ଅପରାଧ ରାଜ୍ୟ

କେବେ ସୁଧୁରିବ ବ୍ୟବସ୍ଥା ? ରାଜଧାନୀରେ ଦାନ ମାଝି ଘଟଣାର ପୁନରାବୃତ୍ତି, ମା’ ଶବକୁ ଷ୍ଟ୍ରେଚରରେ ବୋହିଲା ପୁଅ

ଭୁବନେଶ୍ୱର ୨୨।୧୧: କେବେ ସୁଧୁରିବ ବ୍ୟବସ୍ଥା । ଉପାନ୍ତ ପରେ ଏବେ ଖୋଦ୍‌ ରାଜଧାନୀରେ ଦାନମାଝୀ ପରି ଘଟଣାର ପୁନରାବୃତ୍ତି । ମାଙ୍କ ମୃତଦେହ ନେବା ପାଇଁ ମିଳିନାଲି ମହାପ୍ରୟାଣ ଗାଡି । ଏପିରିକି ବେସରକାରୀ ଆମ୍ବୁଲାନ୍ସରେ ବି ନେବା ପାଇଁ ପାଖରେ ନଥିଲା ଟଙ୍କା । ଶେଷରେ ବାଧ୍ୟରେ ମାକୁ ଷ୍ଟ୍ରେଟରରେ ଭିଡି ଭିଡି ନେଲେ ପୁଅ ମାନସ ବାହୁବଳେନ୍ଦ୍ର । ରାଜଧାନୀ ମୁଖ୍ୟ ଚିକିତ୍ସା|ଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସୋମବାର ମାନସଙ୍କର ମାଙ୍କ ବ୍ରେନ୍‌ ହାମ୍‌ରେଜ୍ ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଏମ୍ସକୁ ଅଣାଯାଇଥିଲା । ଆଉ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୋଟେ ଦିନ ପରେ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା । ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ମାଙ୍କ ଜୀବନ ଯାଇଥିବା ପୁଅ ଅଭିଯୋଗ କରିଛନ୍ତି । ଆଉ ଏହାପରେ ତାଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି ।

ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କୁ ବେସରକାରୀ ଆମ୍ବୁଲାନ୍ସ ନେବା ପାଇଁ କହିଥିଲେ । କିନ୍ତୁ ଟଙ୍କା ଅଭାବରୁ ସେଥିରେ ନେବାପାଇଁ ପୁଅ ସକ୍ଷମ ନଥିଲେ । ଏଣୁ କାନ୍ଦି କାନ୍ଦି ତାଙ୍କ ମାଙ୍କ ଶବକୁ ପୁଅ ଷ୍ଟ୍ରେଚରରେ ଟାଣି ଟାଣି ନେଇଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଖୋର୍ଦ୍ଧା ଡଙ୍ଗରପଡା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ସେ ତାଙ୍କ ମା ଙ୍କୁ ଭିଡ଼ି ଭିଡ଼ି ନେବା ପାଇଁ ବାହାରିଥିଲେ । ହେଲେ ଅଧାବାଟରେ କିଛି ସଂଗଠନ ପକ୍ଷରୁ ତାଙ୍କୁ ସହଯୋଗର ହାତ ବଢାଯାଇଥିଲା ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।