କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

କେବଳ ତୁଳସୀ ନୁହେଁ, ଏହି ଗଛଗୁଡିକ ଶୁଖିଯିବା ମଧ୍ୟ ଅଶୁଭ, ଆଗାମୀ ସଙ୍କଟର ଦେଇଥାଏ ସଙ୍କେତ

ଭୁବନେଶ୍ୱର ୧୬/୦୩: ହିନ୍ଦୁ ଧର୍ମରେ ବୃକ୍ଷ-ଲତା ପୂଜାର ବିଶେଷ ଗୁରୁତ୍ୱପୂର୍ଣ୍ଣ ରହିଛି । କିଛି ବିଶେଷ ଗଛକୁ ପୂଜା କରିବା ଦ୍ୱାରା ନବଗ୍ରହ ଶାନ୍ତ ହେବା ସହିତ ଜୀବନର ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏଥିମଧ୍ୟରୁ ତୁଳସୀ ଗଛକୁ ବିଶେଷ ଭାବରେ ପୂଜନୀୟ ବୋଲି ବିବେଚନା କରାଯାଏ । ତୁଳସୀ ଗଛକୁ ଦେବା-ଦେବୀଙ୍କ ବାସସ୍ଥାନ ଭାବରେ ଜଣାଯାଏ । ପ୍ରତିଦିନ ତୁଳସୀ ଗଛରେ ଜଳ ଅର୍ପଣ ତଥା ପୂଜା କରିବା ଦ୍ୱାରା ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ତୁଳସୀ ଗଛ ଶୁଖିବା ଅଶୁଭ ବୋଲି ବିବେଚନା କରାଯାଏ । ଏହାଦ୍ୱାରା ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଳସୀ ସହିତ ଅନ୍ୟ ଗଛ ମଧ୍ୟ ଅଛି, ଯାହାର ଶୁଖିବା ଅଶୁଭ ବୋଲି କୁହାଯାଏ । ତେବେ ଚାଲନ୍ତୁ ଜାଣିବା ତୁଳସୀ ବ୍ୟତୀତ କେଉଁ ଗଛ ଝାଉଁଳିବା ଦ୍ୱାରା ଅଶୁଭ ହୋଇଥାଏ ।

ତୁଳସୀ ଗଛ :

ଭଗବାନ ବିଷ୍ଣୁଙ୍କର ତୁଳସୀ ଗଛ ଅତି ପ୍ରିୟ । ତେଣୁ ଏହାକୁ ଶ୍ରୀହରିଙ୍କ ପୂଜାରେ ସ୍ୱତନ୍ତ୍ର ଭାବେ ରଖାଯାଇଥାଏ । ବିଶ୍ୱାସ କରାଯାଏ, ତୁଳସୀ ଗଛ ଝାଉଁଳିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିଥାଏ । ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ । ତେଣୁ ଏହା ଶୁଖିବା ମାତ୍ରେ ତୁରନ୍ତ ଏହାକୁ ବଦଳାନ୍ତୁ । ଏଥିସହ ରବିବାର ଦିନ ଛାଡି ଅନ୍ୟଦିନ ମାନଙ୍କରେ ତୁଳସୀ ଗଛରେ ପାଣି ଦେଇ ଦୀପ ଜାଳନ୍ତୁ । ଏହିଦ୍ୱାରା ଘରେ ଅନ୍ନ ଏବଂ ଧନର ଆଭାବ ଦୂର ହୋଇଥାଏ ।


ମନିପ୍ଲାଣ୍ଟ୍ :

ବାସ୍ତୁରେ ମନିପ୍ଲାଣ୍ଟକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ଘରେ ରହିବା ଦ୍ୱାରା ସକରାତ୍ମକତା ସଞ୍ଚାର ହୋଇଥାଏ । ଘରେ ଅସନ୍ତୋଷ ଦୂର ହୋଇ ସୁଖ, ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ଆୟ ସହିତ ଜଡିତ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ ଏହାର ଶୁଖିବା ଦାରିଦ୍ର୍ୟତାର ସଂକେତ ଦେଇଥାଏ । ଏପରି ପରିସ୍ଥିତିରେ ତୁରନ୍ତ ଏହାକୁ ପରିବର୍ତ୍ତନ କରନ୍ତୁ । ଅନ୍ୟଥା, ବ୍ୟବସାୟ ଏବଂ ଚାକିରି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।


ଅଶୋକ ଗଛ :

ଘରର ପ୍ରାଙ୍ଗଣ କିମ୍ବା ମୁଖ୍ୟ ଫାଟକରେ ଅଶୋକା ଗଛ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ଜଣାଯାଇଥାଏ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ସଞ୍ଚାର ହେବା ସହିତ ସୁଖ, ଶାନ୍ତି ଏବଂ ସମୃଦ୍ଧକୁ ବଜାୟ ରଖିଥାଏ । କିନ୍ତୁ ଏହି ଗଛ ଶୁଖିଯିବା ଘରର ଶାନ୍ତି ଭଙ୍ଗ କରିବାକୁ ସୂଚାଇଥାଏ । ତେଣୁ ଏହା ଶୁଖିବା ମାତ୍ରେ ତୁରନ୍ତ ଏହାକୁ ବଦଳାନ୍ତୁ ।


ଆମ୍ବ ଗଛ :

ଘର ବାହାରେ ଆମ୍ବ ଗଛ ଲଗାଇବା ଶୁଭ ଅଟେ । ଏହାଦ୍ୱାରା ପ୍ରଭୁ ଶ୍ରୀ ହନୁମାନ ବାସ କରିବା ସହିତ ଜୀବନର ଅସୁବିଧା ଦୂର ହୋଇ ଘରେ ସୁଖ ଆଣିଥାଏ । ଏଥିସହିତ ଏହାର ପତ୍ରକୁ ତୋରଣ ଭାବରେ ଘରର ମୁଖ୍ୟ ପ୍ରବେଶ ପଥରେ ଲଗାଇବା ଦ୍ୱାରା ଶୁଭ ବୋଲି ଜଣାଯାଇଥାଏ । ଏହା ସହିତ ଏହାର କାଠ ମଧ୍ୟ ପୂଜାରେ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ । କିନ୍ତୁ ଏହି ଗଛ ଶୁଖିବା ଆସୁଥିବା ସଙ୍କଟକୁ ସୂଚାଇଥାଏ । ତେଣୁ ଏହାକୁ କେବେ ହେଲେ ଶୁଖିବାକୁ ଦିଅନ୍ତୁ ନାହିଁ ।

ଲାଜକୁଳି ଲତା :

ଲାଜକୁଳି ଲତା ଶନି ଦେବ ଏବଂ ଭଗବାନ ମହାଦେବଙ୍କ ଅତି ପ୍ରିୟ । ଏହା ଶୁଖିଯିବା ଶନିଙ୍କ କ୍ରୋଧ ଏବଂ ଶିବଙ୍କ ଅସାନ୍ତିର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ଯଦି ଆପଣଙ୍କ ଘରେ ଲାଜକୁଳି ଲତା ଅଛି, ତେବେ ଏହାର ଯତ୍ନ ନିଅନ୍ତୁ । ଏଥିସହିତ ଶନିବାର ଦିନ ସୋରିଷ ତେଲ ଦୀପ ଜାଳି ପୂଜା କରନ୍ତୁ । ଏହା ଦ୍ୱାରା ଶନିଙ୍କ ଅଶୁଭ ପ୍ରଭାବ ଦୂର ହୋଇ ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ