିରେ ଯୋଗଦେବା ପରେ ଏବେ କୋରାପୁଟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଥିବା ଚନ୍ଦ୍ରଶେଖର ମାଝି ଲବିରେ ରହିଛନ୍ତି।

    ବିଜେପି ପକ୍ଷରୁ ୨୦୧୯​ରେ ପ୍ରାର୍ଥୀ ହୋଇଥିବା ଖଗେଶ୍ୱର ପୂଜାରୀ ଏବେ ପୁଣି ସଂଗଠନ ସଜାଡୁଥିବା ବେଳେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ରୁପୁ ଭତ୍ରାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି। ଏହାବ୍ୟତୀତ ଆଉ କିଛି ନେତାମଧ୍ୟ ଟିକେଟ୍ ଉପରେ ଆଖି ରଖିଛନ୍ତି। ସେପଟେ ଚନ୍ଦ୍ରଶେଖରଙ୍କ ଅବର୍ତ୍ତମାନରେ କଂଗ୍ରେସ ଟିକେଟ ପାଇଁ ବହୁ ଆଶାୟୀ ରହିଛନ୍ତି। ପ୍ରଫୁଲ୍ଲ ଭତ୍ରା, ବୋରିଗୁମ୍ମା ଅଞ୍ଚଳରୁ ଗୁଣ ପୂଜାରୀ, ପୂର୍ବତନ କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ପରଜା ପ୍ରମୁଖ ଦାବିଦାର ରହିଛନ୍ତି।

    Twitter

    ଆଗାମୀ ନିର୍ବାଚନରେ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ଭୁଜବଳ ମାଝି ଲଢ଼ିପାରନ୍ତି। ଏବେ ସେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନେଇ ସଂଗଠନ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ତେବେ ୨୦୨୪ ନିର୍ବାଚନରେ ଏଠାରେ ତ୍ରିକୋଣୀୟ ଲଢ଼େଇ ହେବା ସମ୍ଭାବନା ଅଧିକ।

    ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପଦ୍ମିନୀ ଦିଆନ ୬୨ ହଜାର ୨୪୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ଭାବେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝି  ୫୯ ହଜାର ୭୧୭ ଭୋଟ ପାଇଥିଲେ। ବିଜେପିର ଖଗେଶ୍ବର ପୂଜାରୀ ୩୫ ହଜାର ୩୬୬, ବିଏସ୍‌ପି ପ୍ରାର୍ଥୀ ମଙ୍ଗଳାସାଇ ମାଝି ୩୭୬୬, ନୀଳକଣ୍ଠ ପୂଜାରୀ ୩୨୨୫ ଭୋଟ ପାଇଥିଲେ। ନୋଟାରେ ପଡିଥିଲା ୩୫୬୪ ଖଣ୍ଡ ଭୋଟ। ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝି ୭୧ ହଜାର ୧୮ ଖଣ୍ଡ ଭୋଟ, ବିଜେଡି ପ୍ରାର୍ଥୀ ଅଶୋକ ପାଙ୍ଗୀ ୩୯ ହଜାର ୬୯୭, ବିଜେପି ପ୍ରାର୍ଥୀ ପଦ୍ମନାଭ ମାଝି ୨୦ ହଜାରର ୬୯୯, ସିପିଆଇ ପ୍ରାର୍ଥୀ ସୂର୍ଯ୍ୟମଣି ନାୟକ ୩୨୧୪, ଓଜେଏମ୍‌ ପ୍ରାର୍ଥୀ ୨୭୭୭, ଆରଏସ୍‌ପି ପ୍ରାର୍ଥୀ ତ୍ରିଲୋଚନ ଦିଶାରୀ ୨୭୨୭, ବିଏସ୍‌ପି ପ୍ରାର୍ଥୀ ବିଶୁ ନାୟକ ୨୭୦ ଖଣ୍ଡ ଭୋଟ ପାଇଥିଲେ।

    Share. Facebook Twitter LinkedIn WhatsApp Email
    Previous Articleମହାରାଷ୍ଟ୍ର ରାଜନୈତିକ ସଂକଟର ପୂରା ଘଟଣାକ୍ରମ ଏମିତି; ୨୦୨୨ ଜୁନରୁ ହୋଇଥିଲା ଆରମ୍ଭ….
    Next Article ଜାତୀୟ ପ୍ରଯୁକ୍ତି ଦିବସରେ ୫୮୦୦ କୋଟିର ପ୍ରକଳ୍ପ ଉତ୍ସର୍ଗୀକୃତ
    NewsLaxmi7
    • Website

    Related Posts

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    ବାହନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ କେଁ ଉଠିଲା

    June 8, 2023
    • Facebook
    • Twitter
    • Instagram
    • YouTube
    Our Picks

    ମାତିଛନ୍ତି ମାଟି ମାଫିଆ: ତାଡ଼ିଦେଲେ ଗଙ୍ଗୁଆ ନଦୀବନ୍ଧ

    April 3, 2023

    ପଶ୍ଚିମବଙ୍ଗ ରାମ ନବମୀ ରାଲିରେ ପୁଣି ହିଂସାକାଣ୍ଡ: ‘ବିଜେପି’ ବିଧାୟକ ଆହତ

    April 3, 2023

    ଆଜିଠୁ ନୂଆ ଶିକ୍ଷାବର୍ଷ: ୮ ତାରିଖ ଯାଏ ନାମଲେଖା, ୧୧ରୁ ସକାଳୁଆ ସ୍କୁଲ

    April 3, 2023

    ରାଜ୍ୟବ୍ୟାପୀ ‘ଉତ୍କଳ ଦିବସ’ ପାଳିତ: ଓଡ଼ିଆ ପରିଧାନ କଲେ ଓଡ଼ିଶା ହସ୍ତତନ୍ତ

    April 2, 2023
    Don't Miss
    ରାଜ୍ୟ

    ବାହାନଗା ରେଳ ଦୁର୍ଘଟଣା: ୧୨ଟି ବିରୋଧୀ ଦଳ ତରଫରୁ ବିକ୍ଷୋଭ

    June 8, 2023

    ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣା ପରେ ରେଳ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ସହ ମୃତକ ଓ ଆହତମାନଙ୍କୁ…

    ଆଉ ତିନି ଦିନ ପରେ ବାତ୍ୟା…..!

    June 8, 2023

    ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନ‌ରେ ଭୟଙ୍କର ସ୍ଥିତି: ୮୦ ସହର ଓ ଗାଁରେ ବନ୍ୟା, ଲକ୍ଷାଧିକ ଲୋକ ପ୍ରଭାବିତ

    June 8, 2023

    ୫ ଦିନ ପରେ ଚେନ୍ନାଇକୁ ଗଡ଼ିଲା କରମଣ୍ଡଳ

    June 8, 2023

    Subscribe to Updates

    Get the latest creative news from SmartMag about art & design.

    About Us
    About Us

    Welcome to Newslaxmi7, where we are dedicated to providing timely, accurate, and unbiased news coverage to our readers. As a leading news organization, we are committed to journalistic integrity and believe that providing our audience with reliable information is essential to a functioning democracy.

    Our Picks

    ଜଳୁଛି ଜଙ୍ଗଲ, ୯୧୦ ସ୍ଥାନରେ ନିଆଁ

    March 3, 2023

    ଆଇନଶୃଙ୍ଖଳା ପରିସ୍ଥିତି: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେପି ବିଧାୟକ

    March 7, 2023

    କପିଳ ଦେବ ସମ୍ପୂର୍ଣ୍ଣ ଫିଟ୍ : ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇବା ସହ ଦୀପାବଳିର ଜଣାଇଲେ ଶୁଭେଚ୍ଛା

    November 14, 2020
    Quick Links
    • Home
    • About us
    • Contact Us
    © 2022 - Newslaxmi7. All Rights Reserved.
    • Home
    • About us
    • Contact Us

    Type above and press Enter to search. Press Esc to cancel.