ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍ ଭାକସିନ୍ ରପ୍ତାନୀ ଉପରେ ରୋକ୍ ! ଦେଶରେ ଜୋରଦାର ହେବ ଟିକାକରଣ

ନୂଆଦିଲ୍ଲୀ,୨୫/୦୩ ଦେଶରେ କରୋନା ମାମଲା ବଢିବାରେ ଲାଗିଛି । ଅନେକ ରାଜ୍ୟ ଲକଡାଉନ୍ ଲାଗୁ କଲେଣି । ଏହାମଧ୍ୟରେ ଦେଶରେ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି । ସରକାର ଟିକାକରଣରୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦିଆଯିବ । ଏହାବ୍ୟତୀତ ସରକାର ଟିକାର ରପ୍ତାନୀ ନକରି ଦେଶରେ ହିଁ ଭାକସିନେସନକୁ ଜୋରଦାର କରିବେ ।

ସୂତ୍ରାନୁସାରେ, ଟିକା ରପ୍ତାନୀ କରାଯିବ ନାହିଁ । ରପ୍ତାନୀ ଉପରେ କୌଣସି ପ୍ରତିବନ୍ଧକ ଲାଗୁ ନହେଲେ ବି ପ୍ରଥମେ ଘରୋଇ ଆବଶ୍ୟକତାକୁ ପୂରଣ କରାଯିବ । ଏହାପରେ ଅନ୍ୟ ଦେଶକୁ ଭାକସିନ୍ ପଠାଯିବ । ସରକାର ଏବେ ଦେଶରେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ ପାଇଁ ପ୍ରାଥମିକତା ଦେଉଛନ୍ତି । ଆଗାମୀ ଦିନରେ ଟିକା ଉତ୍ପାଦନ ବଢିବ । ଅନ୍ୟ କିଛି ଟିକାକୁ ମଧ୍ୟ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯିବ । ୨ ମାସ ପରେ ହିଁ ସରକାର ଟିକା ରପ୍ତାନୀ ବାବଦରେ ନିଷ୍ପତ୍ତି ନେବେ ।

କାହିଁକି ରପ୍ତାନୀ ବନ୍ଦ କରିବାକୁ ସରକାର ନେଲେ ନିଷ୍ପତ୍ତି

ଫେବ୍ରୁଆରୀମାସରୁ ଦେଶରେ କରୋନା ମାମଲା ହୁହୁ ହୋଇ ବଢିବାରେ ଲାଗିଛି । ଏହାବ୍ୟତୀତ ସରକାର ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଛନ୍ତି । ତେଣୁ ସରକାର ପ୍ରଥମେ ଘରୋଇ ଆବଶ୍ୟକତାକୁ ପୂରଣ କରିବେ । ଏବେସୁଦ୍ଧା ଦେଶରେ ୧ କୋଟି ୧୭ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଲକ୍ଷ ସକ୍ରିୟ କେସ୍ ରହିଛି । ବୁଧବାର ଦେଶରେ ୫୩ ହଜାର ନୂଆ ମାମଲା ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, ଭାରତ ବିଭିନ୍ନ ଦେଶକୁ ଭାକସିନର ୬୦ ମିଲିୟନ ଡୋଜ୍ ଦେଇସାରିଛି । ଏହାମଧ୍ୟରୁ ୮.୫ ମିଲିୟନ ଡୋଜ୍ ସାହାଯ୍ୟ ଆକାରରେ ଦିଆଯାଇଛି । ଅନ୍ୟ ୩୪ ମିଲିୟନ ଡୋଜ୍ ବାଣିଜ୍ୟିକ ଉଦ୍ଦେଶ୍ୟରେ ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ