ଅଭିନେତ୍ରୀ ଗୌହର ଖାନ୍ଙ୍କ ବିରୋଧରେ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ (ବିଏମ୍ସି) ଏକ ମାମଲା ରୁଜୁ କରିଛି। ଗୌହର ଖାନ୍ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନାନୁଯାୟୀ, ଗୌହର କରୋନା ସଂକ୍ରମିତ ହୋଇଥିଲେ। ନିୟମ ଅନୁଯାୟୀ, ସେ ହୋମ୍ କ୍ବାରାଣ୍ଟିନ୍ରେ ରହିବା କଥା କିନ୍ତୁ ସେ ଘରେ ରହିବା ପରିବର୍ତ୍ତେ ଫିଲ୍ମ ସୁଟିଂରେ ଯାଇଥିଲେ। ଜଣେ ବିଏମ୍ସି ଅଧିକାରୀ ଗୌହର ଖାନ୍ଙ୍କ ଘରକୁ ଯାଇଥିବା ସମୟରେ ଖାନ୍ ସେ ସମୟରେ ଘରେ ନଥିଲେ। ଏନେଇ ବିଏମ୍ସି ପକ୍ଷରୁ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ବିଏମ୍ସି ପକ୍ଷରୁ ଏହି ଏତଲାର ଏକ କପି ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ୍ କରାଯାଇଛି। ସହରର ସୁରକ୍ଷାରେ କୌଣସି ପ୍ରକାର ସାଲିସ କରାଯିବନି ବୋଲି ବିଏମ୍ସି ଅଧିକାରୀ କହିଛନ୍ତି।
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Friday, April 19